ETV Bharat / sitara

90 ବର୍ଷରେ ପାଦ ଦେଲେ ସ୍ବର ସାମ୍ରାଜ୍ଞୀ, 5 ବର୍ଷ ବୟସରୁ ଗାଇଥିଲେ ଗୀତ - ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ଜନ୍ମଦିନ

90ତମ ଜନ୍ମଦିନ ପାଳନ କରିଛନ୍ତି ଭାରତୀୟ ସଙ୍ଗୀତର ରାଣୀ । ଭାରତରତ୍ନ ସମ୍ମାନରେ ସମ୍ମାନିତ ଲତା ପ୍ରାୟ 150ରୁ ଊର୍ଦ୍ଧ୍ବ ଗୀତ ଗାଇଛନ୍ତି । ଚାରିଥର ଫିଲ୍ମ ଫେୟାର ଓ ତିନିଥର ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡ ଗ୍ରହଣ କରିଛନ୍ତି ସ୍ବର ସାମ୍ରାଜ୍ଞୀ ଲତା ମଙ୍ଗେସକର ।

ଡିଜାଇନ ଫଟୋ
author img

By

Published : Sep 28, 2019, 11:02 AM IST

Updated : Sep 28, 2019, 2:37 PM IST

ହାଇଦ୍ରାବାଦ: ବୋଧ ହୁଏ ଏମିତି କେହି ନଥିବେ ଯିଏ ଲତା ମଙ୍ଗେସକରଙ୍କ ଗୀତ ଶୁଣିନଥିବେ । ଗତ ଛଅ ଦଶକ ହେବ ଲତାଙ୍କ ସ୍ବରର ଯାଦୁ ସ୍ରୋତାଙ୍କ ମନରେ ଛାପ ଛାଡିଆସୁଛି। ଆଜି ସେଇ ସୁ-ମଧୁର ସ୍ବର 90 ବର୍ଷରେ ପାଦ ଦେଇଛି । ଆଜି ଯାଏଁ ଲତାଙ୍କ ଭଳି ନା କେହି ଅଛନ୍ତି ନା କେହି ହେବେ । 1929 ମସିହା ସେପ୍ଟେମ୍ବର 28ରେ ଜନ୍ମଗ୍ରହଣ କରିଥିବା ଲତା ଭାରତୀୟ ସିନେମାର ଜଣେ ଜୀବନ୍ତ ଆଶ୍ଚର୍ଯ୍ୟ ।

ଭିଡିଓ ସୌଜନ୍ୟ: ଇଟିଭି ଭାରତ

ଲତାଙ୍କ କଣ୍ଠ ଭଗବାନଙ୍କ ଦାନ । ଗୀତିକାରଙ୍କ ପ୍ରଥମ ପସନ୍ଦ ଥିଲେ ଲତା । ବଲିଉଡର କୋକିଳ କଣ୍ଠୀ ଲତାଙ୍କ କାଳଜୟୀ ଗୀତ ଏବେବି ସ୍ରୋତାଙ୍କ କାନରେ ବାଜୁଜି । 1964ର ‘ଲଗ୍ ଜା ଗଲେ’ ଗୀତଟିକୁ ଆପଣ କେବେବି ନିଜକୁ ଶୁଣିବାରୁ ରୋକିପାରିବେ ନାହିଁ । ବହୁତ ସିଙ୍ଗର ଏହାର କଭର ଗୀତ ଗାଇବାକୁ ଚେଷ୍ଟା କରିଛନ୍ତି ମାତ୍ର ଲତାଙ୍କ ଭଳି କେହି ନୁହେଁ । ପ୍ରାୟ 30ରୁ ଅଧିକ ଭାଷାରେ ଗୀତ ଗାଇଛନ୍ତି ଲତା ।

lata mangeshkar birthday
ଡିଜାଇନ ଫଟୋ

5 ବର୍ଷ ବୟସରୁ ଗୀତ ଗାଇଥିବା ଲତା କଳାଧଳା ଯୁଗର ଗୀତ ହେଉ କିମ୍ବା ରଙ୍ଗୀନ ଯୁଗର ଗୀତ, ସବୁଥିରେ ନିଜ କଣ୍ଠକୁ ବେଶ୍ ସୁନ୍ଦର ଭାବେ ଢାଳି ପାରିଛନ୍ତି ଲତା । ମୁଗଲ-ଏ-ଅଜାମ ଫିଲ୍ମର କୋରସ ଗୀତ ‘ମୋହେ ପନଘଟ୍ ପେ ନନ୍ଦଲାଲ୍’ କୌଣସି ଯାଦୁରୁ କମ୍ ନଥିଲା । ଦେଶ ଭକ୍ତି ଗୀତକୁ ନୂଆ ମୋଡ ଦେଇଥିଲେ ଲତା । 1963 ମସିହାରେ ନୂଆ ଦିଲ୍ଲୀର ନ୍ୟାସନାଲ ଷ୍ଟାଡିୟମରେ ‘ଏ ମେରେ ବତନ୍ କେ ଲୋଗୋ’ ଗୀତ ଗାଇ ଦର୍ଶକଙ୍କ ଆଖିରେ ଲୁହ ଆଣିଦେଇଥିଲେ ଲତା ।

lata mangeshkar birthday
ଡିଜାଇନ ଫଟୋ

ସତ୍ୟମ ସିବମ୍ ସୁନ୍ଦରମ୍, ଭୋର ଭୟେ ପନଘଟ ପେ, ରୈନା ବିତି ଯାଏ, ଓ ଦିଲ ଏ ନାଦାନ, ଦିଲ ତୋ ପାଗଲ ହେ ଆଦି ପ୍ରାୟ 150ରୁ ଊର୍ଦ୍ଧ୍ବ ଗୀତ ଗାଇଥିବା ଲତା 1969ରେ ପଦ୍ମ ଭୂଷଣ, 1999ରେ ପଦ୍ମ ବିଭୂଷଣ , 2001ରେ ଭାରତରତ୍ନ ଓ 1990ରେ ଦାଦା ସାହେବ ଫାଲକେ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ଇଟିଭି ଭାରତ ପକ୍ଷରୁ ଡଟର୍ ଅଫ ଦି ନେସନ ଲତାଙ୍କୁ 90ତମ ଜନ୍ମ ଦିନର ଅନେକ ଶୁଭେଚ୍ଛା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Intro:Body:

BLANK FOR LINK 

Conclusion:
Last Updated : Sep 28, 2019, 2:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.