ନୂଆଦିଲ୍ଲୀ : ବଲିଉଡ ସୁପରଷ୍ଟାର ଆମୀର ଖାନ ଏବଂ ଅଭିନେତ୍ରୀ ରାନୀ ମୁଖାର୍ଜୀଙ୍କ ଜବରଦସ୍ତ ବ୍ଲକବଷ୍ଟର ଚଳଚ୍ଚିତ୍ର 'ଗୁଲାମ' ରିଲିଜକୁ ଆଜି 23 ବର୍ଷ ପୁରିଛି । ଏହି ଫିଲ୍ମକୁ ଫ୍ୟାନ୍ସ ବହୁତ ପ୍ରଶଂସା କରିଥିଲେ । ଏହି ଚଳଚ୍ଚିତ୍ରର 'ଆତି କ୍ୟା ଖଣ୍ଡାଲା' ଗୀତ ସେହି ସମୟରେ ଏକ ଜବରଦସ୍ତ ହିଟ୍ ବୋଲି ପ୍ରମାଣିତ ହୋଇଥିଲା । କେବଳ ଏତିକି ନୁହେଁ, ଏହି ଗୀତର କ୍ରେଜ୍ ଏବେ ମଧ୍ୟ ବେଶ ଲୋକପ୍ରିୟ । ଏହି ଫିଲ୍ମରେ ଆମୀର ବହୁ କଠିନ ପରିଶ୍ରମ କରିଥିଲେ ।
କୁହାଯାଏ ଯେ, ଫିଲ୍ମର ଏକ ସିନ ସମୟରେ ଆମୀର ଏକ ବଡ ଦୁର୍ଘଟଣାରୁ ବଞ୍ଚିଥିଲେ । ଫିଲ୍ମର ଏକ ସିନରେ ଆମୀରଙ୍କୁ ଟ୍ରେନ ଆଗରେ ପତାକା ଧରି ଦୌଡିବାକୁ ପଡିଥିଲା । ନିର୍ମାତାମାନେ ପୂର୍ବରୁ ଆମୀରଙ୍କୁ ବୁଝାଇସାରିଥିଲେ ଯେ ଟ୍ରେନ୍ ଆସିବା ମାତ୍ରେ ତାଙ୍କୁ ଟ୍ରାକରୁ ଡେଇଁବାକୁ ପଡିବ, କିନ୍ତୁ ଆମୀର ସିନ କରିବା ସମୟରେ ଏତେ ହଜି ଯାଇଥିଲେ ଯେ ସେ ଦୌଡି ଟ୍ରେନର ବହୁ ନିକଟରେ ପହଞ୍ଚିଯାଇଥିଲେ ।
ଏହି ସିନ ସମୟରେ ଆମୀର ମୃତ୍ୟୁମୁହଁରୁ ବଞ୍ଚିଥିଲେ । ଏହି ସିନ ସାନପଡା ଷ୍ଟେସନରେ ସୁଟିଂ କରାଯାଇଥିଲା । ସୁଟିଂ ସମୟରେ ଆମୀରଙ୍କୁ ହାତରେ ଲାଲ୍ ପତାକା ଧରି ଟ୍ରାକରେ ଦୌଡ଼ିବାକୁ ପଡିଥିଲା ।
1998 ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଗୁଲାମ' 7 କୋଟି ବଜେଟରେ ନିର୍ମିତ ହୋଇଥିଲା । ଫିଲ୍ମଟି ବକ୍ସ ଅଫିସରେ ମଧ୍ୟ ବହୁତ ଭଲ ରୋଜଗାର କରିଥିଲା ।