ETV Bharat / sitara

ଉଦ୍ଦାମ ସିଂଙ୍କ ଚରିତ୍ରରେ ଭିକ୍କୀ କୌଶଲ

author img

By

Published : Apr 30, 2019, 1:12 PM IST

ଭିକ୍କୀ କୌଶଲଙ୍କୁ ଦେଖିବାକୁ ମିଳିବ ଉଦ୍ଦାମ ସିଂଙ୍କ ଚରିତ୍ରରେ । ଉଦ୍ଦାମ ସିଂଙ୍କ ଲୁକରେ ଥିବା ଭିକ୍କୀଙ୍କର ଏକ ଫଟୋ ସେୟାର କରିଛନ୍ତି ଚଳଚ୍ଚିତ୍ର ସମୀକ୍ଷକ ତରଣ ଆଦର୍ଶ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ହାଇଦ୍ରାବାଦ: ଉରୀ ଦ ସର୍ଜିକାଲ ଷ୍ଟ୍ରାଇକର 'ହି ମ୍ୟାନ' ଭିକ୍କୀ କୌଶଲ ଏବେ ଉଦ୍ଦାମ ସିଂଙ୍କ ବାୟୋପିକରେ ନଜର ଆସିବେ । ଫିଲ୍ମରେ ତାଙ୍କୁ ଉଦ୍ଦାମ ସିଂଙ୍କ ଚରିତ୍ରରେ ଦେଖିବାକୁ ମିଳିବ । ଚଳଚ୍ଚିତ୍ର ସମୀକ୍ଷକ ତରଣ ଆଦର୍ଶ ଟ୍ବିଟରରେ ସୁଦାମ ସିଂଙ୍କ ଅବତାରରେ ଥିବା ଭିକ୍କୀଙ୍କ ଏକ ଫଟୋ ସେୟାର କରିଛନ୍ତି ।

taran adarsh
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଭିକ୍କୀଙ୍କ ମୁହଁରୁ ରାଗ ଓ ତୀବ୍ରତା ପୁରା ସ୍ପଷ୍ଟ ବାରି ହୋଇପଡୁଛି । ଭିକ୍କୀଙ୍କୁ ଏଥିରେ ଅତି ଗମ୍ଭୀର ଚରିତ୍ରରେ ଦେଖିବାକୁ ମିଳିବ । ଫିଲ୍ମଟି 2020ରେ ପରଦା ଉପରକୁ ଆସିବ । କାହାଣୀ ଲେଖିଛନ୍ତି ରିତେଶ ସାହା ଓ ଶୁଭେନ୍ଦୁ ଭଟ୍ଟାଚାର୍ଯ୍ୟ । ଏହାକୁ ନିର୍ଦ୍ଦେଶନା ଦେଇଛନ୍ତି ସୁଜିତ ସରକାର ।

ତେବେ ଉଦ୍ଦାମ ସିଂ 1919ରେ ବ୍ରିଟିଶ ସରକାରଙ୍କ ଦ୍ବାରା ହୋଇଥିବା ନରସଂହାରର ପ୍ରତିଶୋଧ ନେବା ପାଇଁ ବ୍ରିଟିଶ ସରକାର ଅମଳରେ ଥିବା ପଞ୍ଜାବର ପୂର୍ବ ଉପରାଜ୍ୟପାଳ ମାଇକେଲ ଓ' ଡାୟରଙ୍କୁ ହତ୍ୟା କରିଥିଲେ ।

Intro:Body:

BANA

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.