ETV Bharat / sitara

ରାନୁଙ୍କ ପାଇଁ କାନ୍ଦିଲେ ହିମେଶ, ଲୁହ ପୋଛିଲେ ସ୍ତ୍ରୀ

‘ତେରି ମେରି କାହାନୀ’ ଲଞ୍ଚିଂ ଇଭେଣ୍ଟ ମୁମ୍ବାଇରେ ଆୟୋଜିତ ହୋଇଯାଇଛି । ଏହି ଇଭେଣ୍ଟରେ ହିମେଶଙ୍କ ସହ ନଜର ଆସିଛନ୍ତି ରାନୁ ମଣ୍ଡଲ । ନିଜର ପ୍ରଥମ ବଲିଉଡ ଗୀତକୁ ନେଇ ରାନୁ ଭାବୁକ ଥିଲା ବେଳେ ତାଙ୍କ କାହାଣୀ ଶୁଣାଇ କାନ୍ଦି ପକାଇଲେ ହିମେଶ ।

author img

By

Published : Sep 12, 2019, 6:59 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ହିମେଶ ରେଶମିୟା ଫ୍ୟାନକ୍ଲବ

ମୁମ୍ବାଇ: ଇଣ୍ଟରନେଟ ସେନ୍ସେସନ ବଲିଉଡ ଗାୟିକା ହୋଇସାରିଥିବା ରାନୁ ମଣ୍ଡଲ ବୁଧବାର ବଲିଉଡରେ ନିଜର ପ୍ରଥମ ପାଦ ଥାପିଛନ୍ତି । ତାଙ୍କର ପ୍ରଥମ ବଲିଉଡ ଗୀତ ‘ତେରି ମେରି କାହାନୀ’ ପରିଶେଷରେ ରିଲିଜ ହୋଇଯାଇଛି । ତାଙ୍କ ଗୀତ ରିଲିଜ ହେବା ମାତ୍ରେ ଲକ୍ଷ ଭ୍ୟୁଜ ହାସିଲ କରିସାରିଲାଣି । କିନ୍ତୁ ଏହି ଗୀତର ଲଞ୍ଚିଂ ଇଭେଣ୍ଟରେ ରାନୁ ଖୁବ୍ ଇମୋଶନାଲ ହୋଇଯାଇଥିଲେ ।

ବଲିଉଡର ମଲ୍ଟି ଟ୍ୟାଲେଣ୍ଟେଡ କଳାକାର ହିମେଶ ବୁଧବାର ରାନୁଙ୍କ ସହ ଗାଇଥିବା ନିଜ ଫିଲ୍ମ ‘ହାପ୍ପି ହାର୍ଡି ହୀର’ର ଗୀତ ‘ତେରି ମେରି କାହାନୀ’ ଲଞ୍ଚ କରିଥିଲେ । ଏହି ସମୟରେ ହିମେଶ ଓ ରାନୁ ଖୁବ୍ ଭାବୁକ ହୋଇଥିଲେ । ଖାଲି ଏତି ନୁହେଁ ରାନୁଙ୍କ କାହାଣୀ କହି କାନ୍ଦି ପକାଇଥିଲେ ହିମେଶ ।

ପ୍ରକାଶ ଥାଉକି ନିକଟରେ ରାନୁଙ୍କ ଗୋଟିଏ ଗୀତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ରାନୁଙ୍କ କଣ୍ଠ ଶୁଣି ତାଙ୍କୁ ନିଜର ଆଗାମୀ ଫିଲ୍ମରେ ସୁଯୋଗ ଦେଇଥିଲେ ହିମେଶ । ଯାହାଦ୍ବାରା ଷ୍ଟେସନ ଗାୟିକାରୁ ଆଜି ବଲିଉଡର ଗାୟିକା ସାଜିଛନ୍ତି ରାନୁ ।

ଯଦି କଥା ହେବା ‘ହାପ୍ପି ହାର୍ଡି ହୀର’ ଫିଲ୍ମ ବିଷୟରେ ତେବେ ହିମେଶଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିବେ ଅଭିନେତ୍ରୀ ସୋନିୟା ମନ । ଫିଲ୍ମର ଟ୍ରେଲର ଏବଂ ଆଉ କିଛି ଗୀତ ପୂର୍ବରୁ ରିଲିଜ ହୋଇସାରିଛି । କିନ୍ତୁ ଏଯାବତ ଫିଲ୍ମ ରିଲିଜ ତାରିଖ ଘୋଷଣା ହୋଇନାହିଁ ।

Intro:Body:

BLANK FOR LINK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.