ଜୟପୁର: ସ୍ବର୍ଣ୍ଣନଗରୀରେ ଜୈସଲମେର ସୁପରଷ୍ଟାର ଅକ୍ଷୟ କୁମାରଙ୍କ ବହୁ ଚର୍ଚ୍ଚିତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ର ସୁଟିଂ ବୁଧବାରଠୁ ଆରମ୍ଭ ହୋଇଯାଇଛି । ମହୁରତ ପୂଜା କରି ସୁଟିଂ ଆରମ୍ଭ କରିଥିଲେ ସବୁ ଷ୍ଟାର-କାଷ୍ଟ । ହେଲେ ଇତିମଧ୍ୟରେ ଫିଲ୍ମ ଅଭିନେତ୍ରୀ କିର୍ତ୍ତୀ ସାନନଙ୍କୁ ନେଇ ନୂଆ ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ସୁଟିଂରେ ଆହତ ହେବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ସେ ।
ଫିଲ୍ମର ଗୋଟିଏ ସିନରେ ବସର ଛାତରୁ ଛେଳି ଡେଇଁବାର ଥିଲା । ଆଉ ଛେଳି ଡେଇଁବା ପରେ ସେ ଚିତ୍କାର କରିଥିଲେ । ହେଲେ ତାଙ୍କ ଉପରେ ଛେଳି ନପଡି ତାଙ୍କ ପାଖରେ ପଡିଥିଲା । ଏହା ଦେଖି କିଛି ସୁଟିଂ କିଛି ବନ୍ଦ କରିଦେଇଥିଲେ ନିର୍ମାତା ।
ପ୍ରକାଶ ଥାଉକି କମେଡି ଡ୍ରାମା ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଜରିଆରେ ଅକ୍ଷୟଙ୍କ ସହ ଦ୍ବିତୀୟଥର ପରଦାରେ ରୋମାନ୍ସ କରିବେ କିର୍ତ୍ତୀ । ସେହିପରି ଫିଲ୍ମରେ ନିକଟରେ ସାମିଲ ହୋଇଥିଲେ ବି-ଟାଉନର ସର୍କିଟ ଅର୍ଶଦ ୱାରସୀ । ସେ ମଧ୍ୟ ପ୍ରଥମଥର ଅକ୍ଷୟଙ୍କ ସହ ସ୍କ୍ରିନ ସେୟାର କରିବାକୁ ନେଇ ଖୁବ୍ ଉତ୍ସାହିତ ଅଛନ୍ତି ।