ETV Bharat / sitara

ନାଗାଙ୍କ ସହ କାମ କରିବେ ଫରାହ, ସେୟାର କଲେ ଖୁସି - ସାଉଥ ଷ୍ଟାର ନାଗା ଚୈତନ୍ୟଙ୍କ ଅପଡେଟ ନ୍ୟୁଜ

ଭାଇରାଲ ହେଲେ ଫରାହଙ୍କ ନୂଆ ଇନଷ୍ଟାଗ୍ରାମ ପୋଷ୍ଟ । ନାଗାଙ୍କ ସହ ଆସିଲେ ନଜର । ଅଧିକ ପଢନ୍ତୁ…

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫରାହ ଖାନ
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ଫରାହ ଖାନ
author img

By

Published : Mar 17, 2021, 9:01 AM IST

ମୁମ୍ବାଇ: ଏକାଠି ନଜର ଆସିଲେ ବଲିଉଡର ଫେମସ କୋରିଓଗ୍ରାଫର ତଥା ନିର୍ମାତା ଫରାହ ଖାନ ଓ ସାଉଥ ଷ୍ଟାର ନାଗା ଚୈତନ୍ୟ । ସୋସିଆଲ ମିଡିଆରେ ଭାଇରାଲ ହେଲା ଦୁଇଜଣଙ୍କ ଫଟୋ । ଯାହାକୁ ସେୟାର କରି ଗୁଡନ୍ୟୁଜ ଦେଲେ ଫରାହ । ଏହାସହ ସେ ନାଗାଙ୍କ ପିତା ତଥା ସାଉଥ ସୁପରଷ୍ଟାର ନାଗାର୍ଜୁନଙ୍କ ସହ କରିଥିବା କାମ ମଧ୍ୟ ମନେ ପକାଇଛନ୍ତି ।

ସେ ମଙ୍ଗଳବାର ଇନଷ୍ଟାଗ୍ରାମରେ ନାଗାଙ୍କ ସହ ନିଜ ଫଟୋ ପୋଷ୍ଟ କରି ଲେଖିଥିଲେ, ‘25 ବର୍ଷ ପୂର୍ବେ ମୁଁ ନାଗାଙ୍କ ବାପା ନାଗାର୍ଜୁନଙ୍କୁ ଡାନ୍ସ ଟ୍ରେନିଂ ଦେଇଥିଲି । ଯାହାପରଠୁ ଆମେ ଦୁହେଁ ଭଲ ବନ୍ଧୁ ସାଜିଛୁ । ଆଉ ଆଜି ମୁଁ ତାଙ୍କ ପୁଅଙ୍କ ସହ କାମ କରିବାକୁ ଯାଉଛି । ଆମେ ଦୁହେଁ ଏକ କମର୍ସିଆଲ ପ୍ରୋଜେକ୍ଟରେ ଏକାଠି କାମ କରିବୁ ।’

ଯଦି ନାଗାଙ୍କ ବିଷୟରେ କଥା ହେବା ତାହାଲେ କିଛି ଦିନରୁ ଚର୍ଚ୍ଚା ଜୋର ଧରିଛି ଯେ ସେ ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ସୁପରଷ୍ଟାର ଆମୀର ଖାନଙ୍କ ଚର୍ଚ୍ଚିତ ଫିଲ୍ମ ‘ଲାଲ ସିଂ ଚଡ୍ଡା’ରେ ନଜର ଆସିବେ ସେ। ଏହାବ୍ୟତୀତ ନାଗା ତେଲୁଗୁ ରୋମାଣ୍ଟିକ ଡ୍ରାମା ଫିଲ୍ମ ‘ଲଭ ଷ୍ଟୋରି’ର ସୁଟିଂରେ ମଧ୍ୟ ବ୍ୟସ୍ତ ଅଛନ୍ତି । ଯେଉଁଥିରେ ତାଙ୍କ ସହ ଅଭିନୟ କରୁଛନ୍ତି ସୁନ୍ଦରୀ ଅଭିନେତ୍ରୀ ସାଇ ପାଲ୍ଲାଭି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.