ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନ ନିଜ ଫିଟନେସର ପୁରା ଧ୍ୟାନ ରଖନ୍ତି ଏକଥା ଅବା କାହାକୁ ଅଛପା । ସେ ଜିମରେ ୱାର୍କଆଉଟର ଫଟୋ ଏବଂ ଭିଡିଓ ଫ୍ୟାନ୍ସଙ୍କ ପାଇଁ ସୋସିଆଲ ମିଡିଆରେ ସେୟାର କରୁଥିବାର ପ୍ରାୟତଃ ନଜର ଆସିଥାଆନ୍ତି । କିନ୍ତୁ ଫ୍ୟାନ୍ସଙ୍କୁ ଏକଥା ଅଜଣା କି ହ୍ରିତିକଙ୍କ ଭଳି ତାଙ୍କ ମା' ମଧ୍ୟ ଫିଟନେସ ଫ୍ରେକ ।
- " class="align-text-top noRightClick twitterSection" data="
">
ନିକଟରେ ହ୍ରିତିକ ମା'ଙ୍କ ୱାର୍କଆଉଟ ଭିଡିଓ ସେୟାର କରିଥିଲେ । ଯାହା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ହ୍ରିତିକଙ୍କ ମା' ପିଙ୍କି ରୋଶନ ପ୍ରଥମେ ୱାର୍କଆଉଟ କରୁଥିବାର ଦେଖାଯାଉଛନ୍ତି । ଆଉ ପରେ ଡାନ୍ସ ମଧ୍ୟ କରୁଥିବାର ନଜର ଆସୁଛନ୍ତି ।
ସବୁଠାରୁ ମଜାଦାର କଥା ହେଲା କି ସେ ଅନ୍ୟ କୌଣସି ଗୀତରେ ନୁହେଁ ପୁଅ ହ୍ରିତିକଙ୍କ ଫିଲ୍ମ 'ସପୁର 30' ଗୀତ 'ଜୁଗରାଫିୟା'ରେ ଡାନ୍ସ କରୁଛନ୍ତି । ଯାହା ଦେଖି ଫ୍ୟାନ୍ସ ମଧ୍ୟ ଖୁସି ହୋଇଯାଇଛନ୍ତି।
ଭିଡିଓଟିକୁ ସେୟାର କରି ହ୍ରିତିକ କ୍ୟାପସନରେ ଲେଖିଛନ୍ତି, "ୱେଟ ଫର ଇଟ #championoflife #supermom #lovyoumama." ଆପଣ ମଧ୍ୟ ଦେଖନ୍ତୁ ପିଙ୍କିଙ୍କ ଏହି ମସ୍ତିଭରା ଭିଡିଓ...