ମୁମ୍ବାଇ: ଫେମସ ଗାୟିକା ନେହା କକ୍କର ଓ ଅଭିନେତା ହିମାଂଶ କୋହଲିଙ୍କ ମଧ୍ୟରେ ରୋମାନ୍ସ ପୁଣି ବ୍ରେକଅପ ଚର୍ଚ୍ଚାର ବିଷୟ ପାଲଟିଥିଲା । ଦୁଇଜଣଙ୍କ ପ୍ରେମ ସୋସିଆଲ ମିଡିଆରେ ପୂର୍ବରୁ ଖୁବ୍ ଦେଖିବାକୁ ମିଳିଥିଲା । ଆଉ ଏକଦା ନେହା ସୋସିଆଲ ମିଡିଆରେ ବ୍ରେକଅପ ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ନେହା ବର୍ତ୍ତମାନ ଛୋଟ ପରଦାର ସିଙ୍ଗିଂ ରିୟାଲିଟି ଶୋ ‘ଇଣ୍ଡିଆନ ଆଇଡଲ 11’ର ଜଜ ରୂପେ ନଜର ଆସୁଛନ୍ତି । ଆଉ ଶୋରେ ହିମାଂଶଙ୍କ ନାମ ଶୁଣି ସେ ସମସ୍ତଙ୍କ ସାମ୍ନାରେ କାନ୍ଦି ପକାଇଥିଲେ । ଇତିମଧ୍ୟରେ ହିମାଂଶ, ନେହାଙ୍କ ସହ ବ୍ରେକଅପ ଉପରେ ପ୍ରଥମଥର ନିଜ ପ୍ରତିକ୍ରିୟା ରିଖିଛନ୍ତି।
ଏକ ସାକ୍ଷାତକାରରେ ଯୋଗ ଦେଇ ଏହାର ଖୁଲାସା କରିଛନ୍ତି ସେ । ନେହାଙ୍କ ସହ ବ୍ରେକଅପ ପ୍ରଶ୍ନରେ ସେ କହିଥିଲେ ଯେ ବ୍ରେକଅପ ହେବା ପରେ ସେ କେବେ ମଧ୍ୟ ଏହା ବିଷୟରେ କେଉଁଠାରେ ଆଲୋଚନା କରିନଥିଲେ । ହେଲେ ଅନେକ ଲୋକ ଏହାକୁ ଭିନ୍ନ ରୂପରେ ନେଇଥିଲେ। ଆଉ ନିଜ ବିଷୟରେ ବହୁତ କିଛି ଖରାପ ସେ ସମସ୍ତଙ୍କ ଠାରୁ ଶୁଣିବାକୁ ପାଇଥିଲେ। ସେହି ସମୟ ତାଙ୍କ ପାଇଁ ବହୁତ ନୈରାଶ୍ୟଜନକ ଥିଲା । ହୁଏତଃ ଆଜି ସବୁ ଜିନିଷ ଠିକ୍ ହୋଇଯାଇଛି ।
ହେଲେ ଏମିତି ସମୟ ଆସିଥିଲା ଯେତେବେଳେ ପୁରା ଦେଶ ସୋସିଆଲ ମିଡିଆରେ ତାଙ୍କୁ ଗାଳି ଦେଇଥିଲା। 2018ରେ ଦୁଇଜଣ ପରସ୍ପର ଠାରୁ ଅଲଗା ହୋଇଯାଇଥିଲେ। ଆଉ ତାଙ୍କ ସହ ସମ୍ପୃକ୍ତ ଥିବା ପୋଷ୍ଟ ନେହା ସୋସିଆଲ ମିଡିଆରେ ସେୟାର କରିଥିଲେ। କେହି ମଧ୍ୟ ବ୍ରେକଅପର ବାସ୍ତବ କାହାଣୀ ଏଯାବତ ଜାଣିନାହାଁନ୍ତି। ବାସ୍ତବ କାହାଣୀ ନଜାଣି ତାଙ୍କୁ ସୋସିଆଲ ମିଡିଆରେ ଭିଲେନ ସଜା ଦିଆଗଲା । ଏହି ସବୁ କଥା ତାଙ୍କୁ ବହୁତ କଷ୍ଟ ଦେଇଥିଲା। କାରଣ ସେ ବ୍ରେକଅପ ବିଷୟରେ କାହାରିକୁ କିଛି ମଧ୍ୟ କହିନଥିଲେ ।