ETV Bharat / sitara

'ଗୋଲମାଲ୍'@14,  ସ୍ମୃତି ସେୟାର କଲେ ଅର୍ଶଦ-ତୁଷାର

author img

By

Published : Jul 14, 2020, 9:30 PM IST

2006, 14 ଜୁଲାଇରେ, ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ କମେଡି ଫିଲ୍ମ 'ଗୋଲମାଲ' ମୁକ୍ତିଲାଭ କରିଥିଲା । ଯାହା ଦର୍ଶକମାନଙ୍କୁ ବହୁତ ପସନ୍ଦ କରିଥିଲେ । ଆଜି ଫିଲ୍ମ ରିଲିଜ୍ ହେବାର 14 ବର୍ଷ ପୂରଣ କରିଛି । ଏହି ଅବସରରେ ଫିଲ୍ମର କାଷ୍ଟରେ ଥିବା ଅଭିନେତା ଅର୍ଶଦ ୱାର୍ସି ଏବଂ ତୁଷାର କପୁର ଫିଲ୍ମ ସହ ଜଡିତ କିଛି ସ୍ମୃତି ସେୟାର କରିଛନ୍ତି । ଅଧିକ ପଢନ୍ତୁ...

golmaal turns 14 arshad warsi tusshar kapoor get nostlagic
'ଗୋଲମାଲ୍'@14, ଫିଲ୍ମ ସହ ଜଡିତ ସ୍ମୃତି ସେୟାର କଲେ ଅର୍ଶଦ-ତୁଷାର

ମୁମ୍ବାଇ: ଆଜି ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ଗୋଲମାଲ: ଫନ ଅନଲିମିଟେଡ' ରିଲିଜ ହେବାର 14 ବର୍ଷ ପୂରଣ କରିଛି । ଏହି ଅବସରରେ ଫିଲ୍ମରେ ଅଭିନୟ କରିଥିବା ଅର୍ଶଦ ୱାର୍ସି, ତୁଷାର କପୁର ଏହି ଚଳଚ୍ଚିତ୍ର ସହ ଜଡିତ କିଛି ସ୍ମୃତି ସେୟାର କରିଛନ୍ତି ।

ଅଭିନେତା ଅଜୟ ଦେବଗନ୍, ଅର୍ଶଦ ୱାର୍ସି, ଶର୍ମାନ ଯୋଶୀ ଏବଂ ତୁଷାର କପୁରଙ୍କ ଅଭିନୀତ କମେଡି ଡ୍ରାମା ଚଳଚ୍ଚିତ୍ର 'ଗୋଲମାଲ: ଫନ ଅନଲିମିଟେଡ' ସେତେବେଳେ ବଡ଼ ହିଟ୍ ହୋଇଥିଲା ।

ମଙ୍ଗଳବାର ଦିନ ଅର୍ଶଦ ଟୁଇଟ୍ କରି କହିଛନ୍ତି, ପାଗଳପନ ଆରମ୍ଭ କରିବାର 14 ବର୍ଷ ବିତିଗଲାଣି .. ତଥାପି ଜାରି ରହିଛି ।

ଏହି ଚଳଚ୍ଚିତ୍ରରେ ତୁଷାର ଏକ ମୁକ ଚରିତ୍ରରେ ଅଭିନୟ କରିଥିଲେ । ତୁଷାର ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର କିଛି ପୋଷ୍ଟର ପୋଷ୍ଟ କରିଛନ୍ତି ।

ଫିଲ୍ମର ପୋଷ୍ଟର କ୍ୟାପସନରେ ତୁଷାର ଲେଖିଛନ୍ତି, 'ଗୋଲମାଲ: ଫନ ଅନଲିମିଟେଡ'କୁ 14 ବର୍ଷ 14/07/2006 । ଗୋଲମାଲ୍ ଫ୍ରାଞ୍ଚାଇଜ୍କୁ ଏତେ ଭଲପାଇବା ଦେଇଥିବାରୁ ଧନ୍ୟବାଦ । ଗୋଲମାଲ୍ ଟିମକୁ ମଧ୍ୟ ଧନ୍ୟବାଦ ।

2006 ରେ ମୁକ୍ତିଲାଭ କରିଥିବା ପ୍ରଥମ 'ଗୋଲମାଲ୍' ଚଳଚ୍ଚିତ୍ର ଫ୍ରାଞ୍ଚାଇଜ୍ ରେ ଚାରୋଟି ଚଳଚ୍ଚିତ୍ର ଅଛି । ପ୍ରଥମ 'ଗୋଲମାଲ୍' ଚଳଚ୍ଚିତ୍ରର ଦୁଇ ବର୍ଷ ପରେ ଏହାର ସିକ୍ୱେଲ୍ 'ଗୋଲମାଲ୍ ରିଟର୍ନସ୍' ମୁକ୍ତିଲାଭ କରିଥିଲା ​​।ତାପରେ 2010 ରେ 'ଗୋଲମାଲ୍ 3' ଆସିଲା । ଏହା ପରେ, 'ଗୋଲମାଲ୍ ଏଗେନ' 2017 ରେ ମୁକ୍ତିଲାଭ କରିଥିଲା ​। ଦର୍ଶକମାନେ ଏହି ସମସ୍ତ ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରିଥିଲେ ।

ପ୍ରକାଶ ଥାଉକି, ଏବେ ଫିଲ୍ମର 5ମ ଭାଗକୁ ଅପେକ୍ଷା କରିଛନ୍ତି ଦର୍ଶକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.