ମୁମ୍ବାଇ: ଛୋଟ ପରଦାର ଫେମସ ଅଭିନେତ୍ରୀ ହିନା ଖାନ ଖୁବଶୀଘ୍ର ବଲିଉଡ ଅଭିନେତ୍ରୀ ହେବାକୁ ଯାଉଛନ୍ତି । ସେ ଡେବ୍ୟୁ ଫିଲ୍ମ ‘ହ୍ୟାକ୍ଡ’ ଜରିଆରେ ବଲିଉଡରେ ପଦାର୍ପଣ କରିବେ । ହିନା ସବୁବେଳେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଫେଭରେଟ ରହିଆସୁଛନ୍ତି । ସେ ପ୍ରାୟତଃ ପ୍ରିୟଙ୍କାଙ୍କ ପ୍ରଶଂସା କରୁଥିବାର ମଧ୍ୟ ନଜର ଆସିଛନ୍ତି।
ହିନା, ପ୍ରିୟଙ୍କାଙ୍କୁ ନିଜ ଇନସ୍ପିରେଶନ ମାନୁଛନ୍ତି । ସେ ଗତ ବର୍ଷ କାନ୍ସ 2019ରେ ଡେବ୍ୟୁ କରିଥିଲେ । ଏହା ମଧ୍ୟରେ ସେ ପ୍ରିୟଙ୍କାଙ୍କ ଗ୍ରାମୀ ଆୱାର୍ଡ ଶୋର ଡ୍ରେସକୁ ନେଇ ନିଜ ପ୍ରତିକ୍ରିୟା ଦେଇଛନ୍ତି।
କିଛି ଦିନ ପୂର୍ବେ ପ୍ରିୟଙ୍କାଙ୍କ ଗ୍ରାମୀ ଆୱାର୍ଡ ଡ୍ରେସକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଟ୍ରୋଲ କରାଯାଇଥିଲା। ଇତିମଧ୍ୟରେ ହିନା ଟ୍ରୋଲର୍ସଙ୍କୁ କଡା ଜବାବ ଦେଇ ପ୍ରିୟଙ୍କାଙ୍କ ସମର୍ଥନରେ ବାହାରିଛନ୍ତି । ସେ କହିଛନ୍ତି ଯେ ଏପରି ଡ୍ରେସ ପିନ୍ଧିବା ପାଇଁ ଆପଣଙ୍କୁ ଏଲିଗେନ୍ସ, ଗ୍ରେସ ଓ ସାହସ ଦରମକାର । ପ୍ରିୟଙ୍କା ଲୋକଙ୍କୁ ଖୁଲମଖୁଲା ଚ୍ୟାଲେଞ୍ଜ କରୁଛନ୍ତି ଯେ ସେ ନିଜ ଇଚ୍ଛାରେ ଡ୍ରେସ ପିନ୍ଧିବେ । ଲୋକ ତାଙ୍କ ବିଷୟରେ ଯାହା ଚାହୁଁଛନ୍ତି ତାହା କୁହନ୍ତୁ । ହେଲେ ସେ କେବେ ମଧ୍ୟ କାହାରିକୁ ଖାତିରି କରନ୍ତି ନାହିଁ ।
ହିନାଙ୍କ ପୂର୍ବରୁ ପ୍ରିୟଙ୍କାଙ୍କ ମା' ମଧୁ ଚୋପ୍ରା ମଧ୍ୟ ଟ୍ରୋଲର୍ସଙ୍କୁ କଡା ଜବାବ ଦେଇ କହିଥିଲେ ଯେ ତାଙ୍କ ଝିଅ ସୁନ୍ଦର ଶରୀରର ମାଲିକିଆଣୀ । ସେ ଯାହା ବି ପିନ୍ଧନ୍ତି ତାଙ୍କ ଉପରେ ଖୁବ୍ ପରଫେକ୍ଟ ଲାଗେ । ପ୍ରିୟଙ୍କା ସବୁବେଳେ ନିଜ ସର୍ତ୍ତରେ ବଞ୍ଚନ୍ତି । ସେ କେବେ ମଧ୍ୟ କାହାରିକୁ କଷ୍ଟ ଦିଅନ୍ତି ନାହିଁ ।