ETV Bharat / sitara

23 ବର୍ଷ ପରେ ଗୋବିନ୍ଦା ଓ ଶିଳ୍ପାଙ୍କୁ ମିଳିଲା ଆଶ୍ବସ୍ତି ! - ଛୋଟେ ସରକାର

ଏକ ଚୁମା ଗୀତକୁ ନେଇ 23 ବର୍ଷ ବିବାଦ ଘେରରେ ଥିଲେ ଗୋବିନ୍ଦା ଓ ଶିଳ୍ପା ସେଟ୍ଟୀ । 1997ରେ ପାକୁଡ ସିଜେଏସ କୋର୍ଟରେ ଦୁଇଜଣଙ୍କ ବିରୋଧରେ ଅଭିଯୋଗ ଦାଖଲ ହୋଇଥିଲା ।

ଡିଜାଇନ ଫଟୋ
author img

By

Published : Aug 9, 2019, 11:37 PM IST

ମୁମ୍ବାଇ: ଅଭିନେତା ଗୋବିନ୍ଦା ଓ ଶିଳ୍ପା ସେଟ୍ଟୀଙ୍କ ଗୋଟିଏ ଚୁମାକୁ ନେଇ ସୃଷ୍ଟି ହୋଇଥିଲା ବିବାଦ । ପାଖାପାଖି 23 ବର୍ଷର ବିବାଦ ପରେ ଏବେ ଦୁଇ ଷ୍ଟାର୍ସଙ୍କୁ ମିଳିଛି ଆଶ୍ବସ୍ତି । ଆମେ ଏଠାରେ କଥା ହେଉଛୁ ‘ଏକ ଚୁମା ତୁ ମୁଝକୋ ଉଧାର ଦେ ଦେ, ବଦଲେ ମେଁ ୟୁପି-ବିହାର ଲେଈ ଲେ’’ ଗୀତ ବିଷୟରେ । ଏହି ଗୀତ କୁ ଅବା କିଏ ପସନ୍ଦ ନକରନ୍ତି । 23 ବର୍ଷ ପୂର୍ବେ ରିଲିଜ ହୋଇଥିବା ଫିଲ୍ମ ‘ଛୋଟେ ସରକାର’ର ଏହି ଚର୍ଚ୍ଚିତ ଗୀତ ସେହି ସମୟରେ ଦର୍ଶକଙ୍କ ହୃଦୟ କିଣିବା ସହ ବିବାଦ ଘେରରେ ଆସିଥିଲା । ଯାହାକୁ ନେଇ 23 ବର୍ଷ ପର୍ଯ୍ୟନ୍ତ ହଟହଟା ହୋଇଥିଲେ ଶିଳ୍ପା ଓ ଗୋବିନ୍ଦା ।

ଏହି ଗୀତରେ ପ୍ରଦର୍ଶିତ ହୋଇଥିବା ଲଟକା ଝଟକା ଜରିଆରେ ଗୋବିନ୍ଦା ଓ ଶିଳ୍ପାଙ୍କୁ ତ ରାତାରାତି ସଫଳତା ମଳିଯାଇଥିଲା କିନ୍ତୁ ବିହାର ଏବଂ ଉତ୍ତର ପ୍ରଦେଶବାସୀ ଗୀତଟିକୁ ନେଇ କରିଥିଲେ ପ୍ରତିବାଦ ।

1997ରେ ପାକୁଡ( ଏବେ ଝାଡଖଣ୍ଡରେ) ସିଜେଏସ କୋର୍ଟରେ ଗୋବିନ୍ଦା ଓ ଶିଳ୍ପାଙ୍କ ବିରୋଧରେ ଅଭିଯୋଗ ଦାଖଲ ହୋଇଥିଲା । ଯାଚିକାରେ କୁହାଯାଇଥିଲା ଯେ ଗୀତଟି ଅଶ୍ଳୀଳ ହେବା ସହ ବିହାର-ୟୁପିର ଅବମାନନା କରୁଛି । ଯାଚିକାଟି ମୋହିନୀ ମୋହନ ତିୱାରୀଙ୍କ ଦ୍ବାରା ଦାଖଲ କରାଯାଇଥିଲା । ସିଜେଏମ କଡା କାର୍ଯ୍ୟନୁଷ୍ଠାନ କରି ଗୋବିନ୍ଦା ଓ ଶିଳ୍ପାଙ୍କ ଉପରେ ସେକସନ 294 (ଅଶ୍ଳୀଳ ଗୀତ) ଏବଂ 500 (ଅବମାନନା) ଅନୁଯାୟୀ ନୋଟିସ ଜାରି କରିଥିଲେ । ପରେ କିନ୍ତୁ ଏହି ନୋଟିସରେ ଠିକ୍ ରୂପେ କାର୍ଯ୍ୟକାରିତା ହୋଇପାରିନଥିଲା ।

କୋର୍ଟର କାର୍ଯ୍ୟରେ ନୋଟିସକୁ ନେଇ ଅଜାଣା ଥିବା ଗୋବିନ୍ଦା ଓ ଶିଳ୍ପା କୋର୍ଟରେ ଉପସ୍ଥିତ ହୋଇପାରିନଥିଲେ । ଏହାକୁ ଆଧାର କରି କୋର୍ଟ ଦୁଇଜଣଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି କିରଥିଲେ । ଅନ୍ୟପଟେ ଯେବେ ଗୋବିନ୍ଦାଙ୍କୁ ଏହାର ସୂଚନା ମିଳିଥିଲା ତେବେ ସେ 2001ରେ ହାଇକୋର୍ଟର ଦ୍ବରାସ୍ଥ ହୋଇଥିଲେ । ଆଉ ପାକୁଡର ସିଜେଏମ କୋର୍ଟରେ ଚାଲିଥିବା କାର୍ଯ୍ୟନୁଷ୍ଠାନ ଉପରେ ରୋକ ଲଗାଇବାକୁ ଗୁହାରି କରିଥିଲେ । ଶିଳ୍ପା ମଧ୍ୟ ଠିକ୍ ଏହିପରି କରିଥିଲେ ।

ଏବେ ଦୁଇଜଣଙ୍କୁ ଆଶ୍ବସ୍ତି ମିଳିଛି । ଜଷ୍ଟିସ ଅମିତାଭ ଗୁପ୍ତା ଦୁଇଜଣଙ୍କ ସପକ୍ଷରେ ନିଷ୍ପତ୍ତି ନେଇଛନ୍ତି । ସେ ନିଷ୍ପତ୍ତିରେ କହିଛନ୍ତି କି ଷ୍ଟାର୍ସଙ୍କ ଉପରେ ସାଧାରଣ ନିୟମ ଲାଗୁ ହୁଏନାହିଁ । କାରଣ ଫିଲ୍ମକୁ ସେନ୍ସର ବୋର୍ଡ ସିନେମେଟେଗ୍ରାଫି ଆକ୍ଟ, 1952 ଅନୁଯାୟୀ ପାସ କରାଯାଇଥାଏ ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.