ମୁମ୍ବାଇ: ପଞ୍ଜାବୀ ପରିବାରରେ ଜନ୍ମ ହୋଇଥିବା ତାପସୀ ପନ୍ନୁ ଆଜି ତାଙ୍କର 33 ତମ ଜନ୍ମଦିନ ପାଳନ କରୁଛନ୍ତି । ତାପସୀ ତାଙ୍କର ଚମତ୍କାର ଅଭିନୟ ଦ୍ବାରା ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ତାଙ୍କର ଅଭିନୟ ପ୍ରତ୍ୟେକ ଚଳଚ୍ଚିତ୍ରରେ ପ୍ରଶଂସିତ ।
ତାପସୀ ତେଲୁଗୁ ଚଳଚ୍ଚିତ୍ର 'ଝୁମ୍ମଣ୍ଡି ନାଦମ୍' ରୁ ତାଙ୍କ ଚଳଚ୍ଚିତ୍ର କ୍ୟାରିଅର୍ ଆରମ୍ଭ କରିଥିଲେ ।
ଯାହା ପରେ ତାପସୀ 2013 ରେ ମୁକ୍ତିଲାଭ କରିଥିବା ଡେଭିଡ ଧୱନଙ୍କ 'ଚଶମେ ବଦୁର'ରେ ବଲିଉଡରେ ଡେବ୍ୟୁ କରିଥିଲେ । ଏଥିରେ ସେ ସିଦ୍ଧାର୍ଥ ଏବଂ ଅଲି ଜାଫରଙ୍କ ସହ କାମ କରିଥିଲେ ।
ଏହା ପରେ, ତାପସୀ କେବେ ପଛକୁ ଚାହିଁ ନଥିଲେ ।
ତାପସୀ ତାଙ୍କ କ୍ୟାରିୟରରେ ଅନେକ ହିଟ୍ ଫିଲ୍ମରେ କାମ କରିଛନ୍ତି ।
ତାପସୀଙ୍କ ଫିଲ୍ମ 'ପିଙ୍କ' ଏବଂ 'ବଦଲା'ରେ ତାଙ୍କର ଅଭିନୟକୁ ଦର୍ଶକ ବହୁତ ପସନ୍ଦ କରିଥିଲେ ।
ହିନ୍ଦୀ ସିନେମାର ବିଂଶ ଶତାବ୍ଦୀର ପ୍ରତ୍ୟେକ ତାରକା ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନଙ୍କ ସହ କାମ କରିବାର ସ୍ୱପ୍ନ ଦେଖନ୍ତି । ଏହି ସ୍ୱପ୍ନ ସହିତ, ତାପସୀ ମଧ୍ୟ ଇଣ୍ଡଷ୍ଟ୍ରିରେ ଫିଲ୍ମ 'ପିଙ୍କ'ରେ ବିଗ୍ ବିଙ୍କ ସହିତ କାମ କରିଥିଲେ । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶକ ଶୁଜିତ୍ ସରକାର ଏବଂ ଅନୁରାଗ କଶ୍ୟପ ତାପସୀଙ୍କ ଅଭିନୟକୁ ସର୍ବଦା ପ୍ରଶଂସା କରନ୍ତି ।
'ପିଙ୍କ' ଚଳଚ୍ଚିତ୍ରରେ ତାପସୀ ଜଣେ ସାହସୀ ଏବଂ ନିର୍ଭୀକ ଝିଅ ଭୂମିକାରେ ଅଭିନୟ କରି ପ୍ରମାଣ କରିଥିଲେ ଯେ ନିଜ ପାଇଁ ଲଢିବା ଏବଂ ନିଜର ସ୍ୱପ୍ନକୁ ସାକାର କରିବାକୁ ସାହସ କରିବା ଉଚିତ୍ ।
ଏହାପରେ ତାପସୀଙ୍କ ଫିଲ୍ମ 'ଷାଣ୍ଢ କି ଆଙ୍ଖ'ରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ସେ ଭୁମି ପେଡନେକରଙ୍କ ସହିତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଥିଲେ । ଏହି ଚଳଚ୍ଚିତ୍ରଟିକୁ ଦର୍ଶକମାନଙ୍କ ଠାରୁ ବହୁତ ସାରା ଭଲ ପାଇବା ମିଳିଥିଲା ।
ଯାହା ପରେ ତାପସୀ ଅକ୍ଷୟ କୁମାରଙ୍କ ସହ 'ମିଶନ ମଙ୍ଗଲ'ରେ ସ୍କ୍ରିନ୍ ସେୟାର କରିଥିଲେ ।
ତାପସୀଙ୍କୁ ଶେଷ ଥର ପାଇଁ 'ଥପଡ' ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ତାଙ୍କର ଅଭିନୟକୁ ବହୁତ ପ୍ରଶଂସା କରାଯାଇଥିଲା ।
ଆଗାମୀ ସମୟରେ, ତାପସୀ 'ରଶ୍ମୀ ରକେଟ୍', 'ଲୁପ୍ ଲପେଟା', 'ଶବାଶ ମିଠୁ', 'ହସିନ୍ ଦିଲରୁବା' ଭଳି ଚଳଚ୍ଚିତ୍ରରେ ନଜର ଆସିବେ ।
ପ୍ରକାଶ ଥାଉ କି, ତାପସୀ ତାଙ୍କ ଚମତ୍କାର ଅଭିନୟ ସାରା ବିଶ୍ୱରେ ଜଣାଶୁଣା । ତାପସୀ ତାଙ୍କର ଅଭିନୟ ମାଧ୍ୟରେ ହିନ୍ଦୀ ସିନେମାରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ