ETV Bharat / sitara

କୋରୋନାକୁ ହରାଇଲେ ପ୍ରଯୋଜକ କରୀମ - କରୀମ ମେରାନୀ କୋରୋନା କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ

ସୁସ୍ଥ ହୋଇ ଘରକୁ ଫେରିଲେ କରୀମ ମୋରାନୀ। ନିକଟରେ କୋରୋନା ପଜେଟିଭ ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା।

karim morani
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@କରୀମ ମୋରାନୀ
author img

By

Published : Apr 18, 2020, 1:55 PM IST

ମୁମ୍ବାଇ: ନିକଟରେ ଫିଲ୍ମ ପ୍ରଯୋଜକ କରୀମ ମେରାନୀ କୋରୋନା ଭାଇରାସରେ ସଂକ୍ରମିତ ହେବା ଖବର ଶୁଣିବାକୁ ମିଳିଥିଲା। ଦୁଇଥର ତାଙ୍କ କୋରୋନା ଟେଷ୍ଟ ରିପୋର୍ଟ ପଜେଟିଭ ବାହାରିଥିଲା। ହେଲେ ଏବେ ସେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛନ୍ତି। ସେ କୋରୋନା ଉପରେ ବିjଜୟ ହାସିଲ କରିଛନ୍ତି।

ତାଙ୍କ ଲେଟେଷ୍ଟ କୋରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ବାହାରିଛି । ଯାହାପରେ ସେ ମେଡିକାଲରୁ ଡିସଚାର୍ଜ ନେଇ ଘରକୁ ଫେରିଛନ୍ତି।

ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟକୁ ନେଇ ପରିବାରରେ ଖୁସିର ଲହରୀ ଖେଳିଯାଇଛି। ପ୍ରକାଶ ଥାଉକି କରୀମଙ୍କ ଦୁଇ ଝିଅ ସଜା ଓ ଜୋଓ ମୋରାନୀ ମଧ୍ୟ କୋରୋନା ପଜେଟିଭି ଥିଲେ। କିନ୍ତୁ ଦୁଇଜଣ ଚିକିତ୍ସା ଦ୍ବାରା ସୁସ୍ଥ ହୋଇ ଗତ ସପ୍ତାହରେ ଘରକୁ ଫେରିଥିଲେ।

ସେହିପରି ପୂର୍ବରୁ ଗାୟିକା କନିକା କପୁରଙ୍କ ମଧ୍ୟ କୋରୋନା ପଜେଟିଭ ଥିଲେ। ହେଲେ ଏବେ ସେ ସୁସ୍ଥ ହୋଇ ପରିବାର ସହ ସମୟ ବିତାଉଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.