ETV Bharat / sitara

ଶେଷ ହେଲା ମଣି ରତ୍ନମଙ୍କ ଆଗାମୀ ଫିଲ୍ମର ପ୍ରଥମ ସିଡ୍ୟୁଲ ସୁଟିଂ - ବିକ୍ରମଙ୍କ ବହୁପ୍ରତିକ୍ଷିତ ଫିଲ୍ମ

ଚର୍ଚ୍ଚାରେ ନିର୍ଦ୍ଦେଶକ ମଣି ରତ୍ନଙ୍କ ଆଗାମୀ ଫିଲ୍ମ। ଏହା ଏକ ମଲ୍ଟି ଷ୍ଟାରର ଫିଲ୍ମ। ଯେଉଁଥିରେ ବଲିଉଡ ଓ ସାଉଥର ଫେମସ କଳାକାରଙ୍କୁ ଦେଖିବାକୁ ପାଇବେ ଦର୍ଶକ।

historical drama film
ଡିଜାଇନ ଫଟୋ
author img

By

Published : Feb 16, 2020, 3:39 AM IST

ମୁମ୍ବାଇ: ଭାରତୀୟ ସିନେମାର ସବୁଠାରୁ ଫେମସ ନିର୍ଦ୍ଦେଶକଙ୍କ ମଧ୍ୟରୁ ଅନ୍ୟତମ ମଣି ରତ୍ନମ ଖୁବଶୀଘ୍ର କଲ୍କି କ୍ରିଷ୍ଣାମୂର୍ତ୍ତିଙ୍କ କାଳ୍ପନିକ ଐତିହାସିକ ଉପନ୍ୟାସ ‘ପୋନ୍ନିୟନ ସେଲଭନ’ ଉପରେ ଫିଲ୍ମ ନିର୍ମାଣ କରିବାକୁ ଯାଉଛନ୍ତି। ଏହି ଉପନ୍ୟାସ ଉପରେ ଫିଲ୍ମ ନିର୍ମାଣ କରିବା ତାଙ୍କ ଇଚ୍ଛା 26 ବର୍ଷ ପୁରୁଣା। ହେଲେ ଆର୍ଥିକ ସମସ୍ୟା ପାଇଁ ସେ ଏହି ପ୍ରୋଜେକ୍ଟ ଉପରେ କାମ କରିପାରିନଥିଲେ। ଏଯାବତ ଫିଲ୍ମର ଟାଇଟଲର ଖୁଲାସା ହୋଇନାହିଁ।

ଗତବର୍ଷ ଡିସେମ୍ବରରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଥିଲା। ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଐଶ୍ଚର୍ଯ୍ୟା ରାୟ ବଚ୍ଚନ, ବିକ୍ରମ, କାର୍ଥୀ, ତୁଷା କ୍ରିଷ୍ଣନ ଓ ଜୟମ ରବି ଭଳି ହିନ୍ଦୀ ଏବଂ ସାଉଥ ସିନେମାର ଫେମସ କଳାକାର କାମ କରୁଥିବାର ନଜର ଆସିବେ। ବର୍ତ୍ତମାନ ଫିଲ୍ମର ପ୍ରଥମ ସିଡ୍ୟୁଲ ସୁଟିଂ ଶେଷ ହୋଇଯାଇଛି। ଆଉ ଖୁବଶୀଘ୍ର ଫିଲ୍ମର ଦ୍ବିତୀୟ ସିଡ୍ୟୁଲ ସୁଟିଂ ଆରମ୍ଭ ହେବ।

ନିକଟରେ ଶୁଣିବାକୁ ମିଳିଥିଲା ଯେ ଏହି ଫିଲ୍ମରେ ଅଭିନେତ୍ରୀ ସୋଭିତା ଧୁଲିପାଲା ସାମିଲ ହୋଇଛନ୍ତି । ଯିଏ ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ନର୍ତକି। ସୋଭିତାଙ୍କୁ ଫିଲ୍ମରେ ରାଜକୁମାରୀ ଭୂମିକା ପାଇଁ ଚୟନ କରାଯାଇଛି। ପ୍ରକାଶ ଥାଉକି ମଣି ରତ୍ନମଙ୍କ ସହ ଐଶ ପୂର୍ବରୁ ମଧ୍ୟ କାମ କରିସାରିଛନ୍ତି । 2010ରେ ଆସିଥିବା ଫିଲ୍ମ ‘ରାବଣ’ରେ ସେ ଅଭିନୟ କରିଥିଲେ। ଏହି ଫିଲ୍ମରେ ତାଙ୍କ ସ୍ବାମୀ ଭୂମିକାରେ ବିକ୍ରମ ନଜର ଆସିଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.