ମୁମ୍ବାଇ: ଗତ ସପ୍ତାହରେ ବଲିଉଡ ଅଭିନେତା ହିମାଂଶ କୋହଲିଙ୍କ ପିତାମାତା ଏବଂ ଭଉଣୀଙ୍କୁ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲା । ଏହା ପରେ ଅଭିନେତା ନିଜେ କହିଛନ୍ତି ଯେ, ସେ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।
- " class="align-text-top noRightClick twitterSection" data="
">
ଏହାପୂର୍ବରୁ ହିମାଂଶଙ୍କ କୋରୋନା ରିପୋର୍ଟ ନେଗେଟିଭ ଆସିଥିଲା, ପରେ କୋରୋନା ଲକ୍ଷଣ ବିକଶିତ ହେବା ପରେ ତାଙ୍କର ରିପୋର୍ଟ ପଜିଟିଭ୍ ମିଳିଥିଲା ।
ହିମାଂଶ ଏହି ସୂଚନାକୁ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି ଲେଖିଛନ୍ତି, "ଭଗବାନଙ୍କ କୃପା ଏବଂ ଆପଣଙ୍କ ଆଶୀର୍ବାଦ ଯୋଗୁଁ ମୋ ପରିବାରର ସମସ୍ତେ ଭଲରେ ଅଛନ୍ତି । ପିତାମାତା ଏବଂ ଭଉଣୀଙ୍କ ପରେ ଗତକାଲି ମୁଁ ମୋର କୋରୋନା ଟେଷ୍ଟ କରିଥିଲି । ଯାହାର ରିପୋର୍ଟ ପଜିଟିଭ୍ ବାହାରିଥିଲା । କିନ୍ତୁ, ମୁଁ ଆଦୌ ଭୟଭୀତ ନୁହେଁ, କାରଣ ରିକଭରି ରେଟ ବହୁତ ଅଧିକ । ମୁଁ ପ୍ରାର୍ଥନା କରୁଛି ଯେ, ଆପଣ ସମସ୍ତେ ସୁସ୍ଥରେ ରୁହନ୍ତୁ" ।
ହିମାଂଶ କୋରୋନା ଭାଇରସକୁ ଏଡାଇବା ପାଇଁ ଘରୋଇ ଟିପ୍ ମଧ୍ୟ ସେୟାର କରିଛନ୍ତି ।
ହିମାଂଶ ଲେଖିଛନ୍ତି, "ଲେମ୍ବୁ / କଦଳୀ ସହିତ ଉଷୁମ ପାଣି ପିଅନ୍ତୁ । ରୋଗ ପ୍ରତିରୋଧକ ଶକ୍ତି ପାଇଁ ମଲ୍ଟିଭିଟାମିନ୍ ନିଅନ୍ତୁ, ବିଶେଷ କରି ଭିଟାମିନ୍ ସି, ଡି ଏବଂ ବି 12" ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ