ହାଇଦ୍ରାବାଦ: ବଲିଉଡର ହ୍ୟାଣ୍ଡସମ ହଙ୍କ୍ ହ୍ରିତିକ ରୋଶନଙ୍କ ଆଜି ଜନ୍ମଦିନ । ହ୍ରିତିକ ଆଜି ତାଙ୍କର ୪୮ତମ ଜନ୍ମଦିନ ପାଳନ କରୁଛନ୍ତି । ୨୦୦୦ରେ 'କହୋ ନା ପ୍ୟାର ହୈ' ଫିଲ୍ମରେ ହ୍ରିତିକ ରୋଶନ ବଲିଉଡରେ ଡେବ୍ୟୁ କରିଥିଲେ । ଏହି ଫିଲ୍ମ ସବୁଠୁ ଅଧିକ ରେକର୍ଡ କରିଥିଲା । ମାତ୍ର ୨୧ ବର୍ଷ ବୟସରେ ହ୍ରିତିକ ରୋଶନ ବଲିଉଡରେ ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ହ୍ରିତିକ ଏକାଧିକ ସୁପରହିଟ୍ ଫିଲ୍ମ ଦେଇଛନ୍ତି |
ତାଙ୍କ ପ୍ରଥମ ଚଳଚ୍ଚିତ୍ରରୁ ଅନେକ ପୁରସ୍କାର ଜିତିଥିବା ହ୍ରିତିକ ରୋଶନ ଫୋର୍ବସ୍ ତାଲିକାରେ ସବୁଠାରୁ ଲୋକପ୍ରିୟ ବ୍ୟକ୍ତିତ୍ବ ହୋଇପାରିଛନ୍ତି | ଏଥିପାଇଁ ହ୍ରିତିକଙ୍କୁ କଠିନ ପରିଶ୍ରମ କରିବାକୁ ପଡିଥିଲା । ହ୍ରିତିକ୍ ଖୁବ୍ କମ୍ ବୟସରେ ଅଭିନେତା ହେବାକୁ ନିଷ୍ପତ୍ତି ନେଇଥିଲେ, କିନ୍ତୁ ବାପା ରାକେଶ ରୋଶନ ଚାହୁଁଥିଲେ ଯେ ସେ ପ୍ରଥମେ ତାଙ୍କ ପାଠପଢା ସାରନ୍ତୁ । ହ୍ରିତିକଙ୍କ ପିତା ରାକେଶ ରୋଶନ୍ ଅଭିନେତା ଏବଂ ନିର୍ଦ୍ଦେଶକ ଅଟନ୍ତି । ପ୍ରଖ୍ୟାତ ସଙ୍ଗୀତକାର ରୋଶନଲାଲ ନାଗରଥ ତାଙ୍କ ଦାଦା ଅଟନ୍ତି ।
ହ୍ରିତିକଙ୍କ ମା' ପିଙ୍କି ରୋଶନ ନିର୍ମାତା ତଥା ନିର୍ଦ୍ଦେଶକ ଜେ. ଓମ୍ ପ୍ରକାଶଙ୍କ ଝିଅ । ୧୯୮୦ରେ ହ୍ରିତିକ ଜିତେନ୍ଦ୍ର ଏବଂ ରୀନା ରୟଙ୍କ ଫିଲ୍ମ 'ଆଶା'ର ଏକ ଗୀତରେ ନଜର ଆସିଥିଲେ । ଏଥିପାଇଁ ତାଙ୍କ ଅଜା ହ୍ରିତିକଙ୍କୁ ଖୁସିରେ ୧୦୦ ଟଙ୍କା ଦେଇଥିଲେ । ଏହାପରେ ରିଲିଜ ହୋଇଥିବା ଫିଲ୍ମ'ଆପ୍ କେ ଦିଓ୍ବାନେ' ରେ ହ୍ରିତିକ ନିଜ ପିତା ରାକେଶ ରୋଶନଙ୍କ ପିଲାଦିନର ଭୂମିକା ନିଭାଇଥିଲେ । ସେ ତାଙ୍କ ପିତାଙ୍କ ସହ ଖୁଦଗର୍ଜ, କିଙ୍ଗ୍, ଅଙ୍କଲ, କରଣ ଅର୍ଜୁନ୍ ଏବଂ କୋୟଲା ଭଳି ଫିଲ୍ମରେ ସହାୟକ ନିର୍ଦ୍ଦେଶକ ଭାବେ କାମ କରିଥିଲେ । ଏଥିପାଇଁ ସେ ଅଭିନୟ ଅଧ୍ୟାପକ କିଶୋର ନମିତଙ୍କ ଠାରୁ ଅଭିନୟ ପ୍ରଶିକ୍ଷଣ ନେଇଥିଲେ ।
୨୦୦୦ରେ ହ୍ରିତିକ ରୋଶନ ରୋମାଣ୍ଟିକ ଡ୍ରାମା ଫିଲ୍ମ 'କହୋ ନା ପ୍ୟାର ହୈ' ରେ ଡେବ୍ୟୁ କରିଥିଲେ । ରାକେଶ ରୋଶନ୍ ଏହି ଫିଲ୍ମର ନିର୍ଦ୍ଦେଶକ ଥିଲେ । ଫିଲ୍ମରେ ହ୍ରିତିକ ରୋଶନଙ୍କ ବିପକ୍ଷରେ ଅମୀଷା ପଟେଲ ଥିଲେ । ଏହା ୨୦୦୦ ମସିହାର ସବୁଠୁ ବଡ ବଲିଉଡ କମର୍ସିଆଲ ସଫଳତା ପ୍ରାପ୍ତ କରିଥିବା ଫିଲ୍ମ ଥିଲା ଏବଂ ଏହା ବଲିଉଡର ପ୍ରଥମ ଫିଲ୍ମ ଥିଲା ଯିଏ ୧୦୨ ପୁରସ୍କାର ଜିତିଛି ।
ସବୁଠୁ ଦାମୀ ଏବଂ ରାଜକୀୟ ଘରେ ରହୁଥିବା ସେହି ତାରକାମାନଙ୍କ ମଧ୍ୟରେ ହ୍ରିତିକ୍ ରୋଶନଙ୍କୁ ଗଣନା କରାଯାଏ । ସେ ଏକ ବିଳାସପୂର୍ଣ୍ଣ ଘରେ ରୁହନ୍ତି ଏବଂ ଲକ୍ଷ ଲକ୍ଷ ଟଙ୍କାର କାରରେ ବୁଲନ୍ତି । ସେ ଏକ ବିଳାସପୂର୍ଣ୍ଣ ଜୀବନ ଅତିବାହିତ କରନ୍ତି । ବଲିଉଡରେ ସଫଳ ଡେବ୍ୟୁ ପରେ ହ୍ରିତିକ ରୋଶନ ସଞ୍ଜୟ ଖାନଙ୍କ ଝିଅ ସୁଜୈନ ଖାନଙ୍କୁ ବିବାହ କରିଥିଲେ। ତେବେ ବର୍ତ୍ତମାନ ଉଭୟ ଛାଡପତ୍ର ଦେଇସାରିଛନ୍ତି। ଛାଡପତ୍ର ପରେ ସେ ତାଙ୍କ ପତ୍ନୀ ସୁଜୈନ ଖାନଙ୍କୁ 380 କୋଟି ଟଙ୍କା ଦେଇଥିଲେ। ଉଭୟଙ୍କ ଛାଡପତ୍ର ପୂରା ଦୁନିଆର ସବୁଠାରୁ ମହଙ୍ଗା ଛାଡପତ୍ର ମଧ୍ୟରୁ ଗୋଟିଏ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ