ୱାଶିଂଟନ: ଫେମସ ହଲିଉଡ ନିର୍ମାତା ଖ୍ରୀଷ୍ଟୋଫର ନୋଲାନ କହିଛନ୍ତି ଯେ ସେ ପୁଣିଥରେ ଭାରତରେ ସୁଟିଂ କରିବାକୁ ଚାହୁଁଛନ୍ତି ଏବଂ ଭାରତୀୟ କଳାକାରଙ୍କ ସହ କାମ କରିବାକୁ ଭାବୁଛନ୍ତି । ଯାହାକୁ ନେଇ ଚର୍ଚ୍ଚା । ଗତ ବର୍ଷରେ ରିଲିଜ ହୋଇଥିଲା ତାଙ୍କ ନିର୍ମିତ ଫିଲ୍ମ ‘ଟେନେଟ’ । ଯେଉଁଥିରେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଡିମ୍ପଲ କାପାଡିଆଙ୍କ ଅଭିନୟ ଦେଖିବାକୁ ମିଳିଥିଲା । ଡିମ୍ପଲଙ୍କ ସହ କାମ କରି ଖୁସି ଥିବା ଖ୍ରୀଷ୍ଟୋଫର ଭାରତୀୟ କଳାକାର ଏବଂ ଭାରତରେ ସୁଟିଂ କରିବାକୁ ନେଇ ପୁଣି ନିଜ ଇଚ୍ଛା ପ୍ରକାଶ କରିଛନ୍ତି ।
ମୁଁ କେବେ ମଧ୍ୟ ପୂର୍ବରୁ ପ୍ଲାନ କରେନାହିଁ । ‘ହେଲେ ଭାରତରେ କାମ କରିବାର ଶାନଦାର ଅନୁଭୂତି ମୁଁ ପାଇପାରିଛି । ଆଉ ମୁଁ ନିହାତି ଫେରବି । ପୁଣିଥରେ ଭାରତୀୟ କଳାକାର ଏବଂ ଭାରତରେ ସୁଟିଂ କରିବି ପାଇଁ । ହେଲେ ମୁଁ ଜାଣିନାହିଁ ଆଗାମୀ ଭବିଷ୍ୟତରେ କଣ କରିବି ।’
ପ୍ରକାଶ ଥାଉକି ଲକଡାଉନ ପରେ ପ୍ରଥମେ ଖ୍ରୀଷ୍ଟୋଫରଙ୍କ ‘ଟେନେଟ’ ଲଣ୍ଡନରେ ରିଲିଜ ହୋଇଥିଲା । ଏହାବ୍ୟତୀତ 2012ରେ ଆସିଥିବା ତାଙ୍କ ଫିଲ୍ମ ‘ଦ ଡ୍ରାକ୍ ନାଇଟ୍ ରାଇଜେସ୍’ ବ୍ଲକବଷ୍ଟର ଫିଲ୍ମ ସାଜିଥିଲା ।
@IANS