ମୁମ୍ବାଇ: ପୁରା ବିଶ୍ବରେ କୋରୋନା ତାଣ୍ଡବ । ଭାରତରୁ ନେଇ ଆମେରିକା, ଇଟଲୀ, ରୁଷ, ପାକିସ୍ତାନ, ସ୍ପେନ ଭଳି ଅନେକ ଦେଶରେ ଏହାର ଆତଙ୍କ ଦେଖିବାକୁ ମିଳୁଛି । ଏହାର ଅଧିକା ପ୍ରକୋପ ଆମେରିକା ଓ ଇଟଲୀରେ । ଯେଉଁଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ଲକ୍ଷ ଲକ୍ଷ ଲୋକ ଏହି ମହାମାରୀରେ ପ୍ରାଣ ହରାଇସାରିଛନ୍ତି । ଏମିତିରେ କେବଳ ବଲିଉଡ ନୁହେଁ ହଲିଉଡ ଷ୍ଟାର୍ସ ମଧ୍ୟ ନିଜ ନିଜ ଦେଶର ସାହାଯ୍ୟ କରିବାରେ ଲାଗିଛନ୍ତି । ଏବେ ଏହି କ୍ରମରେ ସାମିଲ ହୋଇଛନ୍ତି ହଲିଉଡ ପପୁଲାର ଷ୍ଟାର ଜେନିଫର ଏନିଷ୍ଟନ । ସେ ଏକ ବଡ ପଦକ୍ଷେପ ନେଇଛନ୍ତି । ଯାହାର ଚର୍ଚ୍ଚା ଏବେ ସବୁ ମହଲରେ ।
ସେ କୋରୋନା ଭାଇରସ ବିରୋଧରେ ଚାଲିଥିବା ଲଢେଇରେ ଫଣ୍ଡ ଏକଜୁଟ କରିବା ପାଇଁ ନିଜର ନ୍ୟୁଡ ଫଟୋକୁ ନିଲାମ କରିବାର ଘୋଷଣା କରିଛନ୍ତି । ନିଲାମ ହେବାକୁ ଯାଉଥିବା ଜେନିଫରଙ୍କ ଏହି ଫଟୋ 1995ର । ସେହି ସମୟରେ ସେ ନିଜର ଟିଭି ଶୋ ‘ଫ୍ରେଣ୍ଡସ’ ପାଇଁ ଖୁବ୍ ଚର୍ଚ୍ଚାରେ ରହିଥିଲେ ।
ତାଙ୍କ ଏହି ଫଟୋରୁ ଯେଉଁ ଟଙ୍କା ମିଳିବ ସେ ତାହା ସେ କୋରୋନା ଭାଇରସ ରିଲିଫ ଫଣ୍ଡକୁ ଦାନ କରିବେ ବୋଲି ସ୍ତିର କିରଛନ୍ତି ।
ଇନଷ୍ଟାଗ୍ରାମରେ ଏହାର ସୂଚନା ଦେଇ ସେ ଲେଖିଛନ୍ତି, ‘ମୋର ଖାସ୍ ବନ୍ଧୁ ମାର୍କ 25 ଫଟୋକୁ ନିଲାମ କରିବାର ନିଷ୍ପତ୍ତି ନେଇଛନ୍ତି । ଏହି ଫଟୋ ମଧ୍ୟରେ ମୋର ମଧ୍ୟ ଗୋଟିଏ ଫଟୋ ଅଛି । ମାର୍କ ଏପରି ନିଷ୍ପତ୍ତି କୋରୋନା ଭାଇରସ ରିଲିଫ ଫଣ୍ଡକୁ ଦାନ କରିବାକୁ ନେଇଛନ୍ତି । ଏହି ନିଲାମରୁ ପ୍ରାପ୍ତ ଆୟର ସମ୍ପୂର୍ଣ୍ଣ ଅଂଶ ଏକ ସଂସ୍ଥାକୁ ଯିବ ଯାହା ମାଗଣା କୋରୋନା ଭାଇରସ ପରୀକ୍ଷା ଏବଂ ପ୍ରଭାବିତ ଲୋକଙ୍କ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗକୁ ସାହାଯ୍ୟ କରୁଛନ୍ତି । ମାର୍କଙ୍କୁ ଧନ୍ୟବାଦ । ବର୍ତ୍ତମାନ ଏହି ଫଟୋର ମୂଲ୍ୟ 6500 ଡଲାର ରଖାଯାଇଛି ।’
- " class="align-text-top noRightClick twitterSection" data="
">