ମୁମ୍ବାଇ: ବଲିଉଡର ଅପକମିଂ ଫିଲ୍ମ 'କୁଲି ନଂ-1'ର ରିମେକ ଆଜିକାଲି ଚର୍ଚ୍ଚାରେ ଅଛି । କିନ୍ତୁ ଏବେ ଏହି ଫିଲ୍ମଟି ଲୋକପ୍ରିୟ ଅଭିନେତା ଗୋବିନ୍ଦାଙ୍କ ପାଇଁ ବିବାଦରେ ଆସିଯାଇଛି । ଜଣାଇ ଦେଉଛୁ ଯେ 1995ରେ ଆସିଥିବା ସୁପରହିଟ୍ ଫିଲ୍ମ 'କୁଲି ନଂ-1'ରେ ଗୋବିନ୍ଦା ଓ କରିସ୍ମା କପୁରଙ୍କ କେମେଷ୍ଟ୍ରି ପରଦାରେ ଦର୍ଶକଙ୍କ ହୃଦୟ କିଣିଥିଲା ।
ଫିଲ୍ମରେ ନିର୍ଦ୍ଦେଶନା ଡେଭିଡ ଧୱନ ଦେଇଥିଲେ । ଏବେ ଫିଲ୍ମର ରିମେକରେ ବରୁଣ ଧୱନ ଓ ସାରା ଅଲ୍ଲୀ ଖାନଙ୍କୁ କାଷ୍ଟ କରାଯାଇଛି । ଯାହାକୁ ନେଇ ଗୋବିନ୍ଦାଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି ।
ନିକଟରେ ଗୋବିନ୍ଦା ନିଜ ଭଉଣୀ କାମିନୀ ଖନ୍ନାଙ୍କ ବହି ଲଞ୍ଚିଂ ଇଭେଣ୍ଟରେ ପହଞ୍ଚିଥିଲେ । ଯେଉଁଠାରେ ମିଡିଆ ତାଙ୍କୁ 'କୁଲି ନଂ-1' ତିଆରି ହେବା ଏବଂ ବରୁଣଙ୍କୁ ଫିଲ୍ମରେ କାଷ୍ଟ କରାଯିବା ଉପରେ ପ୍ରଶ୍ନ କରିଥିଲେ । ଗୋବିନ୍ଦାଙ୍କ ଜବାବ ଅସନ୍ତୋଷଭରା ଥିଲା ।
ଗୋବିନ୍ଦା କହିଥିଲେ କି ଏକଦା ସେ ନିଜ ମ୍ୟାନେଜରଙ୍କୁ ଡେଭିଡଙ୍କ ପାଖକୁ ପଠାଇ କହିଥିଲେ କି ଫୋନ ଅନ ରଖିବ ଡେଭିଡ ତାଙ୍କ ବିଷୟରେ କଣ କହୁଛନ୍ତି ସେ ଶୁଣିବେ । ଡେଭିଡ ତାଙ୍କ ମ୍ୟାନେଜରଙ୍କୁ କହିଥିଲେ କି ତାଙ୍କୁ ବର୍ତ୍ତମାନ ଯାହା ମିଳୁଛି ସେଥିରେ କାମ କରନ୍ତୁ ଏବେ ସେ ଆଉ ହିରୋ ନାହାଁନ୍ତି ।
ଡେଭିଡଙ୍କ ଏହି କଥା ତାଙ୍କୁ ସବୁବେଳେ କଷ୍ଟ ଦେଉଛି । ଗୋବିନ୍ଦାଙ୍କ ଏହି ବୟାନରୁ ସାବ୍ୟସ୍ତ ହେଉଛି ଯେ ସେ ଆଦୌ ଚାହୁଁନାହାଁନ୍ତି କି ତାଙ୍କ ହିଟ୍ ଫିଲ୍ମର ରିମେକ ତିଆରି ହେଉ ଏବଂ ଫିଲ୍ମରେ ଡେଭିଡଙ୍କ ପୁଅ ବରୁଣ ନଜର ଆସନ୍ତୁ ।