ହାଇଦ୍ରାବାଦ: ନିକଟରେ ହ୍ରିତିକ ରୋଶନଙ୍କ ଭଉଣୀ ସୁନୈନାଙ୍କ ଟ୍ବିଟକୁ ନେଇ ଅନେକ ବିବାଦ ଦେଖାଦେଇଛି । ସୁନୈନା ରୋଶନ ପରିବାର ବିରୋଧରେ ଅନେକ ଆରୋପ ଲଗାଇଛନ୍ତି କିନ୍ତୁ ଏନେଇ ରୋଶନ ପରିବାର କିଛି ବି ପ୍ରତିକ୍ରିୟା ରଖିନଥିଲେ । ମାତ୍ର ହ୍ରିତିକ ଏବେ ନିରବତା ଭାଙ୍ଗିଛନ୍ତି ଓ ସୁନୈନାଙ୍କ ଆରୋପ ଉପରେ ପ୍ରତିକ୍ରିୟା ରଖିଛନ୍ତି ।
ଏକ ସାକ୍ଷାତକାରରେ ହ୍ରିତିକ କହିଥିଲେ କି ଏହା ଆମ ପାରିବାରିକ ମାମଲା ଓ ସୁନୈନାଙ୍କ ଏପରି ଅବସ୍ଥାରେ କିଛି ବି ବୟାନ ଦେବା ଉଚିତ ନୁହେଁ । ସେ ଏହା ମଧ୍ୟ କହିଥିଲେ, ‘ ପ୍ରାୟ ପରିବାରରେ ଏପରି ସମସ୍ୟା ଅଛି, ସେମାନଙ୍କ ପରି ଆମେ ମଧ୍ୟ ଅସହାୟ ।’
ସୁନୈନାଙ୍କ ଆରୋପ ଉପରେ ହ୍ରିତିକ କହିଥିଲେ କି ଧର୍ମ କେବେ ବାଧକ ସାଜି ନାହିଁ । ପ୍ରକାଶ ଥାଉ କି, ସୁନୈନା ଆରୋପ ଆଣିଥିଲେ କି ସେ ଜଣେ ମୁସଲମାନଙ୍କୁ ବିବାହ କରିବାକୁ ଚାହୁଁଛନ୍ତି । ମାତ୍ର ପରିବାର ତାଙ୍କୁ ବିରୋଧ କରୁଛି । ତେବେ ହ୍ରିତିକଙ୍କ ପୂର୍ବ ପତ୍ନୀ ସୁଜେନ ମଧ୍ୟ ସୁନୈନାଙ୍କୁ ବୁଝେଇବାକୁ ଚେଷ୍ଟା କରିଥିଲେ ।