ETV Bharat / sitara

ଆଞ୍ଚଳିକ ଫିଲ୍ମକୁ ପ୍ରାଧାନ୍ୟ ଦେଉଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ

author img

By

Published : Jun 22, 2019, 2:42 PM IST

ଆଞ୍ଚଳିକ ଫିଲ୍ମକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ପହଞ୍ଚାଇବା ପାଇଁ ସହଯୋଗ କରୁଛି ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ । ଲୋକସଭାରେ ଏହି ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଭାରତ ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଦ୍ବାରା ଆଞ୍ଚଳିକ ଚଳଚ୍ଚିତ୍ରକୁ ରାଷ୍ଟ୍ରୀୟ ଓ ଅନ୍ତରାଷ୍ଟ୍ରୀୟ ସ୍ତରରେ ପହଞ୍ଚାଇବା ପାଇଁ କେଉଁକେଉଁ ପଦକ୍ଷେପ ନିଆଯାଉଛି, ସେ ବିଷୟରେ ଲୋକସଭାରେ ଚର୍ଚ୍ଚା କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର । ତେବେ 2016ରେ ମନ୍ତ୍ରାଳୟ 12-18 ଅଗଷ୍ଟ ମଧ୍ୟରେ ଭାରତର ସ୍ବାଧୀନତାକୁ ନେଇ ‘70 ସାଲ ଆଜାଦୀ, ୟାଦ କରୋ କୁରବାନୀ’ନାମକ ଏକ କାର୍ଯ୍ୟକ୍ରମର ଆୟୋଜନ କରିଥିଲା ।

ପ୍ରତିବର୍ଷ ଆନ୍ତର୍ଜାତୀୟ ଫିଲ୍ମ ଫେଷ୍ଟିଭାଲରେ ଅନେକ ସିନେମା ଚୟନ କରାଯାଇ ପୁରସ୍କୃତ କରାଯାଇଥାଏ । ପ୍ରତିବର୍ଷ ପ୍ରାୟ 47 ଫିଲ୍ମକୁ ଚୟନ କରାଯାଏ ଯେଉଁଥିରେ 26 ଫିଚର ଫିଲ୍ମ ଓ 21ଟି ନନ-ଫିଚର ଫିଲ୍ମ ସାମିଲ ହୋଇଥାଏ । ଏହାସହ ମନ୍ତ୍ରାଳୟ ପ୍ରତିବର୍ଷ ନ୍ୟାସନାଲ ଫିଲ୍ମ ଫେୟାର ଆୱାର୍ଡର ଆୟୋଜନ କରିଥାଏ ବୋଲି ସୂଚନା ଦେଇଛନ୍ତି ପ୍ରକାଶ ଜାଭଡେକର ।

ପ୍ରକାଶଥାଉକି, ଶ୍ରେଷ୍ଠ ଫିଲ୍ମ ଗୁଡିକ ବ୍ରିକ୍ସ ଫେଷ୍ଟିଭାଲରେ ସାମିଲ ହୋଇଥାନ୍ତି । ତେବେ ବ୍ରିକ୍ସ ଫେଷ୍ଟିଭାଲରେ ବ୍ରାଜିଲ, ରୁଷ, ଭାରତ, ଦକ୍ଷିଣ ଆଫ୍ରିକା, ଚୀନ ଦେଶ ସାମିଲ ଅଛି । ତେବେ ଭାରତୀୟ ଫିଲ୍ମ ଗୁଡିକୁ ମନ୍ତ୍ରାଳୟ ଆର୍ଥିକ ସହାୟତା ମଧ୍ୟ କରିଥାଏ । ବ୍ରିକ୍ସରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ଫିଲ୍ମକୁ ଓସ୍କାର, ଟୋରେଣ୍ଟ, ବୁଷାନ ଆଦି ଫେଷ୍ଟିଭାଲରେ ସାମିଲ କରାଯାଏ ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.