ହାଇଦ୍ରାବାଦ: ଦୀପିକା ପାଦୁକୋନ ଏବଂ ସିଦ୍ଧାନ୍ତ ଚତୁର୍ବେଦୀ ଷ୍ଟାରର ଫିଲ୍ମ 'ଗେହରାଇୟାଁ'ର ଟ୍ରେଲର ଜାନୁଆରୀ 20 ରେ ମୁକ୍ତିଲାଭ କରିଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ଶକୁନ ବତ୍ରା । ଟ୍ରେଲରରେ ଚାରି-ଛଅ ଜଣଙ୍କୁ ଦେଖାଯାଇଛି । ଏଥିମଧ୍ୟରେ ଦୀପିକା ପାଦୁକୋନ, ସିଦ୍ଧାନ୍ତ ଚତୁର୍ବେଦୀ, ଅନନ୍ୟା ପାଣ୍ଡେ, ନସିରୁଦ୍ଦିନ ଶାହା, ରଜତ କପୁର ଏବଂ ଧୈର୍ଯ୍ୟ କରବା ଅଛନ୍ତି । ଚଳଚ୍ଚିତ୍ରରେ ପ୍ରେମୀଯୁଗଳଙ୍କ ପ୍ରେମସମ୍ପର୍କର ଡ୍ରାମା ପ୍ରତିଫଳିତ ହେଇଛି ।
- " class="align-text-top noRightClick twitterSection" data="">
ଟ୍ରେଲରରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳୁଛି । ଯଦି ଆମେ ଫିଲ୍ମର କାହାଣୀକୁ ଦେଖିବା, ତାହେଲେ ବଡ ଭଉଣୀ (ଦୀପିକା ପାଦୁକୋନ୍) ସାନ ଭଉଣୀ (ଅନନ୍ୟା ପାଣ୍ଡେ)ଙ୍କ ପ୍ରେମିକ (ସିଦ୍ଧାନ୍ତ ଚତୁର୍ବେଦୀ) ଙ୍କ ସହ ସମ୍ପର୍କ ସ୍ଥାପନ କରନ୍ତି । ଆଧୁନିକ ଯୁଗର ପ୍ରେମ ସମ୍ପର୍କ ଏତେ ଜଟିଳ ଯେ ପ୍ରେମିକ ଓ ପ୍ରେମିକା ବାସ୍ତବ ଜୀବନରେ ନିୟନ୍ତ୍ରଣ ହରାଇ ବସୁଛନ୍ତି । ଏ ପ୍ରେମ ସମ୍ପର୍କ ଏତେ ଗଭୀରକୁ ଯାଉଛି ଓ ଏମାନଙ୍କୁ ଏତେ ଦ୍ବନ୍ଦ୍ବରେ ପକାଉଛି ଯେ ଉଭୟ ଏକ ନିଶ୍ଚିତ ନିଷ୍ପତ୍ତିରେ ପହଞ୍ଚିପାରୁନାହାଁନ୍ତି ।
ଏହି ଚଳଚ୍ଚିତ୍ରଟି ଶକୁନଙ୍କ ଜୁସ୍କା ଫିଲ୍ମସ ପ୍ରଡକ୍ସନ ହାଉସ ସହିତ ଧର୍ମା ପ୍ରଡକ୍ସନ୍ ଓ ବାଇକମ୍-୧୮ ଷ୍ଟୁଡିଓ ମିଳିତ ସହଯୋଗରେ ନିର୍ମାଣ କରିଛନ୍ତି । ଏହି ଚଳଚ୍ଚିତ୍ରର ଓ୍ବାର୍ଲଡ ପ୍ରିମିୟର୍ ଫେବୃଆରୀ 11, 2022 ରେ ହେବ । ଭାରତ ସହିତ ବିଶ୍ବର 240 ଦେଶର ଦର୍ଶକ ଆମାଜନ ପ୍ରାଇମ ଭିଡିଓରେ ଏହି ଚଳଚ୍ଚିତ୍ରକୁ ଉପଭୋଗ କରିପାରିବେ । ଏହି ଚଳଚ୍ଚିତ୍ରର କାହାଣୀ ବିଦେଶୀ ସଂସ୍କୃତି ସହ ଖାପ ଖାଉଛି, ତେଣୁ ଏହି ଚଳଚ୍ଚିତ୍ରଟି 240 ଟି ଦେଶରେ ପ୍ରଦର୍ଶିତ ହେଉଛି । ଏହି ଧାରାବାହିକରେ ଫିଲ୍ମର 6ଟି ପୋଷ୍ଟର ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଯାହା ଦେଖି ଫିଲ୍ମ ଉପରେ ପ୍ରଶଂସକଙ୍କ ଆଗ୍ରହ ବଢିଯାଇଛି । ଦୀପିକା-ସିଦ୍ଧାନ୍ତ ପ୍ରଥମ ଥର ପାଇଁ ଏକ ଚଳଚ୍ଚିତ୍ରରେ ଏକାଠି ନଜର ଆସିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ