ମୁମ୍ବାଇ: ସୁପରଷ୍ଟାର ହ୍ରିତିକ ରୋଶନଙ୍କ ପାଇଁ ଚଳତ ବର୍ଷ ଶାନଦାର ସାବ୍ୟସ୍ତ ହୋଇଛି । ନିକଟରେ ରିଲିଜ ହୋଇଥିବା ତାଙ୍କ ଅଭିନୀତ ଫିଲ୍ମ ‘ସୁପର 30’ ଓ ‘ୱାର’ ଦର୍ଶକଙ୍କ ମନ କିଣିବା ସହ ବକ୍ସ ଅଫିସରେ ଜବରଦସ୍ତ କଲେକ୍ସନ କରି ସୁପରହିଟ୍ ହୋଇଥିଲା । ଏହି ଦୁଇ ଫିଲ୍ମ 100, 200 ଓ 300 କୋଟି କ୍ଲବରେ ମଧ୍ୟ ସାମିଲ ହୋଇ ମେକର୍ସଙ୍କୁ କରିଥିଲା ମାଲାମାଲ୍ । ଯାହାକୁ ନେଇ ବର୍ତ୍ତମାନ ହ୍ରିତିକଙ୍କ ଡିମାଣ୍ଡ ପୁଣି ପୂର୍ବ ପରି ବଢି ଯାଉଛି ।
ଏବେ ଶୁଣିବାକୁ ମିଳୁଛି ଯେ ଦୁଇ ଫିଲ୍ମ ସଫଳତା ପରେ ଏବେ ହ୍ରିତିକ ନିଜ ଫିସ୍ ବଢାଇ ନେଇଛନ୍ତି । ବର୍ତ୍ତମାନ ସେ ଜଣେ କିମ୍ବା ଦୁଇ ଜଣ ନୁହେଁ ବରଂ ବଲିଡର ଅନେକ ବଡ ନିର୍ଦ୍ଦେଶକ ଯେମିତି ଆନନ୍ଦ ଏଲ ରାୟ, ଇମିତିଆଜ ଅଲ୍ଲୀ, ସଞ୍ଜୟ ଲୀଲା ଭଂସାଲୀ, ଆଦିକ୍ୟ ଚୋପ୍ରା, ଫରାହ ଖାନ, ସାଜିଦ ନାଦିୟାଦୱାଲା ଓ କରନ ଜୋହର ସାମ୍ନାରେ ନିଜ ଫିସ୍ ବଢାଇର ଡିମାଣ୍ଡ କରିଛନ୍ତି ।
ସେ ଫିସ୍ ବଢାଇ ନିଜ ଆଗାମୀ ଫିଲ୍ମରେ କେତେ ଟଙ୍କା ନେବା ତାର ଖୁଲାସ ହୋଇନାହିଁ । ହ୍ରିତିକ ନିଜର ସବୁ ନୂଆ ଫିଲ୍ମ ଏବଂ ପୁରୁଣା ଫିଲ୍ମର ସିକ୍ବେଲ ପାଇଁ ମଧ୍ୟ ଅଧିକ ଫିସ୍ ଡିମାଣ୍ଡ କରୁଛନ୍ତି । ଖାଲି ହ୍ରିତିକ ନୁହେଁ ନିଜ ଫିଲ୍ମ ସଫଳତା ପରେ ଅନେକ ବଲିଉଡ ଷ୍ଟାର୍ସ ନିଜ ଫିସ୍ ବଢାଇ ନିଅନ୍ତି । ଏହି କ୍ରମରେ କାର୍ତ୍ତିକ ଆର୍ୟନ, ଆୟୁଷ୍ମାନ ଖୁରାନା, ଶାହିଦ କପୁର ସାମିଲ ଅଛନ୍ତି ।