ETV Bharat / sitara

ବିବାଦୀୟ ଟ୍ବିଟ ପାଇଁ ହଟହଟା କେଆରକେ, ଏଫଆଇଆର ରୁଜୁ - ଋଷି ଓ ଇରଫାନଙ୍କ ଉପରେ ଟ୍ବିଟ

କାଳ ସାଜିଲା ଟ୍ବିଟ । ଜେଲ୍ ଯାଇପାରନ୍ତି ପ୍ରଯୋଜକ କମାଲ ଆର ଖାନ । ଋଷି ଓ ଇରଫାନଙ୍କ ଉପରେ ଟ୍ବିଟ କରି ଫସିଲେ ସେ...

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କମାଲ ଆର ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କମାଲ ଆର ଖାନ
author img

By

Published : May 22, 2020, 11:00 PM IST

ମୁମ୍ବାଇ: ଫେମସ ପ୍ରଯୋଜକ, ଅଭିନେତା କମାଲ ଆର ଖାନ ଓରଫ କେଆରକେ ସବୁବେଳେ ନିଜ ବିବାଦୀୟ ବୟାନ ଓ ଟ୍ବିଟ ପାଇଁ ଚର୍ଚ୍ଚାରେ ରୁହନ୍ତି । ସେ ଏବେ ପୁଣିଥରେ ନିଜ ବୟାନ ପାଇଁ ବିବାଦ ଘେରରେ ଆସିଛନ୍ତି । ଏବେ ତାଙ୍କ ଟ୍ବିଟ ତାଙ୍କରି ଉପରେ ଭାରି ପଡିଛି । ବର୍ତ୍ତମାନ ଟ୍ବିଟକୁ ଆଧାର କରି ତାଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି । ପୋଲିସ ସୂଚନା ଅନୁଯାୟୀ କେଆରକେଙ୍କ ନାମରେ ବୁଧବାର ବ୍ରାନ୍ଦା ପୋଲିସ ଷ୍ଟେସନରେ ଏଫଆଇଆର ରୁଜୁ କରାଯାଇଛି ।

ମାମଲାଟି ହେଲା ଯେ ସେ ବିଶିଷ୍ଟ ଅଭିନେତା ଅଭିନେତା ଋଷି କପୁର ଓ ଇରଫାନ ଖାନଙ୍କ ଉପରେ କିଛି ଦିନ ପୂର୍ବରୁ ଦୁଇଟି ଆପତ୍ତିଜନକ ଟ୍ବିଟ କରିଥିଲେ । ଏହାକୁ ଆଧାର କରି ଯୁବ ସେନା କୋର କମିଟିର ସଦସ୍ୟ ରାହୁଲ କନଲ ଗତ 30 ତାରିଖରେ ତାଙ୍କ ବିରୋଧରେ ଏହି ମାମଲା ରୁଜୁ କରିଥିଲେ ।

ପ୍ରକାଶ ଥାଉ କି କେଆରକେ ନିଜ ଟ୍ବିଟରେ ଲେଖିଥିଲେ, ‘ଋଷି କପୁରଙ୍କୁ ଏଚଏନ ରିଲାଏନ୍ସ ମେଡିକାଲରେ ଭର୍ତ୍ତି କରାଯାଇଛି । ମୁଁ ତାଙ୍କୁ କହିବାକୁ ଚାହୁଁଛି ଯେ ସାର୍ ସୁସ୍ଥ ହୋଇ ଫେରିଆସିବେ, ଚାଲିଯିବନି । କାରଣ ମଦ ଦୋକାନ ଆଉ ଦୁଇ, ତିନି ଦିନରେ ଖୋଲିବାକୁ ଯାଉଛି ।’

ଏହିପରି ଆପତ୍ତିଜନକ ଟ୍ବିଟ କରିବା ପାଇଁ ତାଙ୍କ ବିରୋଧରେ ଧାରା 294 ଏବଂ ଆଇପିସିର ଅନ୍ୟାନ୍ୟ ବ୍ୟବସ୍ଥା ଅନୁଯାୟୀ ଏକ ଏଫଆଇଆର ଦାଖଲ କରାଯାଇଛି । ତେବେ ତାଙ୍କୁ ଗିରଫ କରାଯାଇ ନାହିଁ ଏବଂ ଅଧିକ ତଦନ୍ତ ଜାରି ରହିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.