ମୁମ୍ବାଇ: ମଡେଲ ଓ ଅଭିନେତ୍ରୀ ଗୌହର ଖାନଙ୍କ ପରିବାରରେ ଶୋକର ଲହରୀ । ଆଖି ବୁଜିଲେ ତାଙ୍କ ପିତା । ଦୀର୍ଘ ସମୟରୁ ଅସୁସ୍ଥ ଥିବା ଜଫର ଅହମ୍ମଦ ଖାନଙ୍କ ଦେହାନ୍ତ ଆଜି ସକାଳେ ହୋଇଛି । ସେପଟେ ଏହି ଦୁଃଖଦ ଖବରର ସୂଚନା ଦେଇଛନ୍ତି ଗୌହରଙ୍କ ବନ୍ଧୁ ପ୍ରୀତି ସିମୋସ ।
ଗୌହରଙ୍କ ଭଉଣୀ ତଥା ଅଭିନେତ୍ରୀ ନିଗାର ଖାନ ପିତାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେବାକୁ ଦୁବାଇରୁ ଭାରତକୁ ଫେରୁଛନ୍ତି ।
- " class="align-text-top noRightClick twitterSection" data="
">
ଏହି ଦୁଃଖଦ ଖବରରେ ଭାଙ୍ଗି ପଡିଥିବା ଗୌହର ମଧ୍ୟ ସୋସିଆଲ ମିଡିଆରେ ଏକ ଭାବବିହ୍ବଳ ପୋଷ୍ଟ କରି ଲେଖିଛନ୍ତି, ‘ମୋ ହିରୋ ତୁମ ପରି କେହିଁ ନାହିଁନ୍ତି । ଯାହାଙ୍କୁ ମୁଁ ସବୁଠୁ ଅଧିକ ଭଲ ପାଏ । ମୋ ବାପାଙ୍କ ଦେହାନ୍ତ ହୋଇଛି । ମୋ ବାପାଙ୍କ ଆତ୍ମା ଭଲ ଦୂତ ଭାବରେ ସ୍ବର୍ଗକୁ ଯାଇଛି । ଆଲ୍ଲହାମଦୁଲିଲା ।’
- " class="align-text-top noRightClick twitterSection" data="
">