ETV Bharat / sitara

ଅକ୍ଷୟଙ୍କ ସହ ପୁଣି ରୋମାନ୍ସ କରିବେ ଫିଲହାଲ ଗାର୍ଲ - ମ୍ୟୁଜିକାଲ ଆଲବମ ‘ଫିଲହାଲ’

ମ୍ୟୁଜିକାଲ ଆଲବମ ଜରିଆରେ ଅଭିନୟ ଜଗତରେ ପଦାର୍ପଣ କରିଥିଲେ କ୍ରିତି ସାନନଙ୍କ ଭଉଣୀ ନୂପୁର ସାନନ। ଆଉ ଏବେ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ସେ । ପୁଣିଥରେ ଅକ୍ଷୟଙ୍କ ସହ ତାଙ୍କ ଯୋଡି ଦେଖିବାକୁ ପାଇବେ ଦର୍ଶକ ।

filhall actress nupur sanon
ଫଟୋ ସୌଜନ୍ୟ: ଇନଷ୍ଟାଗ୍ରାମ@ନୂପୁର ସାନନ
author img

By

Published : Jan 30, 2020, 2:37 PM IST

ମୁମ୍ବାଇ: ଫେମସ ଅଭିନେତ୍ରୀ କ୍ରିତି ସାନନଙ୍କ ଭଉଣୀ ନୂପୁର ସାନନଙ୍କ ମ୍ୟୁଜିକାଲ ଆଲବମ ‘ଫିଲହାଲ’ ନିକଟରେ ରିଲିଜ ହୋଇଥିଲା । ଏହି ଆଲବମରେ ସେ ଖିଲାଡି ଅକ୍ଷୟ କୁମାରଙ୍କ ସହ ରୋମାନ୍ସ କରୁଥିବାର ଦେଖାଯାଇଥିଲା । ‘ଫିଲହାଲ’ ଭିଡିଓକୁ ଖୁବ୍ ପସନ୍ଦ କରିଥିଲେ ଦର୍ଶକ । ଇତିମଧ୍ୟରେ ଖବର ଜୋର ଧରିଛି ଯେ ଏହି ଯୋଡି ପୁଣି ପରଦାରେ ଦେଖାଯିବେ ।

tweet
ଫଟୋ ସୌଜନ୍ଯ: ଟ୍ବିଟର@ଅକ୍ଷୟ କୁମାର

ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ବେଲ ବଟମ’ରେ ନୂପୁର ନଜର ଆସିପାରନ୍ତି । ଖାଲି ଏତିକି ନୁହେଁ ଏହି ଯୋଡି ପୁଣି ‘ଫିଲହାଲ 2’ ମ୍ୟୁଜିକାଲ ଆଲବମରେ ଅଭିନୟ କରିବାକୁ ଯାଉଛନ୍ତି । ‘ବେଲ ବଟମ’ ଦ୍ବାରା ନୂପୁର ବଲିଉଡରେ ଡେବ୍ୟୁ କରିବେ ।

ଫିଲ୍ମରେ ଅକ୍ଷୟଙ୍କ ପତ୍ନୀ ସାଜିବେ ନୂପୁର । ଫିଲ୍ମ ‘ବେଲ ବଟମ’ ଏବର୍ଷ ରିଲିଜ ହେବାର ଥିଲା ହେଲେ ଏହାର ରିଲିଜ ତାରିଖ ପରିବର୍ତ୍ତନ କରି ମେକର୍ସ ଆସନ୍ତା ବର୍ଷ ଏପ୍ରିଲକୁ ଘୁଞ୍ଚାଇଛନ୍ତି । ପ୍ରକାଶ ଥାଉକି ଏହି ଫିଲ୍ମ ଏକ ବାସ୍ତବ କାହାଣୀକୁ ନେଇ ଆଧାରିତ । ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ବ ତୁଲାଉଛନ୍ତି ରଞ୍ଜୀତ ତିୱାରୀ । ନିକଟରେ ଅକ୍ଷୟ କହିଥିଲେ ଯେ ତାଙ୍କ ଫିଲ୍ମ ‘ବେଲ ବଟମ’ ଏକ ଜାସୁସର କାହାଣୀ । ଯାହା ସତ କାହାଣୀକୁ ନେଇ ଆଧାରିତ ।

Intro:Body:

dhh

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.