ETV Bharat / sitara

ଜନ୍ମଦିନରେ ଦ୍ବିତୀୟଥର ମାମୁଁ ସାଜିଲେ ଭାଇଜାନ

54ତମ ଜନ୍ମଦିନରେ ସଲମାନଙ୍କୁ ମିଳିଲା ଖାସ୍ ଉପହାର । ଦ୍ବିତୀୟଥର ମାମୁଁ ସାଜିଲେ ସଲୁ ମିଆଁ । ଅର୍ପିତା ଶୁକ୍ରବାର ଜନ୍ମଦେଲେ ଶିଶୁ କନ୍ୟା ।

author img

By

Published : Dec 27, 2019, 6:26 PM IST

arpita khan
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସଲମାନ ଖାନ ଫ୍ୟାନକ୍ଲବ

ମୁମ୍ବାଇ: ବି-ଟାଉନର ଦବଙ୍ଗ ବଏ ସଲମାନ ଖାନଙ୍କ ଆଜି (ଶୁକ୍ରବାର) 54ତମ ଜନ୍ମଦିନ । ଆଉ ତାଙ୍କୁ ଏହି ଖାସ୍ ଅବସରରେ ଖାସ୍ ଉପହାର ମିଳିଛି । ଯାହାକୁ ନେଇ ପୁରା ପରିବାରରେ ଖୁସି ଖେଳି ଯାଇଛି । ଆଜ୍ଞା ହଁ, ଭାଇଜାନଙ୍କ ଜନ୍ମଦନରେ ଶାନଦାର ଉପହାର ଦେବାକୁ ଯାଇ ଭଉଣୀ ଅର୍ପିତା ଖାନ ସି-ସେକ୍ସନ ଜରିଆରେ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି । ଶୁକ୍ରବାର ସକାଳେ ଅର୍ପିତା ମେଡିକାଲ ହିନ୍ଦୁଜାରେ ଭର୍ତ୍ତି ହୋଇଥିଲେ ।

ଏବେ ଖବର ସାମ୍ନାକୁ ଆସୁଛି ଯେ ଅର୍ପିତା ଝିଅର ମା' ସାଜିଛନ୍ତି । ଏହି ଅବସରରେ ଅର୍ପିତାଙ୍କ ସହ ତାଙ୍କ ସ୍ବାମୀ ତଥା ଅଭିନେତା ଆୟୁଷ ଶର୍ମା ଓ ପରିବାର ସଦସ୍ୟ ମେଡିକାଲରେ ଅଛନ୍ତି ।

ପ୍ରକାଶ ଥାଉକି ଅର୍ପିତା ଓ ଆୟୁଷ କିଛି ଦିନ ହେବ ଏହି ନିଷ୍ପତ୍ତି ନେଇଥିଲେ ଯେ ସଲମାନଙ୍କୁ ବର୍ଥଡେ ଗିଫ୍ଟ ରୂପେ ଦ୍ବିତୀୟଥର ମାମୁଁ ସଜାଇବେ । ତାଙ୍କ ଏହି ସ୍ବପ୍ନ ପୂରଣ ହୋଇଯାଇଛି । ଯାହାକୁ ନେଇ ଖୁସି ନଜର ଆସୁଛନ୍ତି ଏହି ଯୋଡି । ଏବର୍ଷ ସଲମାନ ନିଜ ବର୍ଥଡେ ବାନ୍ଦ୍ରା ସ୍ଥିତ ନିଜ ଭାଇ ସୋହେଲ ଖାନଙ୍କ ଆପାର୍ଟମେଣ୍ଟରେ ସେଲିବ୍ରେଟ କରିବେ ।

2014ରେ ଅର୍ପିତା ବିଜନେସମ୍ୟାନ ଆୟୁଷ ଶର୍ମାଙ୍କ ସହ ହାଇଦ୍ରାବାଦରେ ସ୍ଥିତ ଫଲକନୁମା ପ୍ୟାଲେସରେ ବିବାହ କରିଥିଲେ । ଆଉ 2016 ମାର୍ଚ୍ଚ 30ରେ ଅର୍ପିତା ପ୍ରଥମ ପୁଅ ଅହିଲ ଶର୍ମାଙ୍କୁ ଜନ୍ମଦେଇଥିଲେ । ଗତ ବର୍ଷ ରିଲିଜ ହୋଇଥିବା ‘ଲଭଯାତ୍ରୀ’ ଫିଲ୍ମ ଜରିଆରେ ଆୟୁଷ ବଲିଉଡରେ ଡେବ୍ୟୁ କରିଥିଲେ ।

Intro:Body:

Blank

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.