ମୁମ୍ବାଇ: କ୍ୟୁଟ ଅଭିନେତ୍ରୀ ଆଲିୟା ଭଟ୍ଟ ଓ ବରୁଣ ଧୱନଙ୍କ ଯୋଡି ବଲିଉଡର ସପୁରହିଟ ଯୋଡି ରୂପେ ଫେମସ । ଦୁଇଜଣ ଯେବେ ମଧ୍ୟ କୌଣସି ଫିଲ୍ମରେ ଏକାଠି ନଜର ଆସିଛନ୍ତି ଫିଲ୍ମଟି ବକ୍ସ ଅଫିସରେ ହିଟ୍ ସାବ୍ୟସ୍ତ ହୋଇଛି । କିନ୍ତୁ ନିକଟରେ ରିଲିଜ ହୋଇଥିବା 'କଲଙ୍କ' ଏମିତି ଗୋଟିଏ ଫିଲ୍ମ ଯେଉଁଥିରେ ଦୁଇଜଣ ଅଭିନୟ କରିବା ସତ୍ତ୍ବେ ଫିଲ୍ମ ଫ୍ଲପ ହୋଇଥିଲା । ଦୁଇଜଣ ବଲିଉଡରେ ଏକାଠି ଡେବ୍ୟୁ କରି ଆଜି ସଫଳ ଷ୍ଟାର୍ସ ହୋଇଛନ୍ତି । ଯାହାଙ୍କ ଫିଲ୍ମ ଦେଖିବାକୁ ଅପେକ୍ଷା କରନ୍ତି ଦର୍ଶକ ।
ଇତିମଧ୍ୟରେ ଦର୍ଶକଙ୍କ ପାଇଁ ଏକ ଖୁସି ଖବର ସାମ୍ନାକୁ ଆସିଛି । ଶୁଣିବାକୁ ମିଳୁଛି ଯେ ଏହି ଦୁଇ ଷ୍ଟାର୍ସ ପୁଣି ଏକାଠି ଆଗାମୀ ଫିଲ୍ମରେ ନଜର ଆସିବେ ।
ପ୍ରକାଶ ଥାଉକି ନିକଟରେ ଆଲିୟା ଓ ବରୁଣଙ୍କୁ ଫିଲ୍ମ ନିର୍ମାତା କରନ ଜୋହରଙ୍କ ଘରେ ଦେଖିବାକୁ ମିଳିଥିଲା । ଯାହା ଦେଖି ଅନୁମାନ ଲଗାଯାଇଛି ଖୁବଶୀଘ୍ର ଏହି ଯୋଡି ପରଦାରେ ପୁଣି ନଜର ଆସିବେ ।
ଆଲିୟା ଓ ବରୁଣଙ୍କ ଆଗାମୀ ପ୍ରୋଜେକ୍ଟ ତାଙ୍କ ହିଟ୍ ଫ୍ରାଞ୍ଚାଇଜି 'ଦୁଲହନିୟା'ର ତୃତୀୟ ପାର୍ଟ ହେବ । ଏହାପୂର୍ବରୁ ଏହି ଯୋଡି 'ହମ୍ପଟି ଶର୍ମା କି ଦୁଲହନିୟା' ଏବଂ 'ବଦ୍ରିନାଥ କି ଦୁଲହନିୟା'ରେ ଏକାଠି କାମ କରିସାରିଛନ୍ତି । ଏବେ କରନ ଆଉ ଏକ 'ଦୁଲହନିୟା' ଫିଲ୍ମ ତିଆରି କରିବା ପାଇଁ ଆଲିୟା ଓ ବରୁଣଙ୍କ ସହ ପ୍ଲାନିଂ କରିବାରେ ବ୍ୟସ୍ତ ।