ETV Bharat / sitara

ମ୍ୟାଡମ ତୁଷାଦରେ କରନ - wax

ଖୁବଶୀଘ୍ର ସିଙ୍ଗାପୁର ମ୍ୟାଡମ ତୁଷାଦରେ ନିର୍ଦ୍ଦେଶକ କରନ ଜୋହରଙ୍କ ପ୍ରତିମୂର୍ତ୍ତି ଦେଖିବାକୁ ମିଳିବ । ଏହାସହ ସେଠାରେ ଅଲ୍ଟିମେଟ ଫିଲ୍ମ ଷ୍ଟାର ଜୋନ ଲଞ୍ଚ କରାଯିବ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/ଇନଷ୍ଟାଗ୍ରାମ@କରନ ଜୋହର
author img

By

Published : Apr 3, 2019, 3:45 AM IST

ମୁମ୍ବାଇ: ବଲିଉଡର ପପୁଲାର ଫିଲ୍ମ ନିର୍ମାତା କରନ ଜୋହର ନିଜ ଖାସ୍ ଷ୍ଟାଇଲ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ତାଙ୍କ ଫ୍ୟାନ୍ସଙ୍କ ପାଇଁ ଆଉ ଏକଖୁସି ଖବର ସାମ୍ନାକୁ ଆସିଛି । ଯାହା ଶୁଣି ଫ୍ୟାନ୍ସ ବହୁତ ଖୁସି ହେବେ । କଥାଟି ହେଲା କି ଏବେ ସିଙ୍ଗାପୁରର ମ୍ୟାଡମ ତୁଷାଦରେ କରନଙ୍କ ମହମପ୍ରତିମୂର୍ତ୍ତି ନଜର ଆସିବ । ଏହାକୁ ନେଇ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଖୁବ୍ ଉତ୍ସାହ ଦେଖିବାକୁ ମିଳୁଛି । ଏହି ଖବର ଆସିବା ମାତ୍ରେ ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛା ମିଳିବା ଆରମ୍ଭ ହୋଇଯାଇଛି ।

ସେ ଖୁବ୍ ଶୀଘ୍ର ମ୍ୟାଡମ ତୁଷାଦ ମ୍ୟୁଜିୟମରେ ନିଜର (ୱାକ୍ସ ଫିଗର) ତଥା ମହମପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ଏହା ବ୍ୟତୀତ ସେ ସେହିଠାରେ ଅଲ୍ଟିମେଟ ଫିଲ୍ମ ଷ୍ଟାର ଏକ୍ସପେରିୟନ୍ସ ଜୋନ ମଧ୍ୟ ଲଞ୍ଚ କରିବେ ।

ଆଉ ନିଜ ପ୍ରତିମୂର୍ତ୍ତିକୁ ଖୋଦଉନ୍ମୋଚନ କରିବେ କରନ। ଏହି ଉନ୍ମୋଚନର ଲାଇଭ ଷ୍ଟ୍ରିମିଂ କରାଯିବ । ଏହାସହ ସେ ଭାରତୀୟ ସିନେମା ପାଇଁ ସମର୍ପିତ 2,500 ବର୍ଗ ମିଟର ଅଲ୍ଟିମେଟ ଫିଲ୍ମ ଷ୍ଟାର ଜୋନ ଲଞ୍ଜ କରିବେ । ଏଠାରେ ଏୟାର, କନେକ୍ଟ, ହୋଲୋଗ୍ରାମ ଏବଂ ଫିଜିକାଲ ସ୍ପେଶାଲ ଇଫେକ୍ଟସ ଭଳି ଇଣ୍ଟର୍ୟାକ୍ଟିଭ ଟେକନିକର ଉପଯୋଗ କରି ଭିଜିଟର୍ସଙ୍କୁ ଫେମସ ଇଣ୍ଡିଆନ ସେଲିବ୍ରିଟିଙ୍କ ସହ ହଲ ଅଫ ଫେମରେ ଡାନ୍ସ ଏବଂ ଆକ୍ଟ କରିବାର ଅବସର ପ୍ରଦାନ କରିବ । ମ୍ୟାଡମ ତୁଷାଦ ଅଧିକାରୀକ ଟ୍ବିଟର ଆକାଉଣ୍ଟରେ ଏହି କାର୍ଯ୍ୟକ୍ରମର ଅପଡେଟ ଦେବା ପାଇଁ ଫଟୋ ମଧ୍ୟ ପୋଷ୍ଟ କରାଯାଇଛି ।

ପ୍ରକାଶ ଥାଉକି କରନଙ୍କ ପୂର୍ବରୁ ସଲମାନ ଖାନ, ଅମିତାଭ ବଚ୍ଚନ, ଶାହରୁଖ ଖାନ, ଐଶ୍ଚର୍ଯ୍ୟା ରାୟ ବଚ୍ଚନ, ରଜନୀକାନ୍ତ, ବରୁଣ ଧୱନ ଏବଂ ସାଉଥ ସୁପରଷ୍ଟାର ପ୍ରଭାସଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ହୋଇସାରିଛି ।

Intro:Body:

ସୁନ୍ଦରଗଡ ବିଜେପି ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କୁ ପାଞ୍ଚଟି ପ୍ରଶ୍ନ

ରାଉରକେଲା: ସୁନ୍ଦରଗଡରେ ଚଳିତ ନିର୍ବାଚନରେ ହେବ ଜୋରଦାର ଲଢେଇ। ମଇଦାନରେ ଅଛନ୍ତି ୩ ଦଳର ୩ ପୁରୁଖା ନେତା। କେନ୍ଦ୍ରମନ୍ତ୍ରୀ ତଥା ବିଜେପି ପ୍ରାର୍ଥୀ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ,  ବିଜେଡିର ସୁନୀତା ବିଶ୍ୱାଳ ଓ କଂଗ୍ରେସର ଜର୍ଜ ତିର୍କୀଙ୍କ ମଧ୍ୟରେ ହେବ ଘମାଘୋଟ ଲଢେଇ। ତେବେ ନାମାଙ୍କନ ଦାଖଲ ପରେ ଏବେ ଚାଲିଛି ଜୋରଦାର ପ୍ରଚାର। 

କେଉଁ ମୁଦ୍ଦା ନେଇ ଭୋଟରଙ୍କ ନିକଟତର ହେବେ ପ୍ରାର୍ଥୀ ସେନେଇ ଚାଲିଛି ମାନସ ମନ୍ଥନ। କାରଣ ଯେଉଁ ପ୍ରାର୍ଥୀ ଜିତିବା ପରେ ଜନସାଧାରଣଙ୍କ ସହ ଛିଡା ହେବ ସେମିତି ମୁହଁ ବାଛିବେ ଜନତା। 

ତେବେ ଏନେଇ ଆମ ଅଭିଯାନ 'ପାଞ୍ଚଟି ପ୍ରଶ୍ନ ନେତାଙ୍କୁ' ନେଇ ଆଜି ଆମେ ଭେଟିଥିଲୁ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ସୁନ୍ଦରଗଡ ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କୁ।

ବିଜୟୀ ହେଲେ ରାଜ୍ୟ ସରକାର କରିନଥିବା କାମକୁ ସମ୍ପୂର୍ଣ୍ଣ କରିବେ ବୋଲି କହିଛନ୍ତି ଜୁଏଲ। ଯେଉଁଠି ରାଜ୍ୟ ସରକାର କେନ୍ଦ୍ରର ଅନୁଦାନକୁ ଖର୍ଚ୍ଚ କରିନପାରି ସମାଲୋଚନା କରୁଛନ୍ତି ତାହାକୁ ସଠିକ ବାଟରେ ଖର୍ଚ୍ଚ କରିବା ସହ ଜନସାଧାରଣଙ୍କ ସେବାରେ ଲଗାଇବେ ବୋଲି ସେ କହିଛନ୍ତି। 

ରାଉରକେଲାରୁ ରାଜେନ୍ଦ୍ରନାଥ ମିଶ୍ର, ଇଟିଭି ଭାରତ

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.