ମୁମ୍ବାଇ: ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନଙ୍କ ଆକ୍ସନ୍ ଫିଲ୍ମ 'ୱାର୍'କୁ ପୁରିଛି ୨ ବର୍ଷ । ଏହି ଚଳଚ୍ଚିତ୍ରରେ ହ୍ରିତିକଙ୍କ ଆକ୍ସନକୁ ଖୁବ ପସନ୍ଦ କରିଥିଲେ ଦର୍ଶକ । ଫିଲ୍ମକୁ ୨ ବର୍ଷ ପୁରିବା ପରେ ହ୍ରିତିକ ପୁରୁଣା ସ୍ମୃତିକୁ ମନେ ପକାଇଛନ୍ତି । ଫିଲ୍ମର ସ୍କ୍ରିପ୍ଟକୁ ପଢି ହ୍ରିତିକ ଉତ୍ସାହିତ ହୋଇନଥିଲେ ବୋଲି କହିଛନ୍ତି ହ୍ରିତିକ ।
ହ୍ରିତିକ ଫିଲ୍ମକୁ ନେଇ ଉତ୍ସାହିତ ନ ହେବା ପରେ ନିର୍ଦ୍ଦେଶକ ଓ ପ୍ରଯୋଜକ ତାଙ୍କ ନିକଟକୁ ଧାଇଁଥିଲେ ଏବଂ ଫିଲ୍ମରେ ଅଭିନୟ କରିବା ପାଇଁ ତାଙ୍କୁ କହିଥିଲେ । ଧୁମ-୨ ପରି ଏହି ଫିଲ୍ମ ମଧ୍ୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିବ ବୋଲି ସେ ଆଶା ଦେଖାଇଥିଲେ । ଏହାପରେ ଭଲ ଭାବେ ପୁଣି ସ୍କ୍ରିପ୍ଟ ପଢିଥିଲେ ହ୍ରିତିକ । ଧୀରେ ଧୀରେ ସେ ଫିଲ୍ମଟିର ମଜା ନେଇଥିଲେ । ଏହାପରେ ସେ ମେକର୍ସଙ୍କ ଉପରେ ଭରସା ଜନ୍ମାଇ ଫିଲ୍ମଟିକୁ ସାଇନ କରିଥିଲେ । 'ୱାର୍' ସିଦ୍ଧାର୍ଥ ଆନନ୍ଦଙ୍କ ଦ୍ବାରା ନିର୍ଦ୍ଦେଶିତ ଏବଂ ଆଦିତ୍ୟ ଚୋପ୍ରାଙ୍କ ଦ୍ବାରା ନିର୍ମିତ ହୋଇଥିଲା ଫିଲ୍ମ । ହ୍ରିତିକଙ୍କ ସମେତ ଟାଇଗର ଶ୍ରଫ ଏବଂ ବାଣୀ କପୁର ମଧ୍ୟ ଅଭିନୟ କରିଥିଲେ ।
-
Miss everything about being on this set - co-working, collaborating, CREATING. #2YearsOfWar @iTIGERSHROFF @Vaaniofficial #SiddharthAnand @yrf pic.twitter.com/C2N63PUnfC
— Hrithik Roshan (@iHrithik) October 2, 2021 " class="align-text-top noRightClick twitterSection" data="
">Miss everything about being on this set - co-working, collaborating, CREATING. #2YearsOfWar @iTIGERSHROFF @Vaaniofficial #SiddharthAnand @yrf pic.twitter.com/C2N63PUnfC
— Hrithik Roshan (@iHrithik) October 2, 2021Miss everything about being on this set - co-working, collaborating, CREATING. #2YearsOfWar @iTIGERSHROFF @Vaaniofficial #SiddharthAnand @yrf pic.twitter.com/C2N63PUnfC
— Hrithik Roshan (@iHrithik) October 2, 2021
ଏହି ଫିଲ୍ମରେ ହ୍ରିତିକଙ୍କ ଚରିତ୍ରର ନାମ ଥିଲା 'କବିର' । ଏହି ଚରିତ୍ରଟି ଅନ୍ୟ କୌଣସି ଫିଲ୍ମରେ ପୂର୍ବରୁ ଦେଖିବାକୁ ମିଳିନଥିଲା ବୋଲି ହ୍ରିତିକ କହିଛନ୍ତି । ସେ ଏହି ଫିଲ୍ମରେ ଏକ ଅଂଶ ହୋଇଥିବାରୁ ଗର୍ବିତ ମନେ କରୁଥିବା ମଧ୍ୟ କହିଛନ୍ତି । ଏହି ଫିଲ୍ମରେ କାମ କରିବା ବହୁତ ଆହ୍ବାନ ଥିବାବେଳେ ସେ ଏହାକୁ ଉପଭୋଗ କରିଥିବା କହିଛନ୍ତି । ଫିଲ୍ମଟି ଗତ ୨୦୧୯ ମସିହାରେ ରିଲିଜ ହୋଇଥିବାବେଳେ ବ୍ଲକବଷ୍ଟର ହୋଇଥିଲା । ଏଥିରେ ପ୍ରଥମ ଥର ପାଇଁ ଦେଶର ଦମଦାର ଡ୍ୟାନ୍ସର ହ୍ରିତିକ ଓ ଟାଇଗରଙ୍କୁ ଏକାଠି ଦେଖିବାକୁ ମିଳିଥିଲା ।
@ANI