ETV Bharat / sitara

ଦଙ୍ଗଲ ଗାର୍ଲ ଜାୟରା ୱାସୀମ ନିଖୋଜ !

ସୋସିଆଲ ମିଡିଆରେ ଜାୟରାଙ୍କ ନିଖୋଜ ଖବର ଜୋର ଧରିଛି । ଇନଷ୍ଟାଗ୍ରାମରେ ‘ଦ ସ୍କାଇ ଇଜ ପିଙ୍କ’ ନିର୍ଦ୍ଦେଶିକା ସୋନାଲୀ ବୋଷ ସୂଚନା ଦେଇଛନ୍ତି ।

author img

By

Published : Aug 21, 2019, 10:39 AM IST

ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ସୋନାଲୀ ବୋଷ

ମୁମ୍ବାଇ: ଆଶ୍ଚର୍ଯ୍ୟର କଥା କି କାଲି ପର୍ଯ୍ୟନ୍ତ ଯେଉଁଠାରେ ଦଙ୍ଗଲ ଗାର୍ଲ ଜାୟରା ୱାସୀମ ଫିଲ୍ମ ଇଣ୍ଡଷ୍ଟ୍ରି ଛାଡିବା ନିଷ୍ପତ୍ତି ନେଇ, ନିଜ ଧର୍ମକୁ ଏକ ନୂଆ ପରିଚୟ ଦେବାକୁ ଚେଷ୍ଟା କରିଥିଲେ । ଆଜି ସେହିଠାରେ ଜାୟରାଙ୍କୁ ଖୋଜିବାରେ ଅପିଲ କରାଯାଉଛି । ଆଜ୍ଞା ହଁ, ଏକଥା ଶୁଣି ଆପଣଙ୍କୁ ନିହାତି ଆଶ୍ଚର୍ଯ୍ୟ ଲାଗିଥିବ । କିନ୍ତୁ ବାସ୍ତବତା ହେଲା କି ଗ୍ଲାମର ଦୁନିଆକୁ ସବୁଦିନ ପାଇଁ ଅଲବିଦା କହିସାରିଥିବା ଜାୟରା କାଶ୍ମୀରରୁ ନିଖୋଜ ଅଛନ୍ତି । ଯାହାର ଖୁଲାସା କରିଛନ୍ତି ଜାୟରାଙ୍କ ଶେଷ ଫିଲ୍ମ ‘ଦ ସ୍କାଇ ଇଜ ପିଙ୍କ’ର ନିର୍ଦ୍ଦେଶିକା ସୋନାଲୀ ବୋଷ । ସେ ନିଜର ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଜରିଆରେ ଏହାର ସୂଚନା ଦେଇଛନ୍ତି ।

54 ବର୍ଷିୟ ସୋନାଲୀ ସବୁବେଳେ ଜାୟରାଙ୍କୁ ନିଜ ଝିଅ ଭଳି ଦେଖନ୍ତି । ଏହି କାରଣ ପାଇଁ ପାଖାପାଖି 12 ଦିନ ପର୍ଯ୍ୟନ୍ତ ଜାୟରାଙ୍କ ସହ କୌଣସି ସମ୍ପର୍କ କରିବାରେ ଅସଫଳ ହୋଇଥିବା ସୋନାଲୀ ଖୁବ୍ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଆଉ ସୋସିଆଲ ମିଡିଆରେ ଏକ ଲମ୍ବା ପୋଷ୍ଟ ଜରିଆରେ ଜାୟରାଙ୍କ ପାଇଁ ନିଜ ଚିନ୍ତା ଏବଂ ଦୁଃଖ ପ୍ରକାଶ କରିଛନ୍ତି ।

ସେ ପୋଷ୍ଟରେ ଲେଖିଛନ୍ତି, ‘କଶ୍ମୀରରେ ନିରୀହ ଯୁବପିଢିଙ୍କ ନିଖୋଜ ଏବଂ ହତ୍ୟା କୌଣସି ନୂଆ କଥା ନୁହେଁ । ତେଣୁ ଏଥିପାଇଁ ଏବେ ମୋ ମନରେ ଡର ଆସୁଛି । ମୋ ପିଲା ଜାୟରା ମୋର ହୃଦୟ ଏବଂ ଆତ୍ମା ପରି । ମୁଁ ଜାୟରାକୁ ପାଖାପାଖି ଏକ ବର୍ଷ ହେଲାଣି ଜାଣିଛି ଆଉ ଏମିତି କୌଣସି ଦିନ ନଥିବ ଯେବେ ଜାୟରାଙ୍କ ସହ କଥା ନ ହୋଇଥିବି । କିନ୍ତୁ ପାଖାପାଖି 12 ଦିନ ହେବ ଜାୟରାଙ୍କ ସହ କୌଣସି ସମ୍ପର୍କ ହୋଇପାରିନାହିଁ । ଯାହାକୁ ନେଇ ମୁଁ ଖୁବ୍ ଚିନ୍ତିତ ।’

Intro:Body:

BLANK

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.