ମୁମ୍ବାଇ: ଫେମସ ୟୁଟ୍ୟୁବର ଓ ରିୟାଲିଟି ଶୋ ବିଗ ବସ 13ରେ ନଜର ଆସିଥିବା ହିନ୍ଦୁସ୍ତାନୀ ଭାଉ ଉର୍ଫ ବିକାଶ ପାଠକ ପୁଣି ଚର୍ଚ୍ଚାରେ । ନିକଟରେ ସେ ଫେମସ ନିର୍ମାତା ଏକତା କପୁରଙ୍କ ୱେବ ସିରିଜ ଉପରେ ଅନେକ ଅଭିଯୋଗ ଆଣିଥିଲେ । ଆଉ ଏବେ ସେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ୱେବ ଫିଲ୍ମ ‘ବୁଲବୁଲ’ ଉପରେ ଆପତ୍ତି ପ୍ରକାଶ କରିଛନ୍ତି ।
ନିକଟରେ ଅନୁଷ୍କାଙ୍କ ଦ୍ବାରା ପ୍ରଯୋଜିତ ଫିଲ୍ମ ‘ବୁଲବୁଲ’ ଓଟିଟି ଫ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହୋଇଥିଲା । ଯାହାକୁ ବର୍ତ୍ତମାନ ଦର୍ଶକ ଓ କ୍ରିଟିକ୍ସଙ୍କ ମିଶ୍ରିତ ପ୍ରତିକ୍ରିୟା ମିଳିଛି । ସେହିପରି ଭାଉ ‘ବୁଲବୁଲ’ ଉପରେ ଆପତ୍ତି ପ୍ରକାଶ ଟ୍ବିଟରରେ କହିଛନ୍ତି ଯେ ଏହି ଫିଲ୍ମରେ ଭଗବାନ ଶ୍ରୀ କ୍ରିଷ୍ଣା ଓ ରାଧଙ୍କୁ ଅଶ୍ଲୀଳ ଭାଷା ଜରିଆରେ ଅପମାନ କରାଯାଇଛି । ସରକାର ଏହା ଉପରେ କେବେ କାର୍ଯ୍ୟନୁଷ୍ଠାନ ନେବେ ।
-
Anushka Sharma ki Bulbul Web Series Par Bhagwan Shree Krishna Or Radha Ko Gande Bhasha Se Apmanit Kiya Gaya Hai, Kya Aise Logon Par Ye Sarkar Karvayi Karegi ? Ab Tak Ekta Kapoor Par Koi Bhi Karvayi Kyu Nahi Ki ? Kab Tak Aise Log Humare Desh Ko Badnaam Karenge ? @CMOMaharashtra
— Hindustani Bhau (@RealKingbhau) June 28, 2020 " class="align-text-top noRightClick twitterSection" data="
">Anushka Sharma ki Bulbul Web Series Par Bhagwan Shree Krishna Or Radha Ko Gande Bhasha Se Apmanit Kiya Gaya Hai, Kya Aise Logon Par Ye Sarkar Karvayi Karegi ? Ab Tak Ekta Kapoor Par Koi Bhi Karvayi Kyu Nahi Ki ? Kab Tak Aise Log Humare Desh Ko Badnaam Karenge ? @CMOMaharashtra
— Hindustani Bhau (@RealKingbhau) June 28, 2020Anushka Sharma ki Bulbul Web Series Par Bhagwan Shree Krishna Or Radha Ko Gande Bhasha Se Apmanit Kiya Gaya Hai, Kya Aise Logon Par Ye Sarkar Karvayi Karegi ? Ab Tak Ekta Kapoor Par Koi Bhi Karvayi Kyu Nahi Ki ? Kab Tak Aise Log Humare Desh Ko Badnaam Karenge ? @CMOMaharashtra
— Hindustani Bhau (@RealKingbhau) June 28, 2020
ସେହିପରି ସେ ଟ୍ବିଟରେ ଲେଖିଛନ୍ତି, ‘ଅନୁଷ୍କା ଶର୍ମାଙ୍କ ବୁଲବୁଲ ୱେବ ସିରିଜରେ ଭଗବାନଙ୍କୁ ଅପମାନ କରାଯାଇଛି । କଣ ସରକାର ଏଭଳି ଲୋକଙ୍କ ଉପରେ କାର୍ଯ୍ୟନୁଷ୍ଠାନ ନେବେ । ଏଯାବତ ଏକତା କପୁରଙ୍କ ଉପରେ ମଧ୍ୟ କୌଣସି କାର୍ଯ୍ୟନୁଷ୍ଠାନ ନିଆଯାଇନାହିଁ । କେବେ ପର୍ଯ୍ୟନ୍ତ ଏଭଳି ଲୋକ ଆମ ଦେଶକୁ ବଦନାମ କରିବେ ।’
ବର୍ତ୍ତମାନ ହିନ୍ଦୁସ୍ତାନୀ ଭାଉଙ୍କ ଏହି ଟ୍ବିଟ ଖୁବ୍ ଭାଇରାଲ ହେବାରେ ଲାଗିଛି । ତାଙ୍କର ଅନେକ ପ୍ରଶଂସକ ଏହି ଟ୍ବିଟରେ ନିଜ ନିଜ ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି ।