ETV Bharat / sitara

ହ୍ରିତିକଙ୍କ ବିରୋଧରେ ଠକେଇ ମାମଲା - fraud

ହ୍ରିତିକଙ୍କ ବିରୋଧରେ ହୋଇଛି ମାମଲା ରୁଜୁ । ମିଛ ପ୍ରବଞ୍ଚନା କରିଥିବା ଅଭିଯୋଗ ହୋଇଛି ।

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ/hrithikroshan
author img

By

Published : Jul 11, 2019, 8:37 AM IST

ହାଇଦ୍ରାବାଦ: ବଲିଉଡ ଅଭିନେତା ହ୍ରିତିକ ରୋଶନଙ୍କ ବିରୋଧରେ ମାମଲା ରୁଜୁ । ମିଥ୍ୟା ପ୍ରବଞ୍ଚନା ପାଇଁ ହ୍ରିତିକଙ୍କ ବିରୋଧରେ ହୋଇଛି ମାମଲା । ଅଭିଯୋଗକାରୀଙ୍କ କହିବା କଥା ହେଲଥ ସେଣ୍ଟରର ତିନି ନିର୍ଦ୍ଦେଶକ ଓ ହ୍ରିତିକ ଲୋକଙ୍କୁ ଅନେକ ପ୍ରକାରର ପ୍ରତିଶୃତି ଦେଇ ପୁରଣ କରୁନାହାଁନ୍ତି । ତେବେ ଏହି ମାମଲାରେ ତେଲେଙ୍ଗାନାର ହାଇକୋର୍ଟ ଚାରି ସପ୍ତାହ ପର୍ଯ୍ୟନ୍ତ ହ୍ରିତିକଙ୍କ ଉପରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ନିଷ୍ପତ୍ତି ଶୁଣେଇଛି ।

ପ୍ରକାଶଥାଉକି, ଅଭିଯୋଗକାରୀ ଜଣଙ୍କ କହିବା କଥା, ହେଲଥ୍ ସେଣ୍ଟରରେ ପ୍ରତିଦିନ ୱାର୍କଆଉଟ କରାଯାଉନାହିଁ । ଏପିରିକି ସେ ପ୍ରତିଦିନ ଅଭ୍ୟାସ କରିବା ପାଇଁ ଟଙ୍କା ଦେଇଛନ୍ତି ମାତ୍ର କୌଣସି ପ୍ରକାର ସୁବିଧା ତାଙ୍କୁ ମିଳିନାହିଁ । ସେଣ୍ଟର ଓଜନ କମେଇବ ବୋଲି ଯେଉଁ ପ୍ରତିଶୃତି ଦେଇଥିଲା ତାକୁ ମଧ୍ୟ ରକ୍ଷା କରିନି ।

ତେବେ କୋର୍ଟ ଉଭୟ ପୋଲିସ ଓ ଅଭିଯୋଗକାରୀଙ୍କୁ ହ୍ରିତିକଙ୍କ ବିରୋଧରେ ପ୍ରମାଣ ଦସ୍ତାବିଜ ଉପସ୍ଥାପନା କରିବା ପାଇଁ ଚାରି ସପ୍ତାହା ସମୟ ଦେଇଛି ଓ ଏହି ସମୟ ଭିତରେ ହ୍ରିତିକଙ୍କ ଉପରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ।

Intro:Body:

BLANK

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.