ETV Bharat / sitara

ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲା: ନିର୍ମାତା ଆଦିତ୍ୟଙ୍କ ବୟାନ ରେକର୍ଡ - ୟଶରାଜ ଫିଲ୍ମସ ମାଲିକ ଆଦିତ୍ୟ ଚୋପ୍ରା ବାନ୍ଦ୍ରା ପୋଲିସ ଷ୍ଟେସନରେ

ସୁଶାନ୍ତଙ୍କ କେସରେ ଆଦିତ୍ୟଙ୍କୁ ପଚରାଉଚରା କଲା ପୋଲିସ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Jul 18, 2020, 5:17 PM IST

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଏଯାବତ ମୁମ୍ବାଇ ପୋଲିସ ଅନେକ ଲୋକଙ୍କ ବୟାନ ରେକର୍ଡ କରିସାରିଲାଣି। ନିକଟରେ ଫେମସ ନିର୍ମାତା ସଞ୍ଜୟ ଲୀଲା ଭଂସାଲୀ ଓ ନିର୍ଦ୍ଦେଶକ ଶେଖର କପୁରଙ୍କ ବୟାନ ରେକର୍ଡ କରିଥିଲା ପୋଲିସ। ଆଉ ଶନିବାର ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ବୟାନ ରେକର୍ଡ କରାଯାଇଛି।

ସେ ନିଜ ବୟାନ ଦେବା ପାଇ ଶନିବାର ସକାଳେ ବାନ୍ଦ୍ରା ପୋଲିସ ଷ୍ଟେସନରେ ପହଞ୍ଚିଥିଲେ। ପୋଲିସ ଆଦିତ୍ୟଙ୍କୁ ଫିଲ୍ମ ‘ପାନି’ ଓ ସୁଶାନ୍ତଙ୍କ ସହ ହୋଇଥିବା କଣ୍ଟ୍ରାକ୍ଟ ବିଷୟରେ ଅନେକ ପ୍ରଶ୍ନ ପଚାରିଛି।

ପ୍ରକାଶ ଥାଉକି 2013ରେ ସୁଶାନ୍ତ ୟଶରାଜ ଫିଲ୍ମସ ସହ ପ୍ରଥମ ଫିଲ୍ମ ‘ଶୁଦ୍ଧ ଦେଶୀ ରୋମାନ୍ସ’ କରିଥିଲେ। ଯାହା ପାଇଁ ସୁଶାନ୍ତଙ୍କୁ 30 ଲକ୍ଷ ଟଙ୍କା ଫିସ୍ ଦିଆଯାଇଥିଲା । ୟଶରାଜ ଫିଲ୍ମସ ସହ ସୁଶାନ୍ତଙ୍କ ଦ୍ବିତୀୟ ଫିଲ୍ମ ‘ଡିଟେକ୍ଟିଭ ଭୋମକେଶ ବସ୍କି’ ଥିଲା। ଏହି ଫିଲ୍ମ ପାଇଁ ତାଙ୍କୁ 1 କୋଟି ଟଙ୍କା ମିଳିଥିଲା।

ସେହିପରି ୟଶରାଜ ଫିଲ୍ମସରେ ସୁଶାନ୍ତଙ୍କ ତୃତୀୟ ଫିଲ୍ମ ‘ପାନି’ ନିର୍ମାଣ ହେବାର ଥିଲା । ହେଲେ କିଛି ସମସ୍ୟା ପାଇଁ ଏହାର କାମ ଅଧାରେ ବନ୍ଦ କରିଦିଆଯାଇଥିଲା । ଯାହାର ନିର୍ଦ୍ଦେଶନା କରିଥାଆନ୍ତେ ଶେଖର । ଏଥି ନିମନ୍ତେ ଡିପ୍ରେସନର ଶିକାର ହୋଇଥିଲେ ସୁଶାନ୍ତ। କାହିଁକି ଫିଲ୍ମ ବନ୍ଦ କରାଯାଇଥିଲା ସେନେଇ ପୋଲିସ ସବୁ କିଛି ଜାଣିବାକୁ ଚାହୁଁଛି।

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.