ETV Bharat / sitara

17 ବର୍ଷ ପୁରୁଣା ଫଟୋ ପୋଷ୍ଟ କରି ଚର୍ଚ୍ଚାରେ ପିସି

ସୋସିଆଲ ମିଡିଆରେ ଭାଇରାଲ ହେଲା ପ୍ରିୟଙ୍କାଙ୍କ 17 ବର୍ଷ ପୁରୁଣା ଫଟୋ । ପ୍ରଶଂସାରେ ସେଲିବ୍ରିଟି ଫ୍ରେଣ୍ଡ । ଅଧିକ ପଢନ୍ତୁ...

author img

By

Published : Jan 12, 2021, 3:06 PM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ପ୍ରିୟଙ୍କା ଚୋପ୍ରା

ମୁମ୍ବାଇ: ବଲିଉଡର ସେଲିବ୍ରିଟି ପ୍ରାୟତଃ ସୋସିଆଲ ମିଡିଆରେ ଫ୍ୟାନ୍ସଙ୍କ ପାଇଁ ଆକ୍ଟିଭ ରହିବାକୁ ପସନ୍ଦ କରନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା । ସେ ମଧ୍ୟ ଫ୍ୟାନ୍ସଙ୍କୁ ଖୁସ୍ କରିବା ପାଇଁ ନିଜ ସହ ସମ୍ପୃକ୍ତ ଥିବା କିଛି ନା କିଛି କଥା ସେୟାର କରୁଥିବାର ନଜର ଆସନ୍ତି । ହେଲେ ଏଥର ସେ ବହୁ ପୁରୁଣା ଫଟୋ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଦିୱାନା କରିଦେଇଛନ୍ତି । ଏବେ ଭାଇରାଲ ହେଉଛି ତାଙ୍କ 17 ବର୍ଷ ପୁରୁଣା ଫଟୋ ।

ଏହି ଫଟୋ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି, ‘ଲିନ ମିନ ଅଲ ଅଫ୍ 17 ।’ ଫଟୋରେ ପ୍ରିୟଙ୍କା ବେଲ ବଟମ ଜିନ୍ସ ଏବଂ ଜ୍ୟାକେଟ ପିନ୍ଧିଥିବାର ଦେଖାଯାଉଛନ୍ତି । ସେହିପରି ମଡେଲ ଭଳି ପୋଜ ମଧ୍ୟ ଦେଇଛନ୍ତି ସେ ।

ସେପଟେ ଫ୍ୟାନ୍ସଙ୍କ ସହ ସେଲିବ୍ରିଟି ଫ୍ରେଣ୍ଡ ମଧ୍ୟ ତାଙ୍କ ଏହି ପୋଷ୍ଟରେ କମେଣ୍ଟ କରିବାରେ ଲାଗିଛନ୍ତି । ଏହି କ୍ରମରେ ସାମିଲ ଅଛନ୍ତି ଦିୟା ମିର୍ଜା, ରାଜକୁମାର ରାଓ, କ୍ୟାଟ୍ରିନା କୈଫ ଭଳି ଷ୍ଟାର୍ସ ।

ପ୍ରକାଶ ଥାଉକି ଆସନ୍ତା 22 ତାରିଖରେ ରିଲିଜ ହେବାକୁ ଯାଉଛି ପ୍ରିୟଙ୍କା ଓ ରାଜକୁମାରଙ୍କ ‘ଦ ହ୍ବାଇଟ ଟାଇଗର’ । ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ରିଲିଜ ହେବ ଫିଲ୍ମ । ଗତ ବର୍ଷ ରିଲିଜ ହୋଇଥିଲା ଫିଲ୍ମର ଟ୍ରେଲର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.