ETV Bharat / sitara

ସଲମାନ ଖାନ ଓ Being Humanଙ୍କ ବିରୋଧରେ ଏତଲା

author img

By

Published : Jul 8, 2021, 8:48 PM IST

ସଲମାନ ଖାନ ଓ ତାଙ୍କ ପୋଷାକ ବ୍ରାଣ୍ଡ କମ୍ପାନୀ Being Human ନାମରେ ଏତଲା ଦାଏର ହୋଇଛି । ଅଧିକ ପଢନ୍ତୁ...

ସଲମାନ ଖାନ ଓ Being Humanଙ୍କ ବିରୋଧରେ ଏତଲା
ସଲମାନ ଖାନ ଓ Being Humanଙ୍କ ବିରୋଧରେ ଏତଲା

ଚଣ୍ଡିଗଡ଼: ବଲିଉଡର ସୁପରଷ୍ଟାର ସଲମାନ ଖାନ, ଭଉଣୀ ଅଲଭିରା ଏବଂ Being Human କମ୍ପାନୀର ଅନେକ ଅଧିକାରୀଙ୍କ ବିରୋଧରେ ଚଣ୍ଡିଗଡ଼ରେ FIR ଦାଖଲ କରାଯାଇଛି । ଏହି ଅଭିଯୋଗ ଚଣ୍ଡିଗଡ଼ର ମଣିମାଜରା ସହରର ଜଣେ ବ୍ୟବସାୟୀ ଅରୁଣ ଗୁପ୍ତାଙ୍କ ଦ୍ବାରା ପଞ୍ଜୀକୃତ ହୋଇଛି ।

ସୁପରଷ୍ଟାର ସଲମାନ ନିଜ ପୋଷାକ କମ୍ପାନୀ ବିଙ୍ଗ ହ୍ୟୁମାନ ପାଇଁ 3 କୋଟି ଖର୍ଚ୍ଚ କରିଥିଲେ । କିନ୍ତୁ କମ୍ପାନୀ ଦିଲ୍ଲୀରୁ ମର୍ଚ୍ଚାଣ୍ଡାଇଜ ପଠାଉ ନାହିଁ । କମ୍ପାନୀର ୱେବସାଇଟ ମଧ୍ୟ ଡାଉନ ରହୁଥିବା ଅରୁଣ ଅଭିଯୋଗ କରିଛନ୍ତି । ତେବେ କମ୍ପାନୀ ନାମରେ କୋଟି କୋଟି ଟଙ୍କା ଠକିଛନ୍ତି । ଏଥିଲାଗି ସେ କମ୍ପାନୀ ଓ ସଲମାନଙ୍କ ନାମରେ ଏତଲା ଦାଏର କରିଛନ୍ତି ବୋଲି କହିଛନ୍ତି । ଏହି ମାମଲା କମ୍ପାନୀ ସିଇଓ ପ୍ରକାଶ କାପାରେ, ଭଉଣୀ ଅଲଭିରାଙ୍କ ନାମରେ ଦାଏର ହୋଇଛି ।

ଅରୁଣ କହିଛନ୍ତି ଯେ ସଲମାନ ତାଙ୍କୁ ଚଣ୍ଡିଗଡ଼ର ମଣିମାଜରାଠାରେ ଏକ ଶୋ’ରୁମ ଖୋଲିବାକୁ କହିଥିଲେ । ସେ ବିଙ୍ଗ ହ୍ୟୁମାନ ପୋଷାକ ବ୍ରାଣ୍ଡ ନାମରେ ଏକ ଶୋ’ରୁମ୍ ମଧ୍ୟ ଖୋଲିଥିଲେ । ଶୋ’ରୁମ ନିର୍ମାଣ ପାଇଁ 1 କୋଟି ଏବଂ ନବୀକରଣ ପାଇଁ 2 କୋଟି ଖର୍ଚ୍ଚ କରିଥିଲେ । ଏହାସହିତ ସଲମାନ ତାଙ୍କୁ ବିଗ୍‌ବସ୍‌ ସେଟକୁ ଡାକି ଶୋ’ରୁମ ଖୋଲିବାକୁ ନେଇ ଖୁସି ବ୍ୟକ୍ତ କରିଥିଲେ ବୋଲି ସେ କହିଛନ୍ତି ।

ଚଣ୍ଡିଗଡ଼ ପୋଲିସ ଅରୁଣଙ୍କ ଅଭିଯୋଗ ଅନୁଯାୟୀ ଏତଲା ଦାଏର କରିଛି । ସଲମାନଙ୍କୁ ଏହି ମାମଲାରେ ଉତ୍ତର ଦେବା ପାଇଁ 10 ଦିନ ସମୟ ଦିଆଯାଇଛି ବୋଲି ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.