ETV Bharat / sitara

ନୀନାଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କଲେ ବିକାଶ - ନିର୍ମାତା ତଥା ସେଫ୍ ବିକାଶ ଖାନ୍ନା ପ୍ରଥମ ଫିଚର ଫିଲ୍ମ ‘ଦ ଲାଷ୍ଟ କଲର’

ନ୍ୟୁୟର୍କ ବିଲବୋର୍ଡରେ ନୀନାଙ୍କ ଅଭିନୀତ ଫିଲ୍ମ ‘ଦ ଲାଷ୍ଟ କଲର’ର ପୋଷ୍ଟର । ନ୍ୟୁୟର୍କରେ ରିଲିଜ ହୋଇଯାଇଛି ଏହି ଫିଲ୍ମ । ନୀନାଙ୍କୁ ଦେଇଥିବା କଥା ପୂରଣ କରି ଚର୍ଚ୍ଚାରେ ବିକାଶ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Dec 15, 2020, 3:08 PM IST

ମୁମ୍ବାଇ: ଫିଲ୍ମ ନିର୍ମାତା ତଥା ସେଫ୍ ବିକାଶ ଖାନ୍ନା ପ୍ରଥମ ଫିଚର ଫିଲ୍ମ ‘ଦ ଲାଷ୍ଟ କଲର’ରେ ଅଭିନୟ କରିଥିଲେ ଲୋକପ୍ରିୟ ଅଭିନେତ୍ରୀ ନୀନା ଗୁପ୍ତା । ଆଉ ତାଙ୍କୁ ବିକାଶ ଏକ ଖାସ୍ ପ୍ରତିଶ୍ରୁତି ଦେଇଥିଲେ । ଯାହାକୁ ସେ ଏବେ ପୂରଣ କରିଛନ୍ତି । ଆଜ୍ଞା ହଁ, ବିକାଶ ଅଭିନେତ୍ରୀଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଯେ ଫିଚର ଫିଲ୍ମ ‘ଦ ଲାଷ୍ଟ କଲର’ ରିଲିଜ ହେଲେ ସେ ନ୍ୟୁୟର୍କର ବିଲବୋର୍ଡରେ ତାଙ୍କର ଫଟୋ ରଖିବେ । ଯାହାକୁ ଏବେ ସେ ପୂରଣ କରିଛନ୍ତି । ଆଉ ଏହାକୁ କରି ସେ ଖୁସି ମଧ୍ୟ ଅନୁଭବ କରୁଛନ୍ତି ।

ବିକାଶଙ୍କ ଡେବ୍ୟୁ ଫିଚର ଫିଲ୍ମ ‘ଦ ଲାଷ୍ଟ କଲର’ ନ୍ୟୁୟର୍କ ସିଟିରେ ରିଲିଜ ହୋଇଯାଇଛି । ଆଉ ଫିଲ୍ମର ପୋଷ୍ଟର ସହରର ବିଲବୋର୍ଡରେ ଦେଖିବାକୁ ମିଳୁଛି । ଏହି ଅବସରରେ ବିକାଶ କହିଛନ୍ତି, ‘ମୁଁ ନୀନାଙ୍କୁ ପ୍ରତିଶ୍ରୁତି ଦେଇଥିଲି ଯେ ଯେତେବେଳେ ଦ ଲାଷ୍ଟ କଲର ରିଲିଜ ହେବ ତାଙ୍କ ସୁନ୍ଦର ଗୋଲାପୀ ରଙ୍ଗର ଏକ ଫଟୋ ନ୍ୟୁୟର୍କ ଟାଇମ୍ସ ସ୍କୋୟାର ବିଲବୋର୍ଡରେ ରହିବ । ଯେହେତୁ ଆମେ ଆଶା ଏବଂ ପ୍ରତିଶ୍ରୁତିର ଏହି କାହାଣୀର ସାକ୍ଷୀ ହେବା ପାଇଁ ସମସ୍ତଙ୍କ ପାଇଁ ଫିଲ୍ମ ରିଲିଜ କରିଛୁ । ମୁଁ ମଧ୍ୟ ମୋର ପ୍ରତିଜ୍ଞା ପୂରଣ ଖୁସି ଅନୁଭବ କରୁଛି । ଏହି ଦକ୍ଷ ଅଭିନେତ୍ରୀଙ୍କ ଦକ୍ଷତା ସମସ୍ତଙ୍କ ସହ ସେୟାର କରିବାକୁ ନେଇ ଖୁସି ।’

ପ୍ରକାଶ ଥାଉକି ‘ଦ ଲାଷ୍ଟ କଲର’ଙ୍କ କାହାଣୀ ବୃନ୍ଦାବନ ଏବଂ ବାରାଣାସୀରେ ଥିବା ବିଧବାଙ୍କ ଜୀବନ କାହାଣୀକୁ ନେଇ ଆଧାରିତ । ସେହିପରି ବିକାଶଙ୍କ ବହି ‘ଦ ଲାଷ୍ଟ କଲର’ ମଧ୍ୟ ଖୁବ୍ ଚର୍ଚ୍ଚାରେ ଥିଲା ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.