ETV Bharat / sitara

‘ୱାର’ରେ ଗୁରୁ-ଶିଷ୍ୟଙ୍କ ଲଢେଇ, ଦେଖନ୍ତୁ ଟ୍ରେଲର

ଅକ୍ଟୋବର 2ରେ ରିଲିଜ ହେବ ହ୍ରିତିକ ଓ ଟାଇଗରଙ୍କ ଅଭିନୀତ ଫିଲ୍ମ ‘ୱାର’ । ବର୍ତ୍ତମାନ ଫିଲ୍ମର ଟ୍ରେଲରକୁ ରିଲିଜ କରାଯାଇଛି ।

author img

By

Published : Aug 27, 2019, 12:04 AM IST

Updated : Aug 27, 2019, 10:45 AM IST

ଫଟୋ ସୌଜନ୍ୟ: ଟ୍ବିଟର@ତରଣ ଆଦର୍ଶ

ମୁମ୍ବାଇ: ଏଥର ଗାନ୍ଧୀ ଜୟନ୍ତୀରେ ଦର୍ଶକ ପରଦାରେ ଗୁରୁ-ଶିଷ୍ୟଙ୍କ ଲଢେଇ ଦେଖିବେ । ପ୍ରଥମଥର ଆକ୍ସନ ଫିଲ୍ମ ‘ୱାର’ରେ ଏକାଠି ଅଭିନୟ କରୁଛନ୍ତି ଆକ୍ସନ ହିରୋ ହ୍ରିତିକ ରୋଶନ ଓ ଟାଇଗର ଶ୍ରଫ । ନିକଟରେ ରିଲିଜ ହୋଇଥିବା ଫିଲ୍ମ ଟିଜରକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ

‘ୱାର’ ଫିଲ୍ମକୁ ବଡ ପରଦାରେ ଦେଖିବାକୁ ଅନାଇ ବସିଛନ୍ତି ଦର୍ଶକ । ଏବେ ଦର୍ଶକଙ୍କ ଅପେକ୍ଷାର ଅନ୍ତ ଘଟିଛି ଓ ରିଲିଜ ହୋଇଛି ୱାରର ଦମଦାର ଟ୍ରେଲର । ଗୁରୁ-ଶିଷ୍ୟଙ୍କ ମଧ୍ୟରେ ଜୋରଦାର ଲଢେଇ ଦେଖିବାକୁ ମିଳିଛି । ହାଇ ବଜେଟ ଗ୍ୟାଜେଟ ସହ ଦୁନିଆର ପାୱାରଫୁଲ ମେସିନ ଗନ୍ ଚଲାଉଥିବାର ନଜର ଆସିଛନ୍ତି ଟାଇଗର । ଗତକାଲି ଚଳଚ୍ଚିତ୍ର ସମୀକ୍ଷକ ତରନ ଆଦର୍ଶ ଫିଲ୍ମର ନୂଆ ପୋଷ୍ଟର ସେୟାର କରି ଟ୍ରେଲର ରିଲିଜ ହେବା ନେଇ ସୂଚନା ଦେଇଥିଲେ ।

ପ୍ରକାଶ ଥାଉକି ୱାରର ଟ୍ରେଲରଟି ହିନ୍ଦୀ, ତାମିଲ ଏବଂ ତେଲୁଗୁରେ ରିଲିଜ ହୋଇଛି । ହ୍ରିତିକ ଓ ଟାଇଗରଙ୍କ ସହ ଫିଲ୍ମରେ ବାଣୀ କପୁର ମଧ୍ୟ ନଜର ଆସିବେ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଇଛନ୍ତି ସିଦ୍ଧାର୍ଥ ଆନନ୍ଦ ।

Last Updated : Aug 27, 2019, 10:45 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.