ମୁମ୍ବାଇ: କରୋନା ଭାଇରସ ଭଳି ଭୟଙ୍କର ମହାମାରୀ ସମୟରେ ଅନେକ କଳାକାରମାନେ ଫିଲ୍ମ ସହିତ ଜଡିତ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସୁଛନ୍ତି । ଏହି ସମୟରେ ପୁଣି ଥରେ ଖବର ଆସୁଛି ଯେ, ଅଭିନେତା ହ୍ରିତିକ ରୋଶନ 100ଜଣ ବଲିଉଡ ଡ୍ୟାନ୍ସରଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ତାଙ୍କୁ ସାହାଯ୍ୟ କରିଛନ୍ତି ।
ଏହି ଅବସରରେ ବ୍ୟାକଗ୍ରାଉଣ୍ତ ଡ୍ୟାନ୍ସର ଥିବା ରାଜ ସୁରାନୀ କହିଛନ୍ତି, ଏହି କଷ୍ଟଦାୟକ ସମୟରେ ହ୍ରିତିକ 100 ବଲିଉଡ ଡ୍ୟାନ୍ସରଙ୍କ ଆକାଉଣ୍ଟକୁ ଟଙ୍କା ପଠାଇ ତାଙ୍କୁ ସାହାଯ୍ୟ କରିଛନ୍ତି ।
ରାଜ ଆଗକୁ କହିଛନ୍ତି, ବଲିଉଡ ଡ୍ୟାନ୍ସରମାନେ ହ୍ରିତିକଙ୍କ ଦ୍ବାରା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର ହୋଇଥିବା ଦର୍ଶାଇ ଏକ ଏସଏମଏସ ପାଇବା ପରେ ସେମାନେ ଅତ୍ୟଧିକ ମର୍ମାହତ ହୋଇପଡିଥିଲେ । କୋଭିଡ ସଙ୍କଟ ସମୟରେ ତାଙ୍କୁ ସମର୍ଥନ କରିଥିବାରୁ ସମସ୍ତ ବଲିଉଡ ଡ୍ୟାନ୍ସର ସୋସିଆଲ ମିଡିଆ ମାଧ୍ୟମରେ ହ୍ରିତିକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।
ଏହା ପ୍ରଥମ ଥର ନୁହେଁ ଯେ, ହ୍ରିତିକ ଲୋକଙ୍କୁ ସାହାଯ୍ୟ କରିଛନ୍ତି ।
ମହାମାରୀ ଆରମ୍ଭ ହେବା ପରଠାରୁ ହ୍ରିତିକ ବିଏମସି କର୍ମଚାରୀମାନଙ୍କ ପାଇଁ N95 ଏବଂ FFP3 ମାସ୍କ ଦାନ କରୁଛନ୍ତି । ଏଥିସହିତ ସେ ଅସହାୟ ଲୋକଙ୍କୁ ଏବଂ ଭିନ୍ନକ୍ଷମମାନଙ୍କୁ ଖାଦ୍ୟ ଯୋଗାଇ କ୍ରମାଗତ ଭାବରେ ବିଭିନ୍ନ ଉପାୟରେ ସେମାନଙ୍କ ସାହାଯ୍ୟ କରୁଛନ୍ତି ।
ପ୍ରକାଶ ଥାଉ କି, ଏହାପୂର୍ବରୁ ହ୍ରିତିକ୍ ପପାରାଜି କମ୍ୟୁନିଟିକୁ ମଧ୍ୟ ସାହାଯ୍ୟ କରିଥିଲେ । ଏଥିସହିତ ସେ 'ଆଇ ଫର ଇଣ୍ତିଆ'ର ଏକ ଅଂଶ ମଧ୍ୟ ଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ