ମୁମ୍ବାଇ: ହ୍ରିତିକ ରୋଶନ ଓ ଟାଇଟର ଶ୍ରଫଙ୍କ ଅପକମିଂ ଆକ୍ସନ ଫିଲ୍ମ 'ୱାର' ଟିଜର ନିକଟରେ ଲଞ୍ଚ ହୋଇଥିଲା । ଯାହାକୁ ନେଇ ଖୁବ୍ ଉତ୍ସାହିତ ଫ୍ୟାନ୍ସ । ବର୍ତ୍ତମାନ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ଏକ୍ସାଇଟମେଣ୍ଟ ବଢି ଯାଇଛି । ସମସ୍ତଙ୍କୁ ଏହି କଥା ଜଣା ଅଛି କି ଟାଇଗର ପିଲାବେଳୁ ହ୍ରିତିକଙ୍କୁ ନିଜ ଗୁରୁ ମାନିଆସୁଛନ୍ତି । ଆଉ ସେ ମଧ୍ୟ ପ୍ରଥମଥର ଗୁରୁଙ୍କ ସହ କାମ କରିବାକୁ ନେଇ ଖୁବ୍ ଗର୍ବିତ । ଗୁରୁ, ଶିଷ୍ୟଙ୍କ ଦମଦାର ଯୋଡି ଆକ୍ସନର ଓଭରଡୋଜ ନେଇ ପରଦାରେ ଦେଖାଦେବେ । ଯାହାର ସୁଟିଂରେ ଖୁବ୍ ପରିଶ୍ରମ କରୁଥିବାର ଦେଖାଯାଉଛନ୍ତି ଏହି ଦୁଇ ଷ୍ଟାର ।
ଆକ୍ସନ ଅଭିନେତା ଟାଇଗର ଓ ହ୍ରିତିକ ଫିଲ୍ମର କିଛି ଆକ୍ସନଭରା ସିନ ପର୍ତ୍ତୁଗାଲର ସବୁଠାରୁ ଉଚ୍ଚ ପାହାଡ ସେରା ଦା ଏଷ୍ଟ୍ରେଲାରେ ସୁଟ କରିଛନ୍ତି । ଏହି ସିନରେ ଟାଇଗର ଓ ହ୍ରିତିକ ହାଇ ସ୍ପିଡରେ ସୁପର ବାଇକ ଚଲାଉଥିବାର ଦେଖାଯିବେ । ଏହି କଥାର ଖୁଲାସା ଫିଲ୍ମର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ନିକଟରେ କରିଥିଲେ ।
ସେ କହିଥିଲେ କି ହଲିଉଡର ବଡ ଆକ୍ସନ ଫିଲ୍ମ ଭଳି 'ୱାର'ରେ ଏପରି ଅନେକ ସିନ ଅଛି, ଯାହା ଦର୍ଶକଙ୍କୁ ଆକର୍ଷିତ କରିବ । ଟାଇଗର ଓ ହ୍ରିତିକ ଏହି ସୁପର ଫାଷ୍ଟ ବାଇକକୁ ଚଲାଇବା ପାଇଁ ଖୁବ୍ ଟ୍ରେନିଂ ମଧ୍ୟ ନେଇଛନ୍ତି । ଆଉ ଫିଲ୍ମର ସେହି ଦମଦାର ବାଇକ ସିନ ଏକ୍ସପର୍ଟସଙ୍କ ଦାୟିତ୍ବରେ ସୁଟ କରାଯାଇଛି ।
ପ୍ରକାଶ ଥାଉକି ପର୍ତ୍ତୁଗାଲସ୍ଥିତ ସେରା ଦା ଏଷ୍ଟ୍ରେଲା ସବୁଠାରୁ ଉଚ୍ଚ ପାହାଡ । ଯାହା ସମୁଦ୍ର ତଳରୁ ପାଖାପାଖି 1, 993 ମିଟର ତଥା 6,539 ଫୁଟ ଉଚ୍ଚରେ ଅବସ୍ଥିତ ।
ୟଶରାଜ ଫିଲ୍ମସ ବ୍ୟାନରରେ ତିଆରି ହେଉଥିବା 'ୱାର' ଫିଲ୍ମରେ ଟାଇଗର ଓ ହ୍ରିତିକଙ୍କ ବ୍ୟତୀତ ଅଭିନେତ୍ରୀ ବାଣୀ କପୁର ମଧ୍ୟ ନଜର ଆସିବେ । ଫିଲ୍ମ ଗାନ୍ଧୀ ଜୟନ୍ତି ଅବସରରେ ରିଲିଜ କରିବେ ବୋଲି ଯୋଜନା କରିଛନ୍ତି ମେକର୍ସ ।