ETV Bharat / sitara

ସରୋଜଙ୍କ ଅଭିଯୋଗକୁ କୋରିଓଗ୍ରାଫର ଗଣେଶଙ୍କ ଖଣ୍ଡନ - ସିଡିଏ ବ୍ରାଣ୍ଡ ଆମ୍ବାସଡର ସରୋଜ ଖାନ

ବି-ଟାଉନର କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ ଏବେ ସରୋଜ ଖାନଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଶୁକ୍ରବାର କୋରିଓଗ୍ରାଫର ସରୋଜ ଗଣେଶଙ୍କ ଉପରେ ଡାନ୍ସର୍ସଙ୍କୁ ଶୋଷଣ କରି ଟଙ୍କା ଖାଉଛନ୍ତି ବୋଲି ଅଭିଯୋଗ ଆଣିଥିଲେ।

ganesh acharya
ଡିଜାଇନ ଫଟୋ
author img

By

Published : Jan 18, 2020, 4:45 PM IST

ମୁମ୍ବାଇ: ସିନେ ଡାନ୍ସର ଆସେସିଏସନ(ସିଡିଏ)ର ସଦସ୍ୟ ଓ ବ୍ରାଣ୍ଡ ଆମ୍ବାସଡର ସରୋଜ ଖାନ୍, ଗଣେଶ ଆଚାର୍ଯ୍ୟଙ୍କ ବିରୁଦ୍ଧରେ ଅଭିଯୋଗ ଆଣିଛନ୍ତି ଯେ, ସେ ନିଜ ପଦର ବ୍ୟବହାର କରି ଡାନ୍ସର୍ସଙ୍କୁ ଭ୍ରମିତ କରୁଛନ୍ତି। ଆଉ ସିଡିଏ ଭଳି ପୁରୁଣା ଆସୋସିଏସନର ପ୍ରତିଛବିକୁ ନଷ୍ଟ କରିବା ପାଇଁ ଅଲ ଅଣ୍ଡିଆ ଫିଲ୍ମ ଟେଲିଭିଜନ ଇଭେଣ୍ଟସ ଡାନ୍ସର ଆସୋସିଏସନ(ଏଆଇଏଫଟିଇଡିଏ)ର ସ୍ଥାପନା କରିଛନ୍ତି। ଏହା ମଧ୍ୟରେ ସରୋଜଙ୍କ ଅଭିଯୋଗକୁ ଖଣ୍ଡନ କରି ନିଜ ପ୍ରତିକ୍ରିୟା ରଖିଛନ୍ତି ଗଣେଶ ।

ଏକ ସାକ୍ଷାତକାରରେ କୋରିଓଗ୍ରାଫର ଗଣେଶ ନିଜ ପ୍ରତିକ୍ରିୟା ରଖି କହିଛନ୍ତି ଯେ୍ ସରୋଜ ଖାନ୍ ସମ୍ପୂର୍ଣ୍ଣ ଭୁଲ ଅଭିଯୋଗ ଆଣିଛନ୍ତି। ଯେତେବେଳେ ସିଡିଏ ବନ୍ଦ ହୋଇଯାଇଥିଲା ସେହି ସମୟରେ ସେ କାହିଁକି ପୁଣିଥରେ ଏହାକୁ ଖୋଲିବାରେ ସାହାଯ୍ୟ କରିନଥିଲେ। 15 ଲକ୍ଷ ଟଙ୍କାରେ 5 ଜଣ ବ୍ୟକ୍ତିଙ୍କୁ ସିଡିଏର ଓର୍ଡିନେଟର କରାଯାଇଥିଲା। 217 ମାଷ୍ଟର୍ସ ସାଇନ କରିଥିଲେ ଯେ ତାଙ୍କୁ ଓର୍ଡିନେଟର ଆବଶ୍ୟକ ନାହିଁ। କ’ଣ ଫେଡରେସନର ଲୋକ ଡାନ୍ସ ଜାଣିଛନ୍ତି। କ’ଣ ସେ ଜାଣିଛନ୍ତି କିଏ ଭଲ ଡାନ୍ସର?

ଭିଡିଓ ସୌଜନ୍ୟ: ଏଏନଆଇ

ସରୋଜ ଖାନଙ୍କୁ ଡାନ୍ସର୍ସଙ୍କ ସାହାଯ୍ୟ ପାଇଁ ସାମ୍ନାକୁ ଆସିବାକୁ ପଡିବ । ସିଡିଏରେ ରି-ଇଲେକଶନ ହେବାର ଆବଶ୍ୟକତା ରହିଛି। 2018ରେ ଆରମ୍ଭ ହୋଇଥିବା ଆଇନଗତ ଲଢେଇ ପାଇଁ ସିଡିଏ 6 ମାସ ପୂର୍ବେ ବନ୍ଦ ହୋଇଯାଇଥିଲା। ହେଲେ କିଛି ଲୋକ ଏହାକୁ ବିନା କୌଣସି କୋର୍ଟ ଆଦେଶ ଦେଖାଇ ଖୋଲିଥିଲେ ।

ଆଉ ବିନା ନିର୍ବାଚନରେ ସିଡିଏର ବିଭିନ୍ନ ପଦବୀକୁ ପୂରଣ ଥିଲେ। ଏବେ ସେମାନେ ଡାନ୍ସର୍ସଙ୍କୁ ଆସୋସିଏସନକୁ ଦ୍ବିତୀୟ ଥର ସାମିଲ ହେବାକୁ କହୁଛନ୍ତି। ସେ ଡାନ୍ସର୍ସଙ୍କ ସହ ଠିଆ ହୋଇଛନ୍ତି। ସେ ଭାବନାତ୍ମକ ରୂପେ ଡାନ୍ସର୍ସଙ୍କ ସହ ସମ୍ପୃକ୍ତ ଅଛନ୍ତି ବୋଲି କହିଛନ୍ତି ଗଣେଶ। ପ୍ରକାଶ ଥାଉକି ପୂର୍ବରୁ ଗଣେଶ ଓ ତାଙ୍କ ପିତା ସିଡିଏର ସଦସ୍ୟ ଥିଲେ । ଏହି ବିବାଦ ସେହି ସମୟରେ ଆରମ୍ଭ ହୋଇଥିଲା ଯେବେ ଜଣାପଡିଥିଲା ଯେ ଗଣେଶ ଡାନ୍ସର୍ସଙ୍କୁ କମ ଟଙ୍କାରେ କାମ କରାଉଛନ୍ତି।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.