ମୁମ୍ବାଇ: ପର୍ଣ୍ଣୋଗ୍ରାଫି ମାମଲାରେ ଦୀର୍ଘ ୬୫ ଦିନ ଜେଲରେ ରହିବା ପରେ ଶେଷରେ ଜାମିନ ନେଇ ବାହାରକୁ ବାହାରିଛନ୍ତି ବ୍ୟବସାୟୀ ତଥା ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜକୁନ୍ଦ୍ରା । କୁନ୍ଦ୍ରାଙ୍କୁ ଜାମିନ ଆବେଦନ ମିଳିବା ପରେ ସଙ୍ଗେ ସଙ୍ଗେ ସୋସିଆଲ ମିଡ଼ିଆରେ ନିଜର ଖୁସିବ୍ୟକ୍ତ କରିଛନ୍ତି ଶିଳ୍ପା । ତେବେ ଜୀବନରେ ବଡ଼ ଝଡ଼ ଆସିବା ପରେ ଭଲ ଜିନିଷ ଘଟିଥାଏ ବୋଲି ଶିଳ୍ପା କହିଛନ୍ତି ।
ଇନ୍ଦ୍ରଧନୁ ପ୍ରମାଣ କରେ ଯେ ବଡ ଝଡ଼ଝଞ୍ଜା ଆସିବା ପରେ କିଛି ସୁନ୍ଦର ଘଟଣା ଘଟିଥାଏ । ସୋମବାର ମୁମ୍ବାଇ କୋର୍ଟ ରାଜକୁନ୍ଦ୍ରାଙ୍କ ଜାମିନ ଆବେଦନକୁ ଗ୍ରହଣ କରିବା ପରେ ଧଡକନ ଷ୍ଟାର ସୋସିଆଲ ମିଡ଼ିଆରେ ଏପରି ପୋଷ୍ଟ କରିଛନ୍ତି । ଏହି ମାମଲାରେ କୁନ୍ଦ୍ରାଙ୍କ ସହଯୋଗୀ ରିଆନ ଥର୍ପେଙ୍କୁ ମଧ୍ୟ ଜାମିନ ମିଳିଛି । ଏହି ଜାମିନ ପାଇଁ ଉଭୟଙ୍କୁ ୫୦ ହଜାର ଲେଖାଏଁ ଅର୍ଥରାଶି ମଧ୍ୟ ଦେବାକୁ ପଡିବ ବୋଲି ଜଣାପଡ଼ିଛି । ଏହି ଘଟଣାରେ ଚାର୍ଜସିଟ ଦାଖଲ ହେବା ପରେ କୁନ୍ଦ୍ରାଙ୍କୁ ଜାମିନ ମିଳିଛି ବୋଲି କହିଛନ୍ତି କୁନ୍ଦ୍ରାଙ୍କ ଓକିଲ ନିରଞ୍ଜନ ମୁନ୍ଦାର୍ଗି ।
ଏହା ବି ପଢନ୍ତୁ: Pornography Case: 65 ଦିନ ପରେ ଜେଲରୁ ମୁକୁଳିଲେ ରାଜ କୁନ୍ଦ୍ରା
ଏହାରି ମଧ୍ୟରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ୧୫୦୦ ପୃଷ୍ଠାର ଏକ ସପ୍ଲିମେଣ୍ଟାରି ଚାର୍ଜସିଟକୁ ଏସପ୍ଲାନେଡ କୋର୍ଟରେ ଦାଖଲ କରିଛି । ମୁମ୍ବାଇ ପୋଲିସର କହିବା ଅନୁସାରେ ଏଥିରେ ପତ୍ନୀ ଶିଳ୍ପା ସେଟ୍ଟୀଙ୍କ ସମେତ ୪୩ ଜଣଙ୍କ ବୟାନକୁ ରେକର୍ଡ କରାଯାଇଛି । ଅଭିନେତ୍ରୀ ଶର୍ଲିନ ଚୋପ୍ରା, ଅନେକ ମଡେଲ ଓ କୁନ୍ଦ୍ରାଙ୍କ କମ୍ପାନୀର କର୍ମଚାରୀଙ୍କ ମଧ୍ୟ ବୟାନ ଏଥିରେ ରହିଛି । ପର୍ଣ୍ଣୋଗ୍ରାଫି ମାମଲାରେ ରାଜକୁନ୍ଦ୍ରା ଗତ ଜୁଲାଇ ୧୯ ତାରିଖରେ ଗିରଫ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ