ETV Bharat / sitara

Brahmastra motion poster launch: ଋଷିଙ୍କୁ ମନେ ପକାଇଲେ ରଣବୀର

author img

By

Published : Dec 16, 2021, 4:33 PM IST

Updated : Dec 16, 2021, 5:43 PM IST

ବହୁ ପ୍ରତିକ୍ଷିତ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ପୋଷ୍ଟର ଲଞ୍ଚ ହୋଇଛି । ଏହି କାର୍ଯ୍ୟକ୍ରମ ସମୟରେ ପିତା ଋଷିଙ୍କୁ ମନେ ପକାଇ ଭାବବିହ୍ବଳ ହେଲେ ରଣବୀର କପୁର । ଅଧିକ ପଢନ୍ତୁ

Brahmastra motion poster launch: ଋଷିଙ୍କୁ ମନେ ପକାଇଲେ ରଣବୀର
Brahmastra motion poster launch: ଋଷିଙ୍କୁ ମନେ ପକାଇଲେ ରଣବୀର

ମୁମ୍ବାଇ: ବଲିଉଡ଼ର ଲୋକପ୍ରିୟ ଷ୍ଟାର ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ 'ବ୍ରହ୍ମାସ୍ତ୍ର'ର ପୋଷ୍ଟର ଲଞ୍ଚ ହୋଇଛି । ଏହି ଅବସରରେ ନିଜ ପିତା ଋଷି କପୁରଙ୍କୁ ମନେ ପକାଇ ଭାବବିହ୍ବଳ ହୋଇପଡିଛନ୍ତି ରଣବୀର । ସେ ତାଙ୍କ ପିତାକୁ ଅତିଶୟ ମନେ ପକାଉଥିବା କହିଛନ୍ତି ।

ପୋଷ୍ଟର ରିଲିଜ ସମୟରେ ରଣବୀର ଓ ଆଲିଆଙ୍କ ସହିତ ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ଉପସ୍ଥିତ ରହିଥିଲେ । ଏହି ପୋଷ୍ଟର ରିଲିଜ ହେବା ପରେ ରଣବୀର ଭାବବିହ୍ବଳ ହୋଇପଡ଼ିଥିଲେ ଏବଂ ଫିଲ୍ମକୁ ନେଇ ଋଷିଙ୍କ ସହିତ କଥାବାର୍ତ୍ତା ହୋଇଥିବା ମୁହୂର୍ତ୍ତକୁ ସେ ମନେ ପକାଇଥିଲେ । ଗତ ୮ ବର୍ଷ ଧରି ଏହି ଫିଲ୍ମର ପ୍ରଡକ୍ସନ କାମ ଚାଲୁ ରହିଥିଲା । ଏ ନେଇ ରଣବୀର କହିଛନ୍ତି ଯେ, ସେ ଆଜି ତାଙ୍କ ପିତାଙ୍କୁ ବହୁତ ମିସ୍‌ କରୁଛନ୍ତି । ଫିଲ୍ମର ନିର୍ମାଣ ସମୟରେ ସେ ଆୟାନ ଓ ତାଙ୍କୁ ଅନେକ ପ୍ରଶ୍ନ ପଚାରୁଥିଲେ । ଗୋଟିଏ ଫିଲ୍ମ ତିଆରି କରିବା ପାଇଁ ଏତେ ସମୟ କାହିଁକି ଲାଗୁଛି ବୋଲି ମଧ୍ୟ ସେ କହୁଥିଲେ ? ଏହି ଫିଲ୍ମରେ ରଣବୀରଙ୍କୁ ଗୋଟିଏ ଟଙ୍କା ମିଳିବ ନାହିଁ ବୋଲି ସେ ଥଟ୍ଟାରେ କହୁଥିଲେ । ଦେଶରେ କେହି VFX ଫିଲ୍ମ ଦେଖିବେ ନାହିଁ ବୋଲି ଋଷି କହୁଥିବା କହିଛନ୍ତି ରଣବୀର ।

  • " class="align-text-top noRightClick twitterSection" data="">

ତେବେ ଆଜି ଋଷି ତାଙ୍କୁ ଦେଖି ଗର୍ବ ଅନୁଭବ କରିବା ସହିତ ହସୁଥିବେ ବୋଲି କହିଛନ୍ତି ରଣବୀର । ୨୦୨୦ ମସିହାରେ କର୍କଟ ଭଳି ମାରାତ୍ମକ ରୋଗ ସହିତ ଲଢେଇ କରିବା ସମୟରେ ଋଷିଙ୍କ ମୃତ୍ୟୁ ଘଟିଥିଲା । ତେବେ ଋଷିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପାଇଁ ରଣବୀର ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧି ଓ କର୍ମଚାରୀଙ୍କୁ ଅନୁରୋଧ କରିଥିଲେ । ଏହି ୩୯ ବର୍ଷୀୟ ଆକ୍ଟର ପିତାଙ୍କୁ ମନେ ପକାଇ ୧୯୮୦ ମସିହାର ଲୋକପ୍ରିୟ 'Om Shanti Om' ସଙ୍ଗ୍‌ର କିଛି ଲାଇନ୍ସ ଋଷିଙ୍କ ପାଇଁ ଡେଡିକେଟ କରିଥିଲେ ।

ଏହାପରେ ରଣବୀର ଲେଡି ଲଭ୍‌ ଆଲିଆଙ୍କୁ ଷ୍ଟେଜକୁ ଡାକିଥିଲେ । ଆଲିଆଙ୍କ ବିନା ସେ 'ହୃଦୟ ଓ ପ୍ରେମ' ସମ୍ପର୍କରେ କହିପାରିବେ ନାହିଁ ବୋଲି ମଧ୍ୟ କହିଥିଲେ । ରଣବୀର ଋଷିଙ୍କ ବିଷୟରେ ଆଲୋଚନା କରୁଥିବା ଜାଣି ଆଲିଆ ମଧ୍ୟ ଭାବବିହ୍ବଳ ହୋଇପଡିଥିଲେ । ଏହି ଫିଲ୍ମଟି Fox Star Studios, କରନ ଜୋହରଙ୍କ Dharma Productions, Prime Focus ଓ Starlight Pictures ଦ୍ବାରା ପ୍ରଯୋଜିତ ହୋଇଛି ।

ଫିଲ୍ମର ପ୍ରଥମ ଭାଗରେ ବିଗ ବି ଅମିତାଭ ବଚ୍ଚନଙ୍କ ସହିତ ସାଉଥ ଷ୍ଟାର ନାଗାର୍ଜୁନ ଅକ୍କିନେନି ଓ ମୌନି ରଏଙ୍କୁ ଦେଖିବାକୁ ମିଳିବ । ଫିଲ୍ମଟି ଆସନ୍ତା ବର୍ଷ ସେପ୍ଟେମ୍ବର ୯ ତାରିଖରେ ରିଲିଜ ହେବ । ଏହାପରେ 'ବ୍ରହ୍ମାସ୍ତ୍ର'ର ଦ୍ବିତୀୟ ଓ ତୃତୀୟ ଭାଗ ୨୦୨୪ ଓ ୨୦୨୬ରେ ରିଲିଜ ହେବ ବୋଲି ଜଣାପଡ଼ିଛି ।

@ANI

Last Updated : Dec 16, 2021, 5:43 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.