ମୁମ୍ବାଇ: ଗାୟକ ଗୁରୁ ରାନ୍ଧୱା ଲକଡାଉନ ପରେ ଜୁନ୍ 30 ରେ ଷ୍ଟେଜ୍କୁ ଫେରିବାକୁ ଯାଉଛନ୍ତି । ସେ ଟ୍ୱିଟ୍ କରି କହିଛନ୍ତି, ଲକଡାଉନ ପରେ ଧୀରେ ଧୀରେ କାର୍ଯ୍ୟ ଆରମ୍ଭ ହେବା ନେଇ ମୁଁ ବହୁତ ଭଲ ଅନୁଭବ କରୁଛି ଏବଂ ମୁଁ ଜୁନ୍ 30 ରେ ମୋର ପ୍ରଥମ ପରସର୍ନାଲ ଲାଇଭ୍ ଶୋ କରିବାକୁ ଯାଉଛି ।
ସାମାଜିକ ଦୂରତାକୁ ନେଇ ଏବଂ ସରକାରଙ୍କ ନୂତନ ପଦକ୍ଷେପ ନିର୍ଦ୍ଦେଶାବଳୀ ଅନୁସରଣ କରି ଲକଡାଉନ୍ ପରେ ଏହା ଆମର ପ୍ରଥମ ସୋ ହେବ । ଏହି ଶୋ ଦିଲ୍ଲୀରେ ଅନୁଷ୍ଠିତ ହେବ ।
କିଛିଦିନ ପୂର୍ବରୁ ଗୁରୁ କହିଥିଲେ ଯେ, ସେ ଭିନ୍ନଭିନ୍ନ ସହର ବୁଲି ଯାତ୍ରା କରିବା ସହ ପ୍ରଶଂସକଙ୍କ ପାଇଁ ପରଫରମାନ୍ସକୁ ବେଶ ମିସ କରୁଛନ୍ତି ।
ଗୁରୁ ଟ୍ୱିଟ୍ କରି କହିଛନ୍ତି ଯେ ମୁଁ ତୁମ ସହରକୁ ଯିବାପାଇଁ ଆଉ ଅପେକ୍ଷା କରିପାରୁ ନାହିଁ ଏବଂ ତୁମର ପ୍ରେମ ଏବଂ ସମର୍ଥନ ଜଣାଇଥିବାରୁ ବହୁତ ଧନ୍ୟବାଦ ।