ETV Bharat / sitara

ଶିଳ୍ପା-ରାଜଙ୍କ ବିରୁଦ୍ଧରେ ପୁଣି ଠକେଇ ଅଭିଯୋଗ

author img

By

Published : Mar 7, 2020, 12:43 AM IST

ଏଥର ନିବେଶକୁ ନେଇ ଫସିଲେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ରାଜ କୁନ୍ଦ୍ରା । 2014ରେ ଆରମ୍ଭ ହୋଇଥିବା ସତଯୁଗ ଗୋଲ୍ଡ ସ୍କିମ ଦ୍ବାରା ସେ ଠକେଇ କରିଥିବା ଅଭିଯୋଗ ଲାଗିଛି।

shilpa shetty
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଶିଳ୍ପା ସେଟ୍ଟୀ

ମୁମ୍ବାଇ: ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଓ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରା ନିକଟରେ ଦ୍ବିତୀୟଥର ବାପାମାଆ ସାଜିଥିଲେ । ସରୋଗେସି ଜରିଆରେ ଶିଳ୍ପା ବେବି ଗାର୍ଲର ମା' ହୋଇଛନ୍ତି। ଇତିମଧ୍ୟରେ ଏହି ଯୋଡିଙ୍କ ଉପରେ କଥିତ ରୂପେ ଠକେଇ ଅଭିଯୋଗ ସାମ୍ନାକୁ ଆସିଛି। ଏଥର ସୁନା ବେପାର କରୁଥିବା କମ୍ପାନୀ ସତଯୁଗ ଗୋଲ୍ଡ ପ୍ରାଇଭେଟ ଲିମିଟେଡ(ଏସଜିପିଏଲ) ଏହି ମାମଲାରେ ସମ୍ପୃକ୍ତ ଅଛି । ଯାହାର ଏହି ଯୋଡି ପୂର୍ବତନ ନିର୍ଦ୍ଦେଶକ ଥିଲେ। ବର୍ତ୍ତମାନ ମୁମ୍ବାଇରେ ରହୁଥିବା ଜଣେ ପ୍ରବାସୀ ଭାରତୀୟ ବିଜନେସମ୍ୟାନ ସଚିନ ଜେ. ଯୋଶୀ ଦୁଇଜଣଙ୍କ ବିରୋଧରେ ପୋଲିସରେ ଅଭିଯୋଗ ଦାୟର କରିଛନ୍ତି।

ଆଉ ଅଭିଯୋଗରେ ଦାବି କରିଛନ୍ତି ଯେ ପ୍ରଥମେ ତାଙ୍କୁ ପ୍ରଲୋଭନ ଦିଆଯାଇଥିଲା। ପରେ 2014ରେ ଆରମ୍ଭ ହୋଇଥିବା ଏସଜିପିଏଲ ସତଯୁଗ ଗୋଲ୍ଡ ସ୍କିମ ଦ୍ବାରା ତାଙ୍କ ସହ ଠକେଇ କରାଯାଇଥିଲା । ଏହି ମାମଲାକୁ ଆଧାର କରି ସେ ମୁମ୍ବାଇ ସ୍ଥିତ ଖାର ପୋଲିସ ଷ୍ଟେସନରେ ଶିଳ୍ପା, ରାଜ, ଗଣପତି ଚୌଧୁରୀ, ମହମ୍ମଦ ସୈଫି ସହିତ ଏସଜିପିଏଲର ଅନ୍ୟ ଅଧିକାରୀଙ୍କ ବିରୋଧରେ ଠକେଇ ଅଭିଯୋଗ ରୁଜୁ କରିଛନ୍ତି।

ପୋଲିସ ଷ୍ଟେସନର ଜଣେ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ ଏହି ମାମଲାରେ ତଦନ୍ତ ଚାଲିଛି। ଏହାବ୍ୟତୀତ ସେ ଅନ୍ୟ କୌଣସି ଖୁଲାସା କରିନାହାଁନ୍ତି। ଏହି ବିଷୟରେ ଜାଣିବା ପାଇଁ ଶିଳ୍ପାଙ୍କ ସହ ଅନେକଥର ସମ୍ପର୍କ କରାଯାଇଛି, ହେଲେ ତାଙ୍କ ସହ ଏଯାବତ କଥାବାର୍ତ୍ତା ହୋଇପାରିନାହିଁ।

ଯୋଶୀଙ୍କ ଅନୁଯାୟୀ ସତଯୁଗ ଗୋଲ୍ଡ ସ୍କିମ ଦ୍ବାରା ବିକ୍ରି କରାଯାଇଥିବା ପାଞ୍ଚ ବର୍ଷର ସ୍ବର୍ଣ୍ଣ ଯୋଜନା ସହ କିଣୁଥିବା ଲୋକଙ୍କୁ ଡିସ୍କାଉଣ୍ଟ ରେଟରେ ସତଯୁଗ ଗୋଲ୍ଡ କାର୍ଡ ଉପଲବ୍ଧ କରାଯାଇଥିଲା । ଏହାସହ 5 ବର୍ଷ ପରେ ସୁନାର ଏକ ନିର୍ଦ୍ଧାରିତ ମାତ୍ରାର ମୂଲ୍ୟ ଦିଆଯିବାର ପ୍ରତିଜ୍ଞା କରାଯାଇଥିଲା ।

ଅନ୍ୟପଟେ ଯୋଶୀଙ୍କ ପ୍ରବକ୍ତା କହିଛନ୍ତି ଯେ 2014 ମାର୍ଚ୍ଚରେ ସେହି ସମୟର ମୂଲ୍ୟ ଆଧାରରେ ପାଖାପାଖି 18.58 ଲକ୍ଷ ଟଙ୍କା ଦେଇ ଏକ କିଲୋଗ୍ରାମ ସୁନା କିଣିଥିଲେ। ବର୍ତ୍ତମାନ ସୁନାର ଯାହା ମୂଲ୍ୟ ଅଛି ସେହି ହିସାବରେ ସେହି ସମୟରେ ନିବେଶ କରାଯାଇଥିବା ସୁନାର ମୂଲ୍ୟ ପାଖାପାଖି 44 ଲକ୍ଷ ଟଙ୍କା । କାରଣ ଆଜି ପ୍ରତି କିଲୋଗ୍ରାମ ସୁନାର ମୂଲ୍ୟ 4.40 କୋଟି ଟଙ୍କାରେ ପହଞ୍ଚିଲାଣି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.