ମୁମ୍ବାଇ: ବଲିଉଡର ଅନେକ ସେଲିବ୍ରିଟିଜ ବର୍ତ୍ତମାନ ଇଣ୍ଟରନେସନାଲ ପ୍ରଡକ୍ସନରେ କାମ କରି ଭାରତକୁ ଗର୍ବିତ କରିଛନ୍ତି । ଗତ ସପ୍ତାହରେ ଶୁଣିବାକୁ ମିଳିଥିଲା କି ବଲିଉଡର ବିଶିଷ୍ଟ ଅଭିନେତ୍ରୀ ଡିମ୍ପଲ କାପାଡିଆ ହଲିଉଡ ଫିଲ୍ମ 'Tenet'ରେ କାଷ୍ଟ ହୋଇଛନ୍ତି । ଏହି ଫିଲ୍ମରେ ନିର୍ଦ୍ଦେଶନା ତୁଲାଉଛନ୍ତି ଫେମସ ନିର୍ଦ୍ଦେଶକ ଖ୍ରୀଷ୍ଟୋପର ନୋଲନ । ଅନ୍ୟପଟେ 'ଗଲି ବୟ' ଷ୍ଟାର ସିଦ୍ଧାର୍ଥ ଚର୍ତୁବେଦୀ 'ଆଭେଞ୍ଜର' ଥର ଅର୍ଥାତ୍ କ୍ରିଶ ହେମସୱାର୍ଥଙ୍କ ନୂଆ ଫିଲ୍ମ 'ମେନ ଇନ ବ୍ଲାକ'ର ହିନ୍ଦୀ ଭର୍ସନରେ କ୍ରିସଙ୍କ ପାଇଁ ସ୍ବର ଦେବେ ।
ଏହି କ୍ରମରେ ଏବେ ସାମିଲ ହୋଇଛନ୍ତି ହୁମା କୁରୈସୀ । ସେ ଫିଲ୍ମମେକର Zack Snyderଙ୍କ ଅପକମିଂ ଫିଲ୍ମ 'ଆର୍ମୀ ଅଫ ଦ ଡେଡ'ରେ ନଜର ଆସିବାକୁ ଯାଉଛନ୍ତି । ଏହି ଫିଲ୍ମଟି ନେଟଫ୍ଲିକ୍ସର ଆଗାମୀ ପ୍ରୋଜେକ୍ଟ । ଏହି ଥ୍ରିଲର, ହରର ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିବେ ହୁମା । ଫିଲ୍ମରେ ଜମ୍ବିର ଭୟାନ କାହାଣୀକୁ ପର୍ଯ୍ୟବେଶିତ କରାଯିବ । ଏହାର ସୂଚନା ଫିଲ୍ମ କ୍ରିଟିକ ତରଣ ଆଦର୍ଶ ଟ୍ବିଟରରେ କରିଛନ୍ତି ।
ହୁମାଙ୍କ ବ୍ୟତୀତ ଏହି ଫିଲ୍ମରେ 'ଆଭେଞ୍ଜର' ଅଭିନେତା ଡେଭ ବାଟିଷ୍ଟା ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ । ପାଖାପାଖି ଦୁଇବର୍ଷ ପରେ Zack Snyder ଏହି ଫିଲ୍ମକୁ ନେଇ ପରଦାକୁ ଫେରିବେ ।
ପ୍ରକାଶ ଥାଉକି ହୁମା ଏହା ପୂର୍ବରୁ ନେଟଫ୍ଲିକ୍ସ ସିରିଜ 'ଲିଲା' ଜରିଆରେ ଡିଜିଟାଲ ଦୁନିଆରେ ପଦାର୍ପଣ କରିଥିଲେ । ଯାହାର ଟ୍ରେଲର ମେ 17ରେ ରିଲିଜ ହୋଇଥିଲା । ଜୁନ 14ରେ ନେଟଫ୍ଲିକ୍ସରେ ପ୍ରସାରିତ ହେବ ହୁମାଙ୍କ 'ଲିଲା' ସିରିଜ ।