ETV Bharat / sitara

ହିମାଂଶ କୋହଲିଙ୍କ ପରିବାର କରୋନା ସଂକ୍ରମିତ - ହିମାଂଶ କୋହଲିଙ୍କ ପରିବାର କରୋନା ସଂକ୍ରମିତ

ବଲିଉଡ ଅଭିନେତା ହିମାଂଶ କୋହଲିଙ୍କ ପରିବାର କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଛନ୍ତି । କିନ୍ତୁ ଅଭିନେତାଙ୍କ କରୋନା ଟେଷ୍ଟ ନେଗେଟିଭ ଆସିଛି । ହିମାଂଶ ଏହି ଖବର ତାଙ୍କ ପ୍ରଶଂସକଙ୍କ ସହିତ ସେୟାର କରିଛନ୍ତି । ଅଧିକ ପଢନ୍ତୁ...

himansh kohli family tests positive for coronavirus
ହିମାଂଶ କୋହଲିଙ୍କ ପରିବାର କରୋନା ସଂକ୍ରମିତ
author img

By

Published : Aug 30, 2020, 8:14 PM IST

ମୁମ୍ବାଇ: ଅଭିନେତା ହିମାଂଶ କୋହଲିଙ୍କ ପିତାମାତା ଏବଂ ତାଙ୍କ ଭଉଣୀ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । କିନ୍ତୁ ଅଭିନେତାଙ୍କ କରୋନା ଟେଷ୍ଟ ନେଗେଟିଭ ଆସିଛି ।

ହିମାଂଶ କହିଛନ୍ତି, ମୁଁ ଘରେ ଏକମାତ୍ର ସୁସ୍ଥ ବ୍ୟକ୍ତି । ମୋର ବର୍ତ୍ତମାନ ଦୁଇଟି ଦାୟିତ୍ବ ଅଛି, ଗୋଟିଏ ହେଉଛି ମୋର ପରିବାରର ଯତ୍ନ ନେବା ଏବଂ ଅନ୍ୟଟି କୋଭିଡ ସଂକ୍ରମଣ କ୍ଲବରେ ନିଜକୁ ଜଡିତ ନ କରିବା ।

ମୋ ପରିବାରର ଏହି ତିନିଜଣ ସଦସ୍ୟ ବର୍ତ୍ତମାନ ଗୋଟିଏ କୋଠରୀରେ ରହୁଛନ୍ତି । ମୁଁ ଏକ ଅଲଗା କୋଠରୀରେ ରହୁଛି । ଏଠାରେ କାମ କରୁଥିବା ଲୋକଙ୍କୁ ଆମେ ଏକ ଅଲଗା କୋଠରୀ ଏବଂ ଅଲଗା ୱାଶରୁମ୍ ଦେଇଛୁ । କୌଣସି ସଂକ୍ରମିତ ପରିବାର ସଦସ୍ୟଙ୍କୁ କୋଠରୀରୁ ବାହାରକୁ ଆସିବାକୁ କିମ୍ବା ଅନ୍ୟର ୱାଶରୁମ୍ ବ୍ୟବହାର କରିବାକୁ ଅନୁମତି ନାହିଁ ।

କିଛି ଦିନ ପୂର୍ବରୁ ଅମିତାଭ ବଚ୍ଚନ, ଅଭିଷେକ ବଚ୍ଚନ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଆରାଧ୍ୟା ରାୟ ବଚ୍ଚନ ମଧ୍ୟ କରୋନା ସଂକ୍ରମିତ ହୋଇଥିଲେ । ତେବେ ଖୁବ୍ ଶୀଘ୍ର ସମସ୍ତେ କରୋନାଙ୍କୁ ପରାସ୍ତ କରି ସୁସ୍ଥ ହୋଇ ଘରକୁ ଫେରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.