ହାଇଦ୍ରାବାଦ: ଏମିଲି ବ୍ଲଣ୍ଟଙ୍କ ‘ଦି ଗାର୍ଲ ଅନ ଦି ଟ୍ରେନ’ରୁ ପ୍ରେରିତ ଫିଲ୍ମରେ ଖୁବ ଶୀଘ୍ର ପରୀଣିତିଙ୍କୁ ଦେଖିବାକୁ ମିଳିବ । ନିଜର ଡ୍ରିମ ପ୍ରୋଜେକ୍ଟକୁ ପୁରା କରିବା ପାଇଁ ଲଣ୍ଡନରେ ସୁଟିଂ ସାରି ଫେରିଛନ୍ତି ଓ ଫିଲ୍ମର ଫାଷ୍ଟ ଲୁକ ସେୟାର କରିବେ ବୋଲି କହିଥିଲେ ପରୀ ।
ବର୍ତ୍ତମାନ ପରୀ ଫିଲ୍ମରେ ନିଜ ଲୁକକୁ ସେୟାର କରିଛନ୍ତି । ଥ୍ରୀଲର ଫିଲ୍ମରେ ପରୀଙ୍କ ଥ୍ରୀଲ ଲୁକ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିବ ଓ ଫିଲ୍ମ ଦେଖିବାକୁ ପ୍ରୋତ୍ସାହିତ କରିବ । ବାଥଟବରେ ପରୀ ରକ୍ତାକ୍ତ ଅବସ୍ଥାରେ ବସିଥିବାର ଦେଖିବାକୁ ମିଳିବ ।
ତେବେ ଫିଲ୍ମର ନିର୍ଦ୍ଦେଶକ ରିଭୁ ଦଶଗୁପ୍ତା ପରୀଣିତିଙ୍କ ଅଭିନୟର ବେଶ ପ୍ରସଂଶା କରିଥିଲେ । ରିଲିଆନ୍ସ ଏଣ୍ଟରଟେନମେଣ୍ଟ ଫିଲ୍ମର ପ୍ରଯୋଜନା ଭାର ସମ୍ଭାଳିଛି । ପଲା ହକିନ୍ସଙ୍କ ନୋଭେଲରୁ ପ୍ରେରିତ ଫିଲ୍ମର କାହାଣୀ । ପରୀଙ୍କ ସହ କିର୍ତ୍ତୀ କୁଲ୍ହାରୀଙ୍କୁ ଦେଖିବାକୁ ମିଳିବ ।