ETV Bharat / sitara

ଏଥର ଗଣେଶ ଚତୁର୍ଥୀ ପାଳିବେନି କପୁର ବଂଶ - ରାଜ କପୁର

ପ୍ରେମ ଏବଂ ଏକତା ପାଇଁ ଜଣାଯାଆନ୍ତି କପୁର ବଂଶ । ପ୍ରାୟତଃ କପୁର ପରିବାର ଅନେକ ଉତ୍ସବ ଧୁମଧାମରେ ପାଳନ କରନ୍ତି । କିନ୍ତୁ ଏଥର ଗଣପତିଙ୍କୁ ସ୍ବାଗତ କରିବେ ନାହିଁ କପୁର ପରିବାର ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ@ରଣବୀର କପୁର ଫ୍ୟାନକ୍ଲବ
author img

By

Published : Aug 30, 2019, 9:28 PM IST

Updated : Aug 30, 2019, 10:09 PM IST

ମୁମ୍ବାଇ: ବଲିଉଡର କପୁର ବଂଶରେ ସବୁବେଳେ ଏକତା ଏବଂ ଭାଇଚାରା ଦେଖିବାକୁ ମିଳିଥାଏ । ରାଜ କପୁରଙ୍କ ପାଇଁ ଆରକେ ଷ୍ଟୁଡିଓ ଉତ୍ସବ ପାଳନ କରିବାର ସ୍ଥାନ ଦୀର୍ଘ ସମୟରୁ ରହିଆସୁଥିଲା । ତେବେ ହୋଲି ହେଉ କିମ୍ବା ଗଣେଶ ଚତୁର୍ଥୀ । ରାଜ କପୁର ଖୁବ୍ ଉତ୍ସାହିତ ସହ ଏହି ଉତ୍ସବକୁ ପରିବାର ସହ ପାଳନ କରୁଥିଲେ । ତାଙ୍କ ନିଧନ ପରେ ତାଙ୍କ ପୁଅମାନେ ତଥା ବଲିଉଡର ଫେମସ ଅଭିନେତା ଏହି କାର୍ଯ୍ୟ ତୁଲାଇଥିଲେ ।

ଗତ 70 ଦଶକରୁ କପୁର ବଂଶ ଗଣେଶ ଚତୁର୍ଥୀ ଖୁବ୍ ଧୁମଧାମରେ ପାଳନ କରିଆସୁଛି । କିନ୍ତୁ ଏବେ କପୁର ପରିବାର ଦ୍ବାରା ଏହି ପରମ୍ପରାକୁ ଶେଷ କରିବାର ନିଷ୍ପତ୍ତି ନିଆଯାଇଛି । ରଣଧୀର କପୁର ଏହି ଦୁଃଖ ଖବର ପ୍ରଶଂସକଙ୍କ ସହ ସେୟାର କରିଛନ୍ତି ।

ଏକ ପବ୍ଲିକେଶନ ସହ କଥାବାର୍ତ୍ତା କରିବା ସମୟରେ ରଣଧୀର କହିଥିଲେ କି 2018ରେ ଗଣେଶ ଉତ୍ସବ ଆମର ଶେଷ ସେଲିବ୍ରେଶନ ଥିଲା । ପିତା ରାଜ କପୁର 70 ବର୍ଷ ପୂର୍ବେ ଗଣପତି ବପ୍ପାଙ୍କ ପ୍ରତି ଆସ୍ଥା ଏବଂ ପ୍ରେମ ଭାବନା ସହ ଏହି ପରମ୍ପରାର ଆରମ୍ଭ କରିଥିଲେ । କିନ୍ତୁ ଏବେ ଆମ ପାଖରେ କୌଣସି ସ୍ଥାନ ନାହିଁ ଯେଉଁଠାରେ ଏହି ଉତ୍ସବ ଆୟୋଜନ କରିପାରିବୁ । ଆମେ ସମସ୍ତେ ଗଣପତି ବପ୍ପାଙ୍କୁ ଖୁବ୍ ପ୍ରେମ କରୁଛୁ ଏବଂ ତାଙ୍କ ଉପରେ ଆଶ୍ରିତ ମଧ୍ୟ । ତାଙ୍କୁ ଏପରି ଲାଗୁଛି ଯେ ଆମେ ଏହି ନୂଆ ଟ୍ରାଡିଶନ ସହ ଆଗକୁ ବଢିପାରିବୁ ନାହିଁ ବୋଲି କହିଥିଲେ ରଣଧୀର ।

Intro:Body:Conclusion:
Last Updated : Aug 30, 2019, 10:09 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.