ETV Bharat / sitara

ହଟିଲା 370, କାଶ୍ମୀରରେ ଘର କିଣିବେ ଗୁରୁମିତ-KRK

କେନ୍ଦ୍ର ସରକାରଙ୍କ ଗୁରୁତ୍ବପୂର୍ଣ୍ଣ ରାୟ ପରେ କାଶ୍ମୀରରେ ଘର କିଣିବାକୁ ଚାହୁଁଛନ୍ତି ଅଭିନେତା ଗୁରମିତ୍ ଚୌଧୁରୀ ଓ ସମୀକ୍ଷକ କମାଲ ରଶିଦ ଖାନ ।

ଡିଜାଇନ ଫଟୋ
author img

By

Published : Aug 5, 2019, 10:56 PM IST

ହାଇଦ୍ରାବାଦ: କେନ୍ଦ୍ର ସରକାର ସୋମବାର ଜମ୍ମୁ କାଶ୍ମୀର ପାଇଁ ଐତିହାସିକ ନିଷ୍ପତ୍ତି ନେଇଛନ୍ତି । ଗୃହମନ୍ତ୍ରୀ ଅମିତ ଶାହ ରାଜ୍ୟସଭାରେ ଧାରା 370 ଉଚ୍ଛେଦ ନେଇ ସଙ୍କଳ୍ପ ଆଗତ କରିଥିଲେ । ଏପରିକି ଦିନର ଶେଷ ଆଡକୁ ରାଜ୍ୟସଭାରେ ଜମ୍ମୁ କାଶ୍ମୀର ପୁର୍ନଗଠନ ବିଲ ମଧ୍ୟ ପାରିତ ହୋଇଛି । ଏହାକୁ ନେଇ ବେଶ ଖୁସି ଦେଶବାସୀ । ତେବେ ଅଭିନେତା ଗୁରମିତ୍ ଚୌଧୁରୀ ନିଜ ଖୁସି ଜାହିର କରିଛନ୍ତି ।

gurmeet twiteer
ଫଟୋ ସୌଜନ୍ୟ: ଟ୍ବିଟର

ଟ୍ବିଟ କରି ଗୁରମିତ୍ ଲେଖିଥିଲେ,‘ ମୁଁ ଛୋଟବେଳୁ ଅଧିକାଂଶ ସମୟ କାଶ୍ମୀର ଆର୍ମୀ କ୍ୟାମ୍ପରେ ବିତେଇଛି । 370 ହଟିବା ପରେ କାଶ୍ମୀରରେ ଘର କିଣିବା ସ୍ବପ୍ନ ମୋର ପୂରଣ ହେବ ।’ ଏହାସହ କାଶ୍ମୀରରେ ବ୍ଯବସାୟ କରିବାକୁ ଚାହାଁନ୍ତି ଏହି ଅଭିନେତା ।

KRK twiteer
ଫଟୋ ସୌଜନ୍ୟ: ଟ୍ବିଟର

ଅନ୍ୟପକ୍ଷେ ସମୀକ୍ଷକ ତଥା ଅଭିନେତା କମାଲ ରଶିଦ ଖାନ ମଧ୍ୟ ବଙ୍ଗଳା କିଣିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଏହାସହ ସରକାରଙ୍କ ଏଭଳି ପଦକ୍ଷେପକୁ ସ୍ବାଗତ କରିଛନ୍ତି KRK। ପ୍ରଥମ ଥର ତାଙ୍କର ଟ୍ବିଟରରେ ଗାଳି କମ୍ ଓ ଭଲପାଇବା ଅଧିକ ଦେଖିବାକୁ ମିଳିଛି ।

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.